ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

କିଛି ଲୋକ ସାରଳା ଦାସଙ୍କୁ ଓଡ଼ିଆ ଭାଷାର ଜନକ କହି ବୁଲୁଛନ୍ତି ! ମାତ୍ର ଏହା ଠିକ୍ ନୁହେଁ !

ପ୍ରାକୃତିକ ଭାଷାକୁ ପ୍ରାକୃତ କୁହାଯାଏ ସେଥିପାଇଁ ଜଗନ୍ନାଥ ଦାସ ଆଦି ଅନେକ କବି ଓଡ଼ିଆ ଭାଷାକୁ ପ୍ରାକୃତ ବିବେଚିତ କରିଛନ୍ତି ! କୃତ୍ରିମ ଭାଷାଗୁଡ଼ିକୁ ଜଣେ ବା ହାତଗଣତି କିଛି ଲୋକ ନିର୍ମାଣ କରନ୍ତି କିନ୍ତୁ ଓଡ଼ିଆ ଭଳି ପ୍ରାଚୀନ ପ୍ରାକୃତ ଭାଷାକୁ ଏକ ମାନବ ଜାତି ଅନେକ ପିଢ଼ି ଧରି ଗଢ଼ିଥାଏ !

ଆଜକୁ ପ୍ରାୟ ୩୦୦୦ ବର୍ଷ ପୂର୍ବେ ଭାରତରେ ବିଭିନ୍ନ ପ୍ରାକୃତ ଭାଷା, ବିଭାଷା ଓ ଅପଭ୍ରଂଶର ପ୍ରଚଳନ ଥିଲା ! ସେ ସବୁ କଥିତ ଭାଷାଗୁଡ଼ିକର ମାନକିକରଣରେ ସଂସ୍କୃତର ସୃଷ୍ଟି ଯାହା ଏ ଶବ୍ଦର ନିରୁକ୍ତି ସମ୍+କୃତ =ସଂସ୍କୃତ ମଧ୍ଯରେ କୁହାଯାଇଛି ! ଓଡ଼ିଶାରେ ପୂର୍ବୀ ପ୍ରାକୃତ ଛଡ଼ା ଆଉ ତିନୋଟି ଆର୍ଯ୍ଯ କଥିତ ଭାଷା ଚଳୁଥିଲା,
୧. ଉଡ୍ରୀ ବିଭାଷା (ଯଶପୁର ଠାରୁ କଟକ; ମହାନଦୀ ବ୍ରାହ୍ମଣୀ ନଦୀ ଅବବାହିକା )
୨. କାଳିଙ୍ଗ୍ଯ ଅପଭ୍ରଂଶ (ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶା ତଥା ଦକ୍ଷିଣ ବିଚ୍ଛିନ୍ନାଞ୍ଚଳ)
୩. ଉତ୍କଳୀ ଅପଭ୍ରଂଶ (ଉତ୍ତର ଓଡ଼ିଶା, ଷଡୈକଳା, ସିଂହଭୂମି ଓ ମେଦିନପୁର)

ଓଡ଼ିଶାରେ ପୂର୍ବୀ ପ୍ରାକୃତ ସଂସ୍କୃତ ଆଗରେ ନ ହାରି ନିଜର ରୂପ ବଦଳାଇ ପାଲି ହୋଇଛି ପୁଣି ପଶ୍ଚିମ ଓଡ଼ିଶାରେ ଉଡ୍ରୀମାଗଧୀ ବା ଅର୍ଦ୍ଧମାଗଧୀ ହୋଇ ନିଜକୁ ବଞ୍ଚାଇ ରଖିବାରେ ସଫଳ ହୋଇଛି !

ପରେ ଉଡ୍ରୀ ଭାଷାକୁ ମୂଳ ଆଧାର କରି ଉଡ୍ରମାଗଧୀ ବା ଅର୍ଦ୍ଧମାଗଧୀଠାରୁ ଉତ୍କଳୀ ଅପଭ୍ରଂଶ ଓ ପାଲି ଯାଏଁ ଓ ସାନ୍ତାଳୀ ସଉରା ମୁଣ୍ଡା ଓ କୁଇ ଆଦି ଅନେକ କଳିଙ୍ଗୀ ଭାଷାର ମାନକୀକରଣରେ ସାରଳା ଦାସଙ୍କ ସମୟର ଓଡ଼ିଆ ଭାଷା ବା ଉତ୍କଳ ଭାଷା ବିକାଶ ଲାଭ କରିଛି !

ସାରଳା ଦାସଙ୍କ ଆବିର୍ଭାବ ହୁଏ କାହ୍ନୁପା, ଲୁଈପା ଆଦିଙ୍କ ପରବର୍ତ୍ତୀ ସମୟରେ ଅର୍ଥାତ ଅଷ୍ଟମରୁ ଦଶମ ଶତାବ୍ଦୀ ମଧ୍ଯରେ !

ଛପାବହି ନୁହେଁ ପ୍ରକୃତ ସାରଳା ମହାଭାରତ ଭଁରାଗଡ଼, ବଳଙ୍ଗା, ଦୋଳୁଅ, ଆଳସୀ, ଅମରେଶ୍ବର ଆଦି ମହାଭାରତ ପୋଥିରେ ରହିଛି !  ଦାଣ୍ଡିବୃତ୍ତକୁ ଚଉଦ ଅକ୍ଷରୀ କରି ସାରଳା ମହାଭାରତକୁ ପଞ୍ଚଦଶ ଶତାବ୍ଦୀର ଭାଷା ଆଧାରରେ ପରିବର୍ତ୍ତନ କରାଯାଇଛି ! ପୋଥି ମହାଭାରତକୁ ପଢିଲେ ସେ ସମୟର କଥିତ ଭାଷା ଓ ପଞ୍ଚଦଶ ଶତାବ୍ଦୀର ଭାଷାରେ ଅନେକ ଭିନ୍ନତା ଥିବା ସ୍ପଷ୍ଟ ଜଣାପଡ଼େ ! ଯେପରିକି,
ଆମ୍ଭନ୍ତ = ଆମ୍ଭଙ୍କୁ
କୃଷ୍ଣକଇ = କୃଷ୍ଣଙ୍କୁ
କରାବଇ = କରାଏ
ରୁହାଇଲା = ଅଟକାଇଲା
ଗଳାଗାଜି = ଜଲ୍ଦ
ଝାତିକାରେ = ଚଞ୍ଚଳ
ପୁକ୍ଷା = ପୁଚ୍ଛା
ୟେଥ = ଏହା
ଦ୍ରସନ = ଦର୍ଶନ
ତାଠ = ଥାଟ, ସୈନ୍ଯ
ବଛି = ବତ୍ସ
ଶ୍ରାହାନ = ସ୍ନାନ
ଜେଣସି = ତୁମେ ଜାଣ
ୟେତେ = ଏତେ
ଏହେନ୍ତେ = ଏହିପରି
ତିକ୍ଷମୂନା = ତୀକ୍ଷମୂନା
ବଦୟନ୍ତି = କହନ୍ତି
କରେଣ = ହାତରେ
ଅପ୍ରମତୀ = ବହୁତ
ବାଚ = କଥା
ସାୟେର = ସମୁଦ୍ରସାରଳା ମହାଭାରତର ଏମିତି ଲକ୍ଷ ଲକ୍ଷ ଶବ୍ଦ ଚିତ୍କାର କରି କୁହନ୍ତି ଏ ଗ୍ରନ୍ଥ ଏବେର ନୁହେଁ ଆହୁରି ପୁରାତନ ! ଗବେଷକମାନେ ପୋଥି ନ ପଢ଼ି ଛପା ବହି ଧରି ସାରଳା ଦାସଙ୍କୁ ଅର୍ବାଚୀନ ପ୍ରଚାର କରିଛନ୍ତି ଆଉ ତାଙ୍କ ମାନଙ୍କର ଲେଖା ପଢ଼ି ବଡ଼ ହୋଇଥିବା ଲୋକେ ସାରଳାଙ୍କୁ ଶୁଦ୍ର ଓ ମୂର୍ଖ ଆଦି କହିବାକୁ ପଛାଉ ନାହାନ୍ତି !

ସାରଳା ଆଦିକବି ହୋଇପାରନ୍ତି, କିନ୍ତୁ ଓଡ଼ିଆ ଭାଷାର ଜନକ ନୁହଁନ୍ତି ! ମନେରଖ ଓଡ଼ିଆ ଭାଷାର ଜନକ କେହି ଜଣେ ହୋଇ ନପାରେ କାରଣ ଏହା ପ୍ରାକୃତ ଭାଷା ଏବଂ ଏହାର ଜନକ ଅନେକ ପିଢ଼ିର କଳିଙ୍ଗୀ ପ୍ରଜା ! 

Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

14 hours ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

5 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

7 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago