ଲେଖା: ଶିଶିର ସାହୁ ମନୋଜ

ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍ତି ।

୧. କଵିଚନ୍ଦ୍ର ନାରାୟଣ ଶର୍ମା
● କଵିଚନ୍ଦ୍ର ନାରାୟଣ ଶର୍ମା ଅଷ୍ଟମ ଶତାଦ୍ଦୀର ଜନୈକ କଵି । ଏ ‘ଏକାମ୍ରଚନ୍ଦ୍ରିକା’ ଗ୍ରନ୍ଥର ପ୍ରଣେତା ଅଟନ୍ତି ।

୨. କଵିଚନ୍ଦ୍ର ରଘୁନାଥ ପରୀକ୍ଷା
● କଵିଚନ୍ଦ୍ର ରଘୁନାଥ ପରୀକ୍ଷା ଜଣେ ଓଡ଼ିଆ ପ୍ରାଚୀନ କବି ।ଏହାଙ୍କ ବାସସ୍ଥାନ ଅଵିଭକ୍ତ ଗଞ୍ଜାମ ଜିଲାର ପାରଳାଖେମଣ୍ଡି ଅଟେ । ସେ ‘ଗୋପୀନାଥ ବଲ୍ଲଭ’ ନାମକ ନାଟକର ରଚୟିତା ଅଟନ୍ତି ।

୩. କଵିଚନ୍ଦ୍ର ବାସୁଦେବ ବଡ଼ପଣ୍ଡା
● କଵିଚନ୍ଦ୍ର ଵାସୁଦେବ ବଡ଼ପଣ୍ଡା ତତ୍କାଳୀନ କେନ୍ଦୁଝର ରାଜ୍ୟର ଆନନ୍ଦପୁର ଅନ୍ତର୍ଗତ ବଳଭଦ୍ରପୁର ଶାସନଵାସୀ ଜନୈକ ସ୍ବର୍ଗୀୟ ପଣ୍ଡିତ ଥିଲେ । ଏ ସରସ ସଙ୍ଗୀତ ରଚନାରେ ଓ ପ୍ରାଚୀନ ଓଡ଼ିଆ ଗୀତମାନଙ୍କର ଅର୍ଥ କରିବାରେ ପଟୁଥିଲେ। ଶ୍ରୀଯୁକ୍ତ କେଶଵ ମିଶ୍ର ତାଙ୍କ ବୈତରଣୀ ପଦ୍ଯର ତୃତୀୟ ସର୍ଗରେ ଏହାଙ୍କ ଵିଷୟରେ ଵର୍ଣ୍ଣନା କରି ଅଛନ୍ତି ।

୪. କଵିଚନ୍ଦ୍ର ଭୁବନେଶ୍ବର
● ଏ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ହିଞ୍ଜଳ ଗ୍ରାମର ଲୋକ, ଜାତିରେ ବ୍ରାହ୍ମଣ । ସେ ୧୮୪୬ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରି ୧୮୯୨ ଖ୍ରୀଷ୍ଟାବ୍ଦରେ ସ୍ବର୍ଗାରୋହଣ କରିଥିଲେ । ତାଙ୍କ ଚରିତ ଗ୍ରନ୍ଥମାନଙ୍କ ମଧ୍ଯରେ ‘ସୀତାବିଳାସ’ ‘ଵାସୁଦେଵ ଵିଳାସ’ ମହାଦେଵ ଓ ଵିଷ୍ଣୁଙ୍କ ସ୍ତଵ ପୁସ୍ତିକା ଓ ‘ପ୍ରବନ୍ଧମାଳା’ ପ୍ରଧାନ ଅଟେ ।

କବିଚନ୍ଦ୍ରର ଭାଵାର୍ଥ କବିଶ୍ରେଷ୍ଠ ଅଟେ । ଯେ କଵିମାନଙ୍କ ମଧ୍ୟରେ ଶ୍ରେଷ୍ଠ ଵିଵେଚିତ ହେଉଥିଲେ ତାଙ୍କୁ ଏ ଉପାଧି ପ୍ରଦାନ କରାଯାଉଥିଲା । କଵିରଵି, କଵିସୂର୍ଯ୍ୟ କଵିଗୁରୁ ଆଦି ଉପାଧିରେ ମଧ୍ୟ ଏହି ଭାଵାର୍ଥ ରହିଛି ।

କଵିରଵି/କଵିସୂର୍ଯ୍ୟ କହିଲେ ସାଧାରଣତଃ କଵି ଵଳଦେଵ ରଥଙ୍କୁ ବୁଝାଇ ଥାଏ ତେବେ ଆଉ ଜଣେ କଵିସୂର୍ଯ୍ୟ ମଧ୍ୟ ଏ ମାଟିରେ ଜନ୍ମଲାଭ କରିଥିଲେ ସେ ହେଉଛନ୍ତି କଵିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା । ସେ ୧୮ଶ ଶତାବ୍ଦୀର ଶେଷ ଭାଗରେ ନୂଆଗଡ଼ ଗଡ଼ଜାତରେ ଜନ୍ମଲାଭ କରିଥିଲେ । ସେ ଜଣେ ବ୍ରାହ୍ମଣ ଵୈଷ୍ଣଵ କଵି ଥିଲେ । ସେ ‘ନାମଚିନ୍ତାମଣି’, ‘ପ୍ରେମପଞ୍ଚାମୃତ’‘ପ୍ରେମଲହରୀ’ ପ୍ରଭୃତି ଗ୍ରନ୍ଥର ପ୍ରଣେତା ଅଟନ୍ତି । 

କଵିଜ୍ୟୈଷ୍ଠକଵିଗୁରୁ ଆଦି ଉପାଧି ଆଦିକଵି ଵାଲ୍ମିକୀଙ୍କୁ ପ୍ରଦାନ କରାଯାଇଛି । ତାଙ୍କ ସମ ଵିଦ୍ଵାନ କଵିମାନଙ୍କୁ ଏ ଉପାଧି ପ୍ରାପ୍ତ ହୋଇଥାଏ ।

ସେହିପରି କଵିରାଜ ଉପାଧିରେ ଶ୍ରୀ କେଶଵ ରଥ ଓ ଶ୍ରୀ ହରେକୃଷ୍ଣ ପୁରୋହିତ ଭୁଷିତ ହୋଇଅଛନ୍ତି । ଏହାର ଭାଵାର୍ଥ ମଧ୍ୟ ଶ୍ରେଷ୍ଠ କବି ଅଟେ । ତେବେ ବୈଦ୍ଯ; ଆୟୁର୍ବେଦୀୟ ଚିକିତ୍ସକ, ଆୟୁର୍ବେଦିକ ପଣ୍ଡିତ ଓ ଆଶୁକଵି ଵା ଭାଟମାନଙ୍କୁ ମଧ୍ୟ କଵିରାଜ ଉପାଧି ପ୍ରଦାନ କରାଯାଉଥିଲା । ସଂସ୍କୃତଜ କଵି ଶବ୍ଦର ‘ଭବିଷ୍ଯଦ୍ଦ୍ରଷ୍ଟା ବ୍ଯକ୍ତି’ (ପ୍ରାଚୀନ କାଳରୁ ଗୁଣିଗାରେଡି ସାଧକମାନେ ଭଵିଷ୍ୟଵକ୍ତା ହେଵା ସହିତ ଔଷଧ ଶାସ୍ତ୍ରରେ ପାରଙ୍ଗମ ହେଉଥିଲେ ।) ବିଦ୍ବାନ, ପଣ୍ଡିତ, ସର୍ବଜ୍ଞ, ଚିନ୍ତାଶୀଳ, ଜ୍ଞାନବାନ୍, ବହୁଦର୍ଶୀ, ପ୍ରଶଂସ୍ଯ, ଚତୁର ଓ ପାରଗ ଆଦି ଅର୍ଥ ଆଧାରରେ ବହୁଶାସ୍ତ୍ର ଵିଶେଷତଃ ଜ୍ୟୋତିଷ ଓ ଆୟୁର୍ବେଦ ଶାସ୍ତ୍ରର ଜ୍ଞାତା ପଣ୍ଡିତମାନଙ୍କୁ ମଧ୍ୟ କଵିରାଜ ଉପାଧି ପ୍ରଦାନ କରାଯାଉଥିଲା ।

ଓଡ଼ିଶାର କଵିମାନଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜ ସର୍ଵାଧିକ ପାଞ୍ଚଗୋଟି ଉପାଧି ଲାଭ କରିଥିଲେ ।
୧. ପ୍ରଥମେ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ଵାରା ଉପେନ୍ଦ୍ର ଭଞ୍ଜ ‘ଵୀରଵର’ ଉପାଧିରେ ଭୁଷିତ ହୋଇଥିଲେ ।
୨. ଓଡ଼ିଶାର କଵିମାନଙ୍କ ମଧ୍ୟରେ ରାଜା ଉପେନ୍ଦ୍ର ଭଞ୍ଜଙ୍କୁ ଶ୍ରେଷ୍ଠ ମନେକରି ତାଙ୍କୁ କଵିସମ୍ରାଟ ଉପାଧି ପ୍ରଦାନ କରାଯାଇଥିଲା ।
୩. ଓଡ଼ିଶାର କଵିମାନଙ୍କ ମଙ୍ଗୁଆଳ ଵିଵେଚନା କରି ଉପେନ୍ଦ୍ର ଭଞ୍ଜଙ୍କୁ ମଙ୍ଗରାଜ ଉପାଧି ପ୍ରଦାନ କରାଯାଇଥିଲା।
୪. ଓଡ଼ିଶାର ଶ୍ରେଷ୍ଠ କଵିଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜଙ୍କ ରଚନା ଶୈଳୀ ଅତି ଉଚ୍ଚକୋଟୀର ହୋଇଥିଵାରୁ ତାଙ୍କୁ କଵି ସାର୍ବଭୌମ ଉପାଧି ପ୍ରଦାନ କରାଯାଇଥିଲା।
୫. ଓଡ଼ିଆ ସାହିତ୍ୟର କଵିଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜଙ୍କୁ ରାଜା ଭାଵେ ଵିଵେଚନା କରାଯାଇ ତାଙ୍କୁ କଵିକୁଳ କେଶରୀ ଉପାଧି ପ୍ରଦାନ କରାଯାଇଥିଲା।

ଆଉ କେତେକ ଉପାଧି ଓ ଉକ୍ତ ଉପାଧିଧାରୀ କଵିମାନଙ୍କ ନାମୋଲ୍ଲେଖ କରାଗଲା ।
● ଆଦିକବି ସାରଳା ଦାସ
● ବ୍ୟାସକବି ଫକୀରମୋହନ ସେନାପତି
● ସ୍ଵଭାବକବି ଗଙ୍ଗାଧର ମେହେର
● କବିବର ରାଧାନାଥ ରାୟ
● କବିଶେଖର ଚିନ୍ତାମଣୀ ମହାନ୍ତି
● କବିମଞ୍ଜୁଳ କୃଷ୍ଣ ପ୍ରସାଦ ବାସୁ
● କିଶୋରକବି ଶ୍ୟାମସୁନ୍ଦର ଦାସ
● କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
● ଜାତୀୟକବି ବୀରକିଶୋର ଦାସ
● ପ୍ରେମକବି ମାୟାଧର ମାନସିଂହ
● ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର
● ସନ୍ଥକବି ଭୀମ ଭୋଇ
● ଗଣକବି ବୈଷ୍ଣବ ପାଣି
● ଗୀତକବି ଗୋପାଳ କୃଷ୍ଣ ପଟ୍ଟନାୟକ
● ଭକ୍ତକବି ମଧୁସୂଦନ ରାଓ
● ଉତ୍କଳଘଣ୍ଟ ଯଦୁମଣୀ ମହାପାତ୍ର
● ଅତିବଡ଼(ଡୀ଼) ଜଗନ୍ନାଥ ଦାସ
● ପଲ୍ଲୀକବି ନନ୍ଦ କିଶୋର ବଳ
● ଗାଥାକବି ଗୋଦାବରୀଶ ମିଶ୍ର
● ନାରୀକବି କୁନ୍ତଳା କୁମାରୀ ସାବତ
● କୋକିଳକବି ଭଗବାନ ପତି
● ବ୍ୟଙ୍ଗକବି ଗୋଦାବରୀଶ ମହାପାତ୍ର
● ବିପ୍ଳବୀକବି ରବି ସିଂହ
● କବିରତ୍ନ ପୁରୁଷୋତ୍ତମ ମିଶ୍ର
● କବିଭୂଷଣ ଗୋପୀନାଥ ପାତ୍ର
● କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ

© ଶିଶିର ସାହୁ ମନୋଜ

Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

13 hours ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

2 days ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

2 days ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

2 days ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago