ଲେଖା: ବନ୍ଧନ ଦଳେଇ

 

~ କବି ରାଧାମୋହନ ଗଡ଼ନାୟକ ~
ଆଧୁନିକ ଓଡିଆ କବିତାର ଅନ୍ୟତମ ଦିଗଦର୍ଶକ କବି ରାଧାମୋହନ ଗଡ଼ନାୟକ । ସେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଅନୁଗୋଳ ନିକଟବର୍ତ୍ତୀ କଲଣ୍ଡାପାଳ ଗ୍ରାମରେ ୧୯୧୧ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୨୫ ତାରିଖରେ ଭୂମିଷ୍ଠ ହୋଇଥିଲେ। ଛାତ୍ରାବସ୍ଥାରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ ଏବଂ ସେହି ସମୟରୁ ବହୁତ କବିତା ତାଙ୍କର ସହକାର, ଉତ୍କଳ ସାହିତ୍ୟ, ପ୍ରଭୃତି ପତ୍ରିକାରେ ପ୍ରକାଶିତ ହେଉଥିଲା। ଏଗୁଡିକ ମଧ୍ଯରେ ଥିଲା ଇଂରେଜ କବିତାର କେତୋଟି ଅନୁଦିତ ରୁପ।
ଏହି କବିତାଗୁଡିକରେ କବିଙ୍କ ପଲ୍ଲୀପ୍ରାଣତା, ଜାତୀୟତା ଓ ଭାଗବତବୋଧର ସ୍ପଷ୍ଟ ସଙ୍କେତ ମିଳେ। ଇଂରେଜୀ କବିତାର ଅନୁବାଦରୁ ତାଙ୍କ ପ୍ରତିଭାର ଉନ୍ମେଷ ଅବଲମ୍ବନାଶ୍ରୟୀ ହୋଇ ଘଟିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ଯ କବି ରାଧାମୋହନ ଗଡ଼ନାୟକ ଏହି ଅନୁବାଦକୁ ଆତ୍ମାଭିମୁଖ୍ୟର ମାଧ୍ୟମ ରୁପେ ଆଦରି ନେଇଥିଲେ। ଏହାର ଉଦାହରଣ ହେଉଛି ‘ମେଘଦୂତ’ ଓ ‘ସୋରାବରୁସ୍ତମ’ ଅନୁଦିତ ଗ୍ରନ୍ଥଦ୍ବୟ ତାଙ୍କ ରଚିତ ନାଟ୍ୟ -କାବ୍ୟ ‘କାଳିଦାସ’ ବହୁ କିମ୍ବଦନ୍ତୀରେ ପୁଷ୍ଟ।
ଭାଷା ଓ ଛନ୍ଦର ଅପୁର୍ବ ସମନ୍ବୟରେ ଏହି ଗ୍ରନ୍ଥଟିରେ ସୃଷ୍ଟି ହୋଇଛି ଏକ ଅନନ୍ଯ ଓ ଅନତିକ୍ରମ୍ୟ କାବ୍ୟାଦର୍ଶ। କାବ୍ୟନାୟିକା, (୧୯୪୫), ଉତ୍କଳିକା, (୧୯୪୫), ମୌସୁମୀ (୧୯୫୧), ପଶୁପକ୍ଷୀର କାବ୍ୟ, (୧୯୫୯), ଶାମୁକାର ସ୍ବପ୍ନ (୧୯୬୧), ଧୁସର ଭୂମିକା (୧୯୬୦), ସୁର୍ଯ୍ୟ ଓ ଅନ୍ଧକାର (୧୯୭୪), ହୀରାଖଣ୍ଡର ଗାଥା (୧୯୮୭) ଆଦି କବିତା ଗ୍ରନ୍ଥ କବିଙ୍କ ଉନ୍ମୁକ୍ତ ତଥା ବ୍ୟାପକ ଦୃଷ୍ଟିଭଙ୍ଗୀର ଦ୍ୟୋତକ ।
ମଧୁର କୋମଳ ଭାଷା, ମାତ୍ରାଛନ୍ଦର ସମସ୍ତ କୌଶଳର ନିପୁଣ ପ୍ରୟୋଗ ଏବଂ ଭାବ ଓ ଶୈଳୀର ଚମତ୍କାର ସମନ୍ବୟରେ ରଚିତ ତାଙ୍କର ପ୍ରତିଟି କବିତା ପାଠକ ମନରେ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ପାଇଁ ସମର୍ଥ।
“ଅଗ୍ନିମିତ୍ର”“ଉପଗୁପ୍ତ” ଛଦ୍ମନାମରେ ମଧ୍ଯ କବି ରାଧାମୋହନ ଗଡ଼ନାୟକ ଅନେକ କବିତା ରଚନା କରିଥିଲେ, ଯେଉଁଗୁଡିକ ନବୀନ, ସହକାର, ଉତ୍କଳ ସାହିତ୍ୟ, ମୁକୁର, ଝଙ୍କାର, ଆଦି ପତ୍ରିକାରେ ପ୍ରକାଶିତ ହୋଇଥିଲା । ତାଙ୍କ ଉତ୍କଳିକା, ସ୍ମରଣିକା, କୈଶୋରିକା, ଶାମୁକାର ସ୍ବପ୍ନ, ଅବାଚୀର ଚାରା ଇତ୍ୟାଦି କବିତା ସଙ୍କଳନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠ୍ଯପୁସ୍ତକ ରୁପେ ନିର୍ବାଚିତ ହୋଇ ବର୍ଷ ବର୍ଷ ଧରି ଆଦୃତି ଲାଭ କରିଛି। ତାଙ୍କ ସମ୍ପାଦନାରେ ୧୯୪୨ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ “କୁନ୍ତଳା କୁମାରୀ ସ୍ମରଣିକା” ତାଙ୍କୁ ପ୍ରଥମ ସ୍ମରଣିକା ସମ୍ପାଦନର ଗୌରବ ପ୍ରଦାନ କରେ।
“ସୁର୍ଯ୍ୟ ଓ ଅନ୍ଧକାର” କବିତାଗ୍ରନ୍ଥ ତାଙ୍କୁ ୧୯୭୫ରେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ବିଜେତା କରାଇଥିଲା ୧୯୯୦ରେ ପଦ୍ମଶ୍ରୀ ଉପାଧି, ୧୯୩୩ରେ ପ୍ରଥମ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ୧୯୭୭ରେ ଉତ୍କଳରତ୍ନଡିଲିଟ୍ ଉପାଧି ଇତ୍ୟାଦି ବହୁ ସମ୍ମାନରେ ସେ ଭୁଷିତ ହୋଇଥିଲେ। ତାଙ୍କ କବିମାନସର ଉଲ୍ଲେଖ୍ୟ ବିଶେଷତ୍ବ ହେଉଛି ନିର୍ଭିକତା ଓ ମାନବବାଦ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago