ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ

ଉତ୍କଳ ଏବଂ ଉତ୍କଳୀୟତାର ପ୍ରତିଟି ବିଷୟକୁ ଗୌରବାନ୍ଵିତ କରିବାରେ ରାଧାନାଥ ହିଁ ଥିଲେ ସବୁ ଦୃଷ୍ଟିରୁ ଏକ ସ୍ତମ୍ଭୀୟ ବ୍ୟକ୍ତିତ୍ଵ (Pivotion Personality)। ସେ ଥିଲେ ପ୍ରଥମ ଜାତୀୟତାବାଦୀ କବି ଯିଏ ଛବିଳ ଓଡ଼ିଶାର ସ୍ଵପ୍ନ ଦେଖିଥିଲେ। ଛବିଳ ଓଡ଼ିଶାକୁ ମଧ୍ୟ ସେହି ଭାବରେ ବର୍ଣ୍ଣନା କରିଥିଲେ। ଏହି ପରିପ୍ରେକ୍ଷୀରେ କବିବରଙ୍କ ଏକ ଅନାଲୋଚିତ କବିତାର ଉପସ୍ଥାପନା ।

“ଦିଅ ହେ ସରବେ ଉତ୍କଳୀ,
ଦେଶ ହିତରେ ଆତ୍ମବଳି
ଅସାଧ୍ୟ ମଣେ ଯା ଅଳସ,
କର୍ମବୀର ତା କରେ ବଶ।
ଅଳସ ଯା ଅସାଧ୍ୟ ମଣେ,
କର୍ମବୀର ତା ସାଧେ କ୍ଷଣେ
ଦେଶର ଲୋଡ ହେ କଲ୍ୟାଣ,
ତୃଣ ମଣିଷ ନିଜ ପ୍ରାଣ ।

ଆପଣା ହିତ ଦେଶ ହିତେ,
ଲୋଡ ସରବେ ଏକ ଚିତ୍ତେ
ଉତ୍କଳ ହିତେ ନିଜ ହିତ,
ଲୋଡ ହୋଇଣ ଏକ ଚିତ୍ତ ।
ଉଦଯୋଗୀ ବାଧା ଭ୍ରୁକୁଟୀକି,
ନଗଣି ସିଦ୍ଧି ଆଣେ ଝିଙ୍କି
ସାହସେ ଯେହୁବାନ୍ଧେ ବକ୍ଷ
କାର୍ଯ୍ୟକ୍ଷେତ୍ରରେସେ ହର୍ଯକ୍ଷ ।

ଜୟ ଜୟ ମା ମାତୃଧରା,
ସର୍ବ ସୁଖଦା ଦୁଃଖ ହରା
ସଭିଙ୍କ ମନ ଏକ ହେଲେ,
ଅସାଧ୍ୟ ସାଧ୍ୟ ହୁଏ ହେଳେ
ସ୍ଵଦେଶଦ୍ରୋହୀ ସ୍ଵାର୍ଥରଙ୍କ,
ଉତ୍କଳ ଦେଶେ ସେ କଳଙ୍କ
ମାତୃଭୂମି ଯେ ଋଦ୍ଧିମୂଳ,
ତା ପାଦେ ସର୍ବସିଦ୍ଧି ଠୁଳ ।”

ବନ୍ଦେ ଉତ୍କଳ ଜନନୀ II

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago