କବି ଭାନୁଜୀ ରାଓ
ଲେଖା: ଅଶୋକ ମିଶ୍ର

କଟକର କାଳୀଗଳିର ଗହଳି ଭିତରେ କବିର ସେ ଛୋଟ ଗୋଲେଇ ଘର l ପିତୃପୁରୁଷରୁ ଅର୍ଜିତ ପର୍ଯ୍ୟାପ୍ତ ନାମ ଓ ଭୂସମ୍ପତ୍ତି l କବାଟ ଖୋଲି ଭିତରକୁ ପଶିଲେ ଆଖିରେ ପଡ଼େ ଯତ୍ନରେ ବଢିଥିବା ଫୁଲଗଛ l ତିନୋଟି ପ୍ରଶସ୍ତ ପାହାଚ l ତାକୁ ଡେଇଁଲେ ଗୋଟିଏ ବୈଠକଖାନା l ମଧୁସୂଦନ ରାଓଙ୍କ ବାସ୍ନା ବାରିହୁଏ ସେଇଠି ! ଇଏ କଣ ସେଇ ମାଟି ଯେଉଁଠି ଅକ୍ଷର ଶବ୍ଦ ହୁଏ ତାପରେ କବିତା . . .?

ପୁରାପୁରି ପରମ୍ପରାକୁ ଜଳାଞ୍ଜଳି ନ ଦେଇ, ଆଧୁନିକ କବିତା ଯେ ଲେଖାଯାଇପାରେ ! ମୃତ୍ୟୁଚେତନା, ହତାଶା, ତେଲଲୁଣ ସଂସାରର କ୍ଳେଶ, ସଂଗୀତହୀନତା ଭିତରେ କବି ଦେଖିଚି ଏଵେ ବି ଆଶା ମରିନାହିଁ l  ପ୍ରତିଦିନ ଫୁଲଟି ଫୁଟିଉଠୁଛି l ସଂକ୍ଷିପ୍ତ ହଉପଛେ: ପ୍ରତିଶ୍ରୁତିଟିଏ ତ ଦଉଚି l

କବି ଭାନୁଜୀ ରାଓ l

କେତେ ଛାଇ
ଦୂରେ ଥାଇ
ହାତ ଠାରି ଡାକେ
କେତେ ସନ୍ଧ୍ୟା ରାତିହୁଏ
ଆଶା ମୋର ତାର ହୋଇ ଫୁଟେ
କେଉଁ ମାୟାଲୋକେ
ପୁଣି କେତେ ଝରିପଡେ
ଆକାଶ ର ଅଗଣା ରେ ନିତି
ଧୋବ ଧୋବ ମେଘ ମାଛ କାତି l

ଦେଖନ୍ତୁ, କବିର ଅନ୍ତରୀକ୍ଷରେ ଅନ୍ଧାର ତ ଅଛି, କିନ୍ତୁ ଅଛି ଏକ ଆଶା l

କାଠଯୋଡ଼ି ସ୍ବପ୍ନ ଦେଖେ
କାଶଫୁଲ ଧୋବ ବାଲିର
ଅଗଣିତ ନକ୍ଷତ୍ରର ଛାଇ,
ବସନ୍ତର ସବୁଜ ଚଢ଼େଇ,
ସନ୍ଧ୍ୟା ଆସେ କାଠଯୋଡ଼ି କଥାକହେ,
ବାଲି ଆଉ ନକ୍ଷତ୍ର ର କଥା l

ଏହି ପଦଟିରେ, ନିର୍ଜୀବ, ନିଥର, କାଠଯୋଡ଼ି ବାଲି କବିକୁ କଥା କହେ – କଳିଙ୍ଗର କଥା କେତେ ବ୍ୟଥା l ପୁଣି କେତେ ନାମହୀନ, ଗହଳି ରେ ହଜିଯାଉଥିବା ସେ ମଣିଷମାନଙ୍କ କଥା l

ଜୀବନ ପରି, ନଈ l ନଈର ଦୁଇପଠା ବଞ୍ଚିଥିବା ଜୀବନ ଓ ଦିଶୁଥିବା ଜୀବନ ପରି ଅଲଗା । କିନ୍ତୁ ବହି ଯାଉଥିବା ନଈ ପ୍ରତିବନ୍ଧକ ନହୋଇ କବି ପାଇଁ ହେଇଚି ମାର୍ଗ,  ହଉପଛେ ରହସ୍ୟମୟ l

ଚିରାଚରିତ ହେଇଥିଲେ କବି କଣ ସେ ପଥରେ ଯାଇଥାନ୍ତା କି. . .?

କାନ୍ଥରେ ଝୁଲୁଥିବା ଛବିପରି ନଈ ଆରପାରି
ରହସ୍ୟର କୁହୁଡିରେ ମ୍ଳାନ
କେହିଜଣେ ଆଙ୍କି ଅଛି ନୀଳିମାରେ
ବୁଡାଇ ବୁଡାଇ ପାହାଡ଼ ର ଧାଡି l

କବିର ଯେଉଁ କଥାଟି ବାରମ୍ବାର ମୋତେ ଅଣନିଶ୍ୱାସୀ କରେ,
ଭୁଲିବାକୁ ଦିଏନି, ମୃତ୍ୟୁ ଚେତନାର ଦିଗବଳୟକୁ ଦେଖାଏ l ଜୀବନରେ ଥାଇ ମଧ୍ୟ ! ସେ ପୁଣି କିପରି କଥା . .?

ମୁଁ ଦିନେ ଚାଲିଯିବି
ଫେରିବିନି ଛାଇ ଲେଉଟିଲେ
ପାଣିବିନା ମରିଜିବ
ରଜନୀଗନ୍ଧା ସିମେଣ୍ଟ ଟଵରେ
ଅନାବନା ଘାସ ରେ ପୁରି ଜିବ
ବଗିଚା ର ସବୁ ଚଉତରା
ଫୁଲ ଆଉ ଫୁଟିବନି
ମାଧବୀ ଲଟା ରେ l

ପ୍ରଣାମ କବି ଭାନୁଜୀ ରାଓ l 

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago