ଲେଖା: ଦେଵ ତ୍ରିପାଠୀ
ସେ ଥିଲେ ଆଧୁନିକ ଓଡ଼ିଆ ମଞ୍ଚ ନାଟକର ପ୍ରାଣପ୍ରତିଷ୍ଠାତା, ସେ ଥିଲେ ଓଡ଼ିଆ ନାଟ୍ୟଶାସ୍ତ୍ରର “ଭରତମୁନି”, ସେ ହିଁ ଆରମ୍ଭ କରିଥିଲେ ଓଡ଼ିଆ ସାହିତ୍ୟରେ ଏକାଙ୍କିକାର ଯୁଗ, ସେ ପୁଣି ପ୍ରକାରାନ୍ତରେ ଆଣିଦେଇଥିଲେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମର୍ଯ୍ୟାଦା I
ସେ ଥିଲେ ଏକାଧାରରେ ନାଟ୍ୟକାର, କବି, ପ୍ରାବନ୍ଧିକ, ଗୀତିକାର, ସୁରକାର, କଣ୍ଠଶିଳ୍ପୀ, ସର୍ବୋପରି ସେ ଥିଲେ ଜଣେ ସଂଗଠକ, ତାଙ୍କରି ଉଦ୍ୟମର ଫଳସ୍ୱରୂପ ଗଢିଉଠିଥିଲା ଓଡିଶା ଥିଏଟର୍ସ I
ସେ ନାଟ୍ୟାଚାର୍ଯ୍ୟ କବିଚନ୍ଦ୍ର ଡ. କାଳୀଚରଣ ପଟ୍ଟନାୟକ I କଟକ ଜିଲ୍ଲା ବାଙ୍କୀ ସହର ସନ୍ନିକଟ ଖମାରଙ୍ଗ ଗ୍ରାମର ଏକ ଖାନଦାନୀ ପରିବାରରେ ଜନ୍ମିତ କାଳୀଚରଣ ଆତ୍ମଜୀବନୀ “କୁମ୍ଭାରଚକ” ସମେତ ଆଧୁନିକ ସାମାଜିକ ନାଟକ, ନୃତ୍ୟନାଟିକା, ପୌରାଣିକ ନାଟକ, ଐତିହାସିକ ନାଟକ, ଜୀବନୀ ନାଟକ, ଏକାଙ୍କିକା, ଗଳ୍ପ, ଗୀତିକବିତା, ଶିଶୁକବିତା, ପ୍ରବନ୍ଧ ଇତ୍ୟାଦି ରଚନା କରି ସେ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି I “ଗାର୍ଲସ୍କୁଲ୍” ନାଟକ ମାଧ୍ୟମରେ ସେ ତୋଳିଥିବା ସାମାଜିକ ପରିବର୍ତ୍ତନର ସ୍ୱର ତାଙ୍କୁ ଅମର କରି ଦେଇଛି I
ଗଜପତି ରାମଚନ୍ଦ୍ର ଦେବଙ୍କର ରାଜଦରବାରରେ ଏକଦା ସଭାକବି ଓ ରାଜ-ସଙ୍ଗୀତଜ୍ଞ ପଦବୀ ଅଳଂକୃତ କରିଥିବା କାଳୀଚରଣ ପଟ୍ଟନାୟକ ଗଜପତିଙ୍କ ଦ୍ୱାରା ୧୯୨୭ ମସିହାରେ କବିଚନ୍ଦ୍ର ଉପାଧିରେ ଭୂଷିତ ହେବା ସଙ୍ଗେ ସଙ୍ଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚାମର ସେବା ଓ ବୈଷ୍ଣବାଗ୍ନି ପ୍ରାପ୍ତ ହେବା ପାଇଁ ସ୍ୱୀକୃତି ଓ ଆଜ୍ଞା ପ୍ରାପ୍ତ ହୋଇଥିଲେ । ୧୯୪୪ ମସିହାରେ ଉତ୍କଳ ସାହିତ୍ୟ ସମାଜ, କଟକଙ୍କ ଦ୍ୱାରା “ନାଟ୍ୟାଚାର୍ଯ୍ୟ’, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ସମ୍ମାନଜନକ ଫେଲୋସିପ୍, ୧୯୭୫ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଡି.ଲିଟ୍ ଉପାଧି ଓ ୧୯୭୭ ମସିହାରେ ଆତ୍ମଜୀବନୀ ଗ୍ରନ୍ଥ- କୁମ୍ଭାରଚକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ ହୋଇଥିଲେ । ୧୯୭୪ ମସିହାରେ ଭାରତ ସରକାରଙ୍କ “ପଦ୍ମଶ୍ରୀ’ ସମ୍ମାନକୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ପ୍ରତ୍ୟାଖ୍ୟାନ କରିଥିଲେ ।
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…
~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…
~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…
~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ କମ୍ପି ଉଠୁଛି କଟକ ନଗର ଶୁଭୁଅଛି…