ଲେଖା: ଦେଵ ତ୍ରିପାଠୀ
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରୁ ୧୩କି.ମି. ଦୂର କୁଟୁଣଗୁଡାର କୁଟୁଣିପଦର ପାହାଡ଼ ଶିଖରରେ କୌଣସି ପ୍ରକାରର ଖନନ କରିବା ପୂର୍ବରୁ କେହି ବାରମ୍ବାର ଚିନ୍ତା କରିବାକୁ ବାଧ୍ୟହେବ, କାରଣ ଯେ କୌଣସି ସ୍ଥାନରୁ ଶିବଲିଙ୍ଗର ଆବିର୍ଭାବ ହୋଇପାରେ । ଉକ୍ତ ପାହାଡ଼ରେ କୋଟିଏରୁ ଉର୍ଦ୍ଧ୍ବ ଛୋଟବଡ଼ ଶିବଲିଙ୍ଗ ଥିବାର ସମ୍ଭାବନା ଅଛି ବୋଲି ଦୀର୍ଘ ୨୨ ବର୍ଷ ଧରି ମନ୍ଦିରରେ ପୂଜା କରିଆସୁଥିବା ପୂଜକ ମତଦିଅନ୍ତି ।
ପାହାଡ଼ ବକ୍ଷରେ ଅନିର୍ଦ୍ଦିଷ୍ଟ ସଂଖ୍ୟକ ଶିବଲିଙ୍ଗ ପରି ଅଜଣା ସେ ପାହାଡ଼ର ଇତିହାସ, ଅଜଣା ଏତେ ସଂଖ୍ୟକ ଶିବଲିଙ୍ଗ ପଛର ରହସ୍ୟ । ମାତ୍ର ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଏଇ କୋଟି ଶିବଲିଙ୍ଗର ପାହାଡ଼ । ତେବେ ଏଇ ପାହାଡ଼ ଉପରେ ଅଗଣିତ ଶିବଲିଙ୍ଗ ସହିତ ୪/୫ ଫୁଟ ଉଚ୍ଚତା ବିଶିଷ୍ଟ ବହୁ ସଂଖ୍ୟକ ମୂର୍ତ୍ତିଗୁଡ଼ିକୁ ଦେଖିଲେ ଏହା ପଛରେ ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଇତିହାସ ଥିବା ସ୍ପଷ୍ଟ ହୁଏ ।
ବୋଧହୁଏ ଇଏ ପୃଥିବୀର ଏକମାତ୍ର ସ୍ଥାନ ଯେଉଁଠି ମହାପ୍ରଭୁ ଶିବଙ୍କ ମେଳରେ (କହିବାର ଅର୍ଥ ଅସଂଖ୍ୟ ଶିବଲିଙ୍ଗ ମଧ୍ୟରେ) ପଥର ଖୋଦେଇ ମୂର୍ତ୍ତି ଭାବେ ପୂଜା ପାଇଆସୁଛନ୍ତି ଶ୍ରୀଜଗନ୍ନାଥ, ପାହାଡ଼ ଓ ଜଙ୍ଗଲର ନୈସର୍ଗିକ ପରିବେଶରେ, କାଇଁ କେତେ ଯୁଗରୁ, ଆଦିବାସୀଙ୍କ ଆରାଧ୍ୟ ଦେବାଦେବୀ ଭାବରେ . . !
ବ୍ରହ୍ମପୁର ପଟୁ ଯିବାକୁ ହେଲେ କୋରାପୁଟଗାମୀ ରେଳରେ ଯାଇ ଲକ୍ଷ୍ମୀପୁର ଷ୍ଟେସନରେ ଓହ୍ଲାଇ ଅଟୋଯୋଗେ ଏ ପୀଠକୁ ଯାଇହେବ, ଅନ୍ୟଥା ଲକ୍ଷ୍ମୀପୁରରୁ ବସ୍ ଯୋଗେ ୧୦କି.ମି. ଦୂର କୁସୁମଗୁଡା ଯାଇ ସେଠାରୁ ଅଟୋ ଯୋଗେ ୩/୪ କି.ମି. ଦୂରର ଏହି ପୀଠକୁ ଯାଇହେବ । ବର୍ଷର ଯେ କୌଣସି ସମୟରେ ଏଠାକୁ ଯାଇହେଉଥିଲେ ମଧ୍ୟ ବର୍ଷା ଏବଂ ଘନଶୀତ ସମୟ ବ୍ୟତୀତ ଅନ୍ୟ ସମୟ ଅତ୍ୟନ୍ତ ଉପଯୁକ୍ତ ।
ତଥ୍ୟ ସୌଜନ୍ୟ: “ସମାଜ”
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…