ଉପସ୍ଥାପନା: ଶିଶିର ସାହୁ ମନୋଜ

ଏକ ଦେଶରେ ଜଣେ ରାଜା ଥିଲେ ଯେ ତାଙ୍କର ସାତ ପୁଅ ଗୋଟିଏ ବୋଲି ଝିଅ । ଝିଅର ନାଆଁ କଲରେଇ ଫୁଲ ।

ଦିନେ ରାଜାଙ୍କ ମଝିଆଁ ପୁଅ କର୍ଣ୍ଣ ପାଞ୍ଚକୁଡୁମଇ ଗଛରୁ ନାଲି ଟହଟହ ଫଳଟିଏ ଆଣି ଘରେ ରଖି ମାଆକୁ କହିଲା – ‛ଏ ଫଳ ମୋର ସଂପତ୍ତି, ମୁଁ ବଡ଼ କଷ୍ଟ କରି ଆଣିଛି ଏ ଫଳକୁ ଯେ ଖାଇବ ସେ ମର୍କଟୀ ହେଉ ଭ୍ରୁକୁଟି ହେଉକି କି ରାକ୍ଷସୀ ହେଉ, ମୁଁ ମା ମଙ୍ଗଳାଙ୍କ ରାଣ ପକେଇ କହୁଛି ତାକୁ ମୁଁ ନିଶ୍ଚିତ ବାହା ହେବି !’

ଭାଇ ଘରେ ନଥିଲା ବେଳେ କଲରେଇ ଫୁଲ ଫଳଟି ଖାଇଦେଲା । କର୍ଣ୍ଣ ଜିଗର କଲା, ସେ ତା ପ୍ରତିଜ୍ଞା ରକ୍ଷା କରିବ ! ସମସ୍ତେ ବହୁତ ବୁଝେଇଲେ । ରାଜାପୁଅ ଯାହା ବୁଝିଛି ସେଇଆ ସେ ନିଜକଥାରୁ ଟଳିଲାନି ! ଶେଷକୁ ରାଜାଘର ଲୋକ ବିବାହ ଆୟୋଜନରେ ଲାଗିଗଲେ ।

ବେଦୀରେ ବର ବସିଲା, କଲରେଇ ଫୁଲ ମନଦୁଃଖରେ ଯାଇ ଏକ ବହୁତ ବଡ଼ ତଡାଗରେ ବେକେ ପାଣିରେ ରହିଲା !

ସେ ନିଶ୍ଚୟ କରିନେଇଛି, ବରଂ ଆତ୍ମହତ୍ୟା ତା ପାଇଁ ଶତ ଶ୍ରେୟସ୍କର କିନ୍ତୁ ଭାଇକୁ ବିବାହ କରିବ ନାହିଁ କି କୁଳରେ କଳଙ୍କ ଲଗାଇବ ନାହିଁ !

ମାଆ ଯାଇ ତାକୁ ଡାକୁଛନ୍ତି:
“ଆସ ଲୋ ଆସ ଲୋ କଲରେଇ ଫୁଲ,
ବିଭାହେବୁ ପରା !
ବେଦୀର ବର ଯେ ବୁଢ଼ା ହୋଇଲା,
ବେଦୀ ତଳେ ପାଣି ଆଣ୍ଠୁଏ ହେଲା,
ନାହକ ବ୍ରାହ୍ମଣ ବସି ରହିଲା,
ହଳଦୀକାଠୁଆ ଫିମ୍ପି ମାଇଲା,
ପେଡି଼ ଲୁଗାଯାକ ଉଈ ଖାଇଲା
ବିବାହର ତିଥି ଗଡି଼ ଗଡି଼ ଯାଏ ପରା !”

କିନ୍ତୁ କଲରେଇ ଫୁଲ ଅଭିମାନରେ କହୁଛି, ସେ ମରିଯିବ ପଛେ ଅନ୍ୟାୟ କରିବ ନାହିଁ । ମାଆ ତାକୁ ପୁଣି ବୁଝାଉଛନ୍ତି, ତହୁଁ କଲରେଇ ଫୁଲ ଫୁଲ କହୁଛି,

‛ଆଗେ ହେଇଥିଲ ମାଆ
ଏବେ ହେବ ତୁମେ ଶାଶୁ
ତୁମ ମୁହଁ ମୁହିଁ କିବା ଚାହିଁବି
ଏଇ ପୋଖରୀ ରେ ବୁଡ଼ି ମରିବି’

କଲରେଇ ଫୁଲକୁ ତା’ ମାଆ ବୁଝାଇ ପାରିଲାନି, ତହୁଁ ତା ବାପା ଆସି ତାକୁ କହିଲେ ଯେ ସେ ପୁଣି ସେହିପରି ମନା କରିଛି,
“ଆଗେ ଥିଲ ବାପ ତେମେ
ଏବେ ହେବ ଶଶ୍ଵର ଯେ
ତୁମ ମୁହଁ ମୁହିଁ ଯାହା ଚାହିଁବି
ଏ ପୋଖରୀ ଏଭେ ବୁଡି଼ ମରିବି”

ତାପରେ କଲରେଇ ଫୁଲର ସବା ବଡ଼ଭାଇ ଆସି ତାକୁ ବୁଝାଉଛନ୍ତି
ଯେ ସେ ପୁଣି କହୁଛି,
“ତୁମେ ଆଗେ ହୋଇଥିଲ ଭାଇ ଯେ,
ଏବେ ହେବ ଦେଢଶୁର ଯେ ।
ତୁମ ମୁହଁ ମୁହିଁ ଯାହା ଚାହିଁବି
ଏହି ପାଣିରେ ବୁଡି଼ ମରିବି ।
ବୁଡୁ଼ରେ ଡଙ୍ଗା ବୁଡ଼ ରେ . . !”

ଧର୍ମଦେବତା ଆଉ ସହି ପାରୁନଥିଲେ ଗୋଟିଏ ନାରୀର ଧର୍ମରକ୍ଷା ପାଇଁ ସେ ତୁଠ ପଥରରେ ଥିବାତେଲ ହଳଦୀ ଦୈବୀ ଯୋଗରେ ପାଣିରେ ପଡିଗଲା ଯେ ତାହା ଏକ କୋଶଳି (ଛୋଟ ଡଙ୍ଗା) ହୋଇଗଲା । ଦାନ୍ତକାଠି କାତ ହୋଇଗଲା । ଏହି ଡଙ୍ଗାରେ ବସି କଲରେଇ ଫୁଲ ତଡା଼ଗ ମଝିକି ଚାଲିଗଲା ଓ ପାଣିରେ ବୁଡି଼ ମରିଗଲା । କିନ୍ତୁ ଧର୍ମରକ୍ଷା ପାଇଁ ପ୍ରାଣତ୍ୟାଗ କରିଥିବାରୁ ଦୈବୀ ପ୍ରଭାବରେ ସେ କଲରା ମଞ୍ଜି ହୋଇ ତଡାଗ ତୁଠରେ ପଡି଼ରହିଲା ।

ତହିଁ ପରଦିନ ଜଣେ ଋଷି ସେପଟେ ଯାଉଥିଲା ବେଳେ ଅତ୍ୟଧିକ ରୌଦ୍ରତାପ ଯୋଗୁଁ ସ୍ନାନ କରିବାକୁ ଇଚ୍ଛା କଲେ । ସେ ସେହି ଘାଟକୁ ଗଲେ ସ୍ନାନ କଲେ, ସ୍ନାନ କରି ଫେରିଲା ବେଳକୁ ତାଙ୍କ ଆଖିକୁ ଦିଶିଗଲାସ୍ଵାଭାବିକ ଆକାର ଠାରୁ ଯଥେଷ୍ଟ ବଡ଼ କଲରା ମଞ୍ଜିଟିଏ !

ଋଷି ଭାବିଲେ ଏ ମଞ୍ଜିକୁ ଲଗାଇଲେ ନିଶ୍ଚୟ ବଡ଼ ବଡ଼ କଲରା ଫଳିବ ! ତେଣୁ ସେ ତାକୁ ନେଇ ବିଭିନ୍ନ ମଞ୍ଜି ରଖାଯାଉଥିବା ଝୁଲାରେ ରଖିଦେଲେ ।

କଲରେଇ ଫୁଲ ପାଣିରେ ବୁଡ଼ି ମରିଥିଲେ ବି ତା’ ଶରୀର କଲରାମଞ୍ଜି ହୋଇଯାଇଥାଏ। ସେ ନିଶାରାତ୍ରୀରେ ଋଷିଙ୍କ ମଞ୍ଜି ଝୁଲିରୁ ମନୁଷ୍ୟ ରୂପରେ ବାହାରି, ଘର ପାଇଟି କରି ପୁଣି ଝୁଲି ଭିତରେ ପଶି ମଞ୍ଜି ପାଲଟି ଯାଉଥିଲା । ଋଷି ବହେ ଦିନ ତାହା ଶ୍ରୀଲକ୍ଷ୍ମୀଙ୍କର ତାଙ୍କ ଭକ୍ତ ପ୍ରତି ସ୍ନେହ ମନେକରି ରହିଥାନ୍ତି ।

ଦିନେ ପ୍ରତ୍ୟୁଷ ପୂର୍ବରୁ ଉଠିପଡି଼ଲାରୁ କଲରେଇ ଫୁଲ ଋଷିଙ୍କ ହାବୁଡ଼ରେ ପଡିଗଲା । ତହୁଁ ଋଷି ତାକୁ ତା’ ବିଷୟରେ ପୁଚ୍ଛା କରନ୍ତେ ସେ ସବୁକଥା ଗୋଟି ଗୋଟି କରି କହିଗଲା । କଲରେଇ ଫୁଲ ସେଇଠୁ କିଛି ଦିନ ଋଷିଙ୍କ ଆଶ୍ରମରେ ତାଙ୍କ ଧରମଝିଅ ହୋଇ ରହିଲା । ଋଷି ଆଶ୍ରମରେ ସେ ବଡ଼ ଖୁସିରେ ରହୁଥିଲା ହେଲେ ଘର କଥା ମନେ ପଡିଲେ ଲୁଚି ଲୁଚି କାନ୍ଦେ । ଦିନେ କଲରେଇ ଫୁଲ କାନ୍ଦୁଥିବାର ଦେଖିପାରିଲେ ଋଷି !

ଋଷି ତାକୁ ନେଇ ତା’ ଘରେ ଛାଡ଼ି ଆସିଲେ । ହଜିଲା ଝିଅକୁ ପାଇ ସମସ୍ତେ ଆନନ୍ଦିତ ହେଲେ । ଭାଇର ପ୍ରତିଜ୍ଞା ଅପୂର୍ଣ୍ଣ ରହିଲା । ମଲାଝିଅ ବଞ୍ଚି ଫେରିଆସିଲା ଏବଂ ତାହା ତା’ର ଆଉ ଏକ ଜନ୍ମ ଥିଲା । କଳଙ୍କରୁ ସେ ନିଜେ ଓ କୁଟୁମ୍ବ ରକ୍ଷା ପାଇଲେ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago