ଉପସ୍ଥାପନା: ଶିଶିର ସାହୁ ମନୋଜ
ଵୈରୀଗଞ୍ଜନ ମହାନ୍ତି ଘୁମୁସରର ଅଧିଵାସୀ ଥିଲେ । ସେ ଅତ୍ୟନ୍ତ ଚତୁର, ଵିଚକ୍ଷଣ ଓ ଵୀର ଥିଲେ । ତାଙ୍କ ଗୁଣରେ ମୁଗ୍ଧ ହୋଇ ନୟାଗଡ଼ ରଜା ତାଙ୍କୁ ମନ୍ତ୍ରୀ କରି ନେଇଥିଲେ । ନୟାଗଡ଼ର ରାଣୀ ଥିଲେ ଘୁମୁସର ରାଜାଙ୍କର ସହୋଦରା ଭଗିନୀ । ସେ ଅତ୍ୟନ୍ତ ସୁନ୍ଦରୀ ଥିଲେ । ଵୈରୀଗଞ୍ଜନଙ୍କର କାମଦୃଷ୍ଟି ନୟାଗଡ଼ ରାଣୀଙ୍କ ଉପରେ ପଡ଼ିଲା । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଗୁପ୍ତ ସ୍ନେହଭାଵ ଓ ପ୍ରଣୟର ଅଦାନ ପ୍ରଦାନ ମଧ୍ୟ ଚାଲିଲା । କଥା କିନ୍ତୁ ଲୁଚି ଛପିରହିଲା ନାହିଁ । ଘୁମୁସର ରାଜାଙ୍କ କାନରେ ମଧ୍ୟ ଏ ଖବର ପହଞ୍ଚିଲା । ଘୁମୁସର ରଜା ସେତେବେଳେ ଖାଇଵାକୁ ଯାଉଥାଆନ୍ତି । ସେ ସଙ୍ଗେ ସଙ୍ଗେ ସୈନ୍ୟମାନଙ୍କୁ ଆଦେଶ ଦେଲେ, ‘ଯାଅ—ଵୈରୀଗଞ୍ଜନର କଟାମୁଣ୍ଡ ଧରିଆସ । ଵୈରୀଗଞ୍ଜନର ମୁଣ୍ଡ ନ ଆସିଵା ପର୍ଯ୍ୟନ୍ତ ମୁଁ ଭାତ ଖାଇବି ନାହିଁ । ପ୍ରଥମେ ତାହାର ରକ୍ତରେ ଚିତା ଘେନବି ।”
ଘୁମୁସର ରାଜାଙ୍କ ଆଜ୍ଞା ପାଳନକରି ସୈନ୍ୟମାନେ ଅଵିଳମ୍ବେ ଘୋଡ଼ାରେ ଚଡ଼ି ନୟାଗଡ଼ ଗଲେ । ସେତେବେଳେ ଵୈରୀଗଞ୍ଜନ ମହାନ୍ତି ପିଣ୍ଡାରେ ବସି ତେଲ ଲଗାଉଥାନ୍ତି । ଘୁମୁସରର ସୈନ୍ୟମାନେ ତାଙ୍କୁ ଘେରିଗଲେ ।
ଭୀଷଣ ଲଢେ଼ଇ ହେଲା କିନ୍ତୁ ଵୈରୀଗଞ୍ଜନଙ୍କୁ କେହି କାବୁ କରିପାରୁନଥାନ୍ତି । ତେବେ କଥାରେ ଅଛି ଯୋଡା଼କୁ ଘୋଡ଼ା ସରି ନୁହେଁ ତେଣୁ ଶେଷରେ ଵୈରୀଗଞ୍ଜନ ମହାନ୍ତି ହାରିଗଲେ ଏଵଂ ତାଙ୍କ ମୁଣ୍ଡ କଟା ହୋଇ ଘୁମୁସର ଅଣାଗଲା ।
ମୁଣ୍ଡକୁ ଥାଳୀରେ ଧରି ସୈନ୍ୟମାନେ ଗୀତ ଗାଇ ଗାଇ ଘୁମୁସର ଫେରିଲେ—
‘କେ କଂ, ହୋ ହା !
ଵୈରୀଗଞ୍ଜନର ମୁଣ୍ଡ ଯାଉଛି
କେ କଂ, ହୋ ହା ।’
ଵୈରୀଗଞ୍ଜନର ଦୁଇ ସ୍ତ୍ରୀ ଥିଲେ । ଜଣେ ଧର୍ମପତ୍ନୀ ଆର ଜଣକ ରକ୍ଷିତା । ନୟାଗଡ଼ ରାଜା ଵୈରୀଗଞ୍ଜନଙ୍କର ଦୁଇ ସ୍ତ୍ରୀ ଓ ଵାଳକ ପୁତ୍ର ଦୀନବନ୍ଧୁକୁ ନୟାଗଡ଼ରୁ ଵହିଷ୍କାର କରିଦେଲେ । ଘୁମୁସର ଓ ରସୁଲକୁଣ୍ଡା ଗଲେ ପ୍ରାଣପ୍ରତି ଵିପଦ ଜାଣି ସେମାନେ ଜୀଵନଵିକଳରେ ଆସି ଇଂରେଜମାନଙ୍କର ଶରଣ ପଶିଲେ ।
ଵୈରୀଗଞ୍ଜନଙ୍କର ପୁଅ ଦୀନବନ୍ଧୁ, ବଡ଼ହୋଇ ଇଂରେଜଙ୍କ ଅଧୀନରେ ଚାକିରୀ କଲେ । କୂଟ କପଟ କରି ପିତୃ-ହତ୍ୟାର ପ୍ରତିଶୋଧ ନେଵାପାଇଁ ସବୁ ରାଜାମାନଙ୍କୁ ଧରାଇଦେଲେ । ଘୁମୁସରର ରାଜା ଵ୍ରଜରାଜ ଭଞ୍ଜ ଧରା ହୋଇ ଜେଲ୍ ଗଲେ । ଦୀନବନ୍ଧୁ ମହାନ୍ତି ଭାରତବର୍ଷରେ ପ୍ରଥମ ଓଡ଼ିଆ ଡେପୁଟି କଲେକ୍ଟର । ତାଙ୍କର ଅଚଳାଚଳ ସମ୍ପତ୍ତି ହେଲା ଓ ଖ୍ୟାତି ବଢି଼ଲା । ଢେଙ୍କାନାଳ, ବିସିପୋଡ଼ା ଆଦି ରାଜ୍ୟରେ ମଧ୍ୟ ଇଂରେଜଙ୍କ ହାତବାରସି ଭାଵରେ ଦୀନବନ୍ଧୁ ମହାନ୍ତି କାମ କରୁଥିଲେ ।
ଏଣୁ ପ୍ରଵାଦ ଅଛି—
‘‘ଦୀନବନ୍ଧୁ ତହସିଲ୍‌ଦାର,
ଢେଙ୍କାନାଳରୁ ବିସିପୋଡ଼ାକୁ
ରସୁଲକୁଣ୍ଡା ଲାଗିଚି ଭାର ।”
ଲୋକକଥାରେ ଏହି କାହାଣୀକୁ ଆହୁରି ଅତିରଞ୍ଜିତ କରାଯାଇ କୁହାଯାଏ । ଯଥା—
(କ) ଵୈରୀଗଞ୍ଜନ ମହାନ୍ତିଙ୍କ ମୁଣ୍ଡ ଅନେକ ଥର କାଟିଵାକୁ ପ୍ରଯତ୍ନ କଲେ ହେଁ ତାହା କଟୁନଥିଲା । ଦେଖାଗଲା ତାଙ୍କ ବେକରେ ଗୋଟିଏ ମନ୍ଥୁରା ଡେଉଁରିଆ ରହିଛି ଫଳତଃ ତାଙ୍କ ବେକ କାଟିଲେ ମଧ୍ୟ କଟୁନାହିଁ । ସେହି ଡେଉଁରିଆକୁ କାଢି଼ ଆଣିଵାରୁ ଵୈରିଗଞ୍ଜନଙ୍କ ମୁଣ୍ଡ କାଟିଵାକୁ ଘୁମସରର ସୈନିକମାନେ ସମର୍ଥ ହେଲେ ।
(ଖ) ଵୈରୀଗଞ୍ଜନଙ୍କର ଦୁଇ ସ୍ତ୍ରୀ ଥିଲେ । ବୈରୀରଞନର ମୁଣ୍ଡ କଟିଵା କ୍ଷଣି ତାଙ୍କ ଵିଵାହିତ ପତ୍ନୀର ହାତରେ ଥିଵା ସୁନାକାଚ ଫାଟିଗଲା । ଏଣୁ ସେ ସ୍ବାମୀଙ୍କୁ ଵିପତ୍ତି ପଡି଼ଛି ବୋଲି ଜାଣିପାରି ନୟାଗଡ଼ ଛାଡ଼ି ଚାଲିଯାଇଥିଲେ ।
(ଵି:ଦ୍ର: ଏହି ଲୋକକଥାଟି ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଓଡ଼ିଶାର କିଂଵଦନ୍ତୀ ପୁସ୍ତକରୁ ସଂଗୃହୀତ)
Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

10 hours ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 day ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

2 days ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

2 days ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago