ଲେଖା: ଶିଶିର ମନୋଜ ସାହୁ
~ କନ୍ତିଓ ମଠ ~
ଢେଙ୍କାନାଳରେ ଥିଵା ବାରଗୋଟି ଵୈଷ୍ଣଵ ମଠ ମଧ୍ୟରେ ଆମ ଗାଆଁର #କନ୍ତିଓ_ମଠ ଅନ୍ୟତମ । ୰ଶ୍ରୀରାମଚନ୍ଦ୍ର ଭକ୍ତିଵିନୋଦଙ୍କ ଦ୍ଵାରା ସଂକଳିତ “ଢେଙ୍କାନାଳ ଭୂଗୋଳ” ପୁସ୍ତକ ଅନୁସାରେ ଢେଙ୍କାନାଳର ପ୍ରମୁଖ ବାରଗୋଟି ମଠଗୁଡି଼କ ହେଲା …
କ) ଯାଉଁଳିପୋଖରୀ ମଠ (ନିଜଗଡ଼ ଵିଷୟ)
ଖ) ଜୟଗୋପାଳ ମଠ (ନିଜଗଡ଼ ଵିଷୟ)
ଗ) ଶମ୍ଭୁଗୋପାଳ ମଠ (ନିଜଗଡ଼ ଵିଷୟ)
ଘ) ଖୁଣ୍ଟଝରୀ ମଠ (ଵଳରାମପୁର ଵିଷୟ)
ଙ) କନ୍ତିଓ ମଠ (ପାରିମାଳ ଵିଷୟ)
ଚ) ଅଘିରାଗୁଡ଼ା ମଠ (ପାରିମାଳ ଵିଷୟ)
ଛ) ଜିରିଡ଼ାମାଳି ମଠ (ଜେନାଦେଶ ଵିଷୟ)
ଜ) ଖୋକସା ମଠ (ନୃସିଂହନାଥ ଵିଷୟ)
ଝ) ବାଲିବୋ ମଠ (ଗଁପୁର ଵିଷୟ)
ଞ) ଜକିୟା ମଠ (ନୂଆଗଡ଼ ଵିଷୟ)
ଟ) ରିଆମଠ (ରାୟସିଂହ ପ୍ରସାଦ ଵିଷୟ)
ଠ) ତେନ୍ତୁଳିଆ ମଠ (ବଣିଆପଡ଼ା ଵିଷୟ)
ଢେଙ୍କାନାଳ ଭୂଗୋଳ ପୁସ୍ତକର ଅନ୍ୟ ଏକ ସ୍ଥାନରେ ‍୰ଶ୍ରୀରାମଚନ୍ଦ୍ର ଭକ୍ତିଵିନୋଦଙ୍କ ଦ୍ଵାରା ଉଲ୍ଲେଖ କରାଯାଇଛି ଯେ “କନ୍ତିଓ ଗ୍ରାମ ହେଉଛି ଢେଙ୍କାନାଳ ରାଜାଙ୍କର ରାଜଗୁରୁଙ୍କ ଗ୍ରାମ ।”
(ପୁରୁଣା ଭଗ୍ନ କନ୍ତିଓ ମଠ)
ପୁରୁଣା କନ୍ତିଓ ମଠ ଓ ଶ୍ରୀଵୃନ୍ଦାଵନଚନ୍ଦ୍ର ଭଗଵାନଙ୍କର ମନ୍ଦିର ବ୍ରାହ୍ମଣୀ ନଦୀକୂଳରେ ଅଵସ୍ଥିତ ଥିଲା କିନ୍ତୁ ଅଧୁନା ଏ ଉଭୟ ନଦୀ ଠାରୁ ଏକ ଦେଢ଼ କି.ମି. ପଶ୍ଚିମରେ ପୁନଃନିର୍ମିତ ହୋଇଅଛି ।
ଆମ ପାରିମାଳ ଵିଷ/ଵିଷୟ ଵା ପ୍ରଗଣାରେ ଥିଵା ଗ୍ରାମଗୁଡି଼କର ନାମ ମଧ୍ୟ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି । ଢେଙ୍କାନାଳ ଭୂଗୋଳ ପୁସ୍ତକରେ ପାରିମାଳ ଵିଷୟ ଵା ପ୍ରଗଣାର ରାୟନୃସିଂହପୁର, କମଗରା, ସୁଗୋର, କନ୍ତିଓ, କାଟେଣୀ, କୁସୁମଯୋଡ଼ୀ,  ଅଁଳାବେରେଣୀ, ତୁମୁସିଂହା, କଣ୍ଟାପାଳ ଓ କାଳିଆହତା ଗ୍ରାମଗୁଡି଼କର ନାମୋଲ୍ଲେଖ ହୋଇଅଛି ।
(ନୂତନ କନ୍ତିଓ ଶ୍ରୀଵୃନ୍ଦାଵନଚନ୍ଦ୍ର ଭଗଵାନଙ୍କ ମନ୍ଦିର)
ଵର୍ତ୍ତମାନ ସମୟରେ ପାରିମାଳ ପ୍ରଗଣା ମଧ୍ୟରେ ଜୁଲଙ୍ଗ, ଗୁଡ଼ାସାହି, ପୁଟସାହି, ଜକା, ଖୁଣ୍ଟବାଟି ଆଦି ଅନେକ ନୂତନ ଗ୍ରାମ ମଧ୍ୟ ଗଠିତ ହୋଇଛି କିନ୍ତୁ ପୂର୍ଵେ ପ୍ରୋକ୍ତ ଗ୍ରାମଗୁଡି଼କ ସ୍ଵତନ୍ତ୍ର ଗ୍ରାମର ମାନ୍ୟତା ପାଇନଥିଵା ଢେଙ୍କାନାଳ ଭୂଗୋଳ ପୁସ୍ତକରେ ଉଲ୍ଲେଖ ନଥିଵାରୁ ଅନୁମାନ କରାଯାଇପାରେ ।
ରାୟନୃସିଂହପୁର ଠାରୁ କାଳିଆହତା ଯାଏଁ ଅଁଳାବେରେଣୀଠାରୁ ସୁଗୋର ପର୍ଯ୍ୟନ୍ତ ଅଞ୍ଚଳକୁ ଆଗେ ପାରିମାଳ ଵିଷ ଵା ପ୍ରଗଣା କୁହାଯାଉଥିଵା ଆଜି ବହୁତ କମ୍ କାମାକ୍ଷାନଗରଵାସୀ ଜାଣିଥିବେ ।
(ଜକା ଗ୍ରାମର ମହିମାପୀଠ)
ତେବେ ଆଜିର ପାରିମାଳ ପ୍ରଗଣା ମଧ୍ଯରେ ପଣ୍ଡୁଆ ଓ ଅଁଳାବେରେଣି ନଗର ଆଡ଼କୁ ଗତି କରୁଥିଵାବେଳେ ଆମ କନ୍ତିଓ ପୁଟସାହି ପଞ୍ଚାୟତର ଗ୍ରାମ ଜକା ହୋଇପାରିଛି ମହିମା ଧର୍ମର ଅନ୍ୟତମ ପୀଠ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago