କବି ଭାନୁଜୀ ରାଓ
ଲେଖା: ଅଶୋକ ମିଶ୍ର

କଟକର କାଳୀଗଳିର ଗହଳି ଭିତରେ କବିର ସେ ଛୋଟ ଗୋଲେଇ ଘର l ପିତୃପୁରୁଷରୁ ଅର୍ଜିତ ପର୍ଯ୍ୟାପ୍ତ ନାମ ଓ ଭୂସମ୍ପତ୍ତି l କବାଟ ଖୋଲି ଭିତରକୁ ପଶିଲେ ଆଖିରେ ପଡ଼େ ଯତ୍ନରେ ବଢିଥିବା ଫୁଲଗଛ l ତିନୋଟି ପ୍ରଶସ୍ତ ପାହାଚ l ତାକୁ ଡେଇଁଲେ ଗୋଟିଏ ବୈଠକଖାନା l ମଧୁସୂଦନ ରାଓଙ୍କ ବାସ୍ନା ବାରିହୁଏ ସେଇଠି ! ଇଏ କଣ ସେଇ ମାଟି ଯେଉଁଠି ଅକ୍ଷର ଶବ୍ଦ ହୁଏ ତାପରେ କବିତା . . .?

ପୁରାପୁରି ପରମ୍ପରାକୁ ଜଳାଞ୍ଜଳି ନ ଦେଇ, ଆଧୁନିକ କବିତା ଯେ ଲେଖାଯାଇପାରେ ! ମୃତ୍ୟୁଚେତନା, ହତାଶା, ତେଲଲୁଣ ସଂସାରର କ୍ଳେଶ, ସଂଗୀତହୀନତା ଭିତରେ କବି ଦେଖିଚି ଏଵେ ବି ଆଶା ମରିନାହିଁ l  ପ୍ରତିଦିନ ଫୁଲଟି ଫୁଟିଉଠୁଛି l ସଂକ୍ଷିପ୍ତ ହଉପଛେ: ପ୍ରତିଶ୍ରୁତିଟିଏ ତ ଦଉଚି l

କବି ଭାନୁଜୀ ରାଓ l

କେତେ ଛାଇ
ଦୂରେ ଥାଇ
ହାତ ଠାରି ଡାକେ
କେତେ ସନ୍ଧ୍ୟା ରାତିହୁଏ
ଆଶା ମୋର ତାର ହୋଇ ଫୁଟେ
କେଉଁ ମାୟାଲୋକେ
ପୁଣି କେତେ ଝରିପଡେ
ଆକାଶ ର ଅଗଣା ରେ ନିତି
ଧୋବ ଧୋବ ମେଘ ମାଛ କାତି l

ଦେଖନ୍ତୁ, କବିର ଅନ୍ତରୀକ୍ଷରେ ଅନ୍ଧାର ତ ଅଛି, କିନ୍ତୁ ଅଛି ଏକ ଆଶା l

କାଠଯୋଡ଼ି ସ୍ବପ୍ନ ଦେଖେ
କାଶଫୁଲ ଧୋବ ବାଲିର
ଅଗଣିତ ନକ୍ଷତ୍ରର ଛାଇ,
ବସନ୍ତର ସବୁଜ ଚଢ଼େଇ,
ସନ୍ଧ୍ୟା ଆସେ କାଠଯୋଡ଼ି କଥାକହେ,
ବାଲି ଆଉ ନକ୍ଷତ୍ର ର କଥା l

ଏହି ପଦଟିରେ, ନିର୍ଜୀବ, ନିଥର, କାଠଯୋଡ଼ି ବାଲି କବିକୁ କଥା କହେ – କଳିଙ୍ଗର କଥା କେତେ ବ୍ୟଥା l ପୁଣି କେତେ ନାମହୀନ, ଗହଳି ରେ ହଜିଯାଉଥିବା ସେ ମଣିଷମାନଙ୍କ କଥା l

ଜୀବନ ପରି, ନଈ l ନଈର ଦୁଇପଠା ବଞ୍ଚିଥିବା ଜୀବନ ଓ ଦିଶୁଥିବା ଜୀବନ ପରି ଅଲଗା । କିନ୍ତୁ ବହି ଯାଉଥିବା ନଈ ପ୍ରତିବନ୍ଧକ ନହୋଇ କବି ପାଇଁ ହେଇଚି ମାର୍ଗ,  ହଉପଛେ ରହସ୍ୟମୟ l

ଚିରାଚରିତ ହେଇଥିଲେ କବି କଣ ସେ ପଥରେ ଯାଇଥାନ୍ତା କି. . .?

କାନ୍ଥରେ ଝୁଲୁଥିବା ଛବିପରି ନଈ ଆରପାରି
ରହସ୍ୟର କୁହୁଡିରେ ମ୍ଳାନ
କେହିଜଣେ ଆଙ୍କି ଅଛି ନୀଳିମାରେ
ବୁଡାଇ ବୁଡାଇ ପାହାଡ଼ ର ଧାଡି l

କବିର ଯେଉଁ କଥାଟି ବାରମ୍ବାର ମୋତେ ଅଣନିଶ୍ୱାସୀ କରେ,
ଭୁଲିବାକୁ ଦିଏନି, ମୃତ୍ୟୁ ଚେତନାର ଦିଗବଳୟକୁ ଦେଖାଏ l ଜୀବନରେ ଥାଇ ମଧ୍ୟ ! ସେ ପୁଣି କିପରି କଥା . .?

ମୁଁ ଦିନେ ଚାଲିଯିବି
ଫେରିବିନି ଛାଇ ଲେଉଟିଲେ
ପାଣିବିନା ମରିଜିବ
ରଜନୀଗନ୍ଧା ସିମେଣ୍ଟ ଟଵରେ
ଅନାବନା ଘାସ ରେ ପୁରି ଜିବ
ବଗିଚା ର ସବୁ ଚଉତରା
ଫୁଲ ଆଉ ଫୁଟିବନି
ମାଧବୀ ଲଟା ରେ l

ପ୍ରଣାମ କବି ଭାନୁଜୀ ରାଓ l 

admin

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

1 year ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago