ଜଣା ଅଜଣା

ଓଡି଼ଶାର ବୌଦ୍ଧତନ୍ତ୍ର ଓ ରାଜା ଇନ୍ଦ୍ରଭୂତି

ଲେଖା: ସୁଶାନ୍ତ ସାହୁ

ତିବ୍ବତୀୟ ଲାମା ତାରାନାଥ ପାଗ୍ ସାମ୍ ଜୋନ୍ ଜାଙ୍ଗ୍ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ଯେ, ତାନ୍ତ୍ରିକ ବୌଦ୍ଧଧର୍ମ ସର୍ବପ୍ରଥମେ ଉଡ୍ଡୀୟାନ ନାମକ ସ୍ଥାନରେ ବିକଶିତ ହୋଇଥିଲା। ଉଡ୍ଡୀୟାନକୁ ଐତିହାସିକମାନେ ଆଧୁନିକ ଓଡି଼ଶା ବୋଲି ଚିହ୍ନିତ କରିଛନ୍ତି।

ଖ୍ରୀଷ୍ଟୀୟ ୭ମ ଶତାବ୍ଦୀର ଶେଷ ବେଳକୁ ବୌଦ୍ଧତନ୍ତ୍ରର ତିନୋଟି ପଦ୍ଧତି ଯଥା : ବଜ୍ରଯାନ, କାଳଚକ୍ରଯାନ ଏବଂ ସହଜଯାନର ଉତ୍ପତ୍ତି ଓଡି଼ଶାରେ ହିଁ ହୋଇଥିଲା। ଏହା ସାରା ଭାରତବର୍ଷକୁ ପ୍ରଭାବିତ କରିଥିଲା।

ବଜ୍ରଯାନର ସୃଷ୍ଟିକର୍ତ୍ତା ଥିଲେ  ସମ୍ବଲକର ରାଜା ଇନ୍ଦ୍ରଭୂତି। ସମ୍ବଲକକୁ ବର୍ତ୍ତମାନର ସମ୍ବଲପୁର ବୋଲି ଚିହ୍ନଟ କରାଯାଇଛି। ସେ ୮୪ ସିଦ୍ଧଙ୍କ ମଧ୍ୟରେ ପୂଜିତ ହେଉଥିଲେ। ଇନ୍ଦ୍ରଭୂତି ସିଦ୍ଧିଲାଭ କରିଥିଲେ ଯାଜପୁର ଜିଲ୍ଲାର ଉଦୟଗିରିଠାରେ ।  ତାଙ୍କ ଗୁରୁଥିଲେ ଅନଙ୍ଗବଜ୍ର।

କେହିକେହି ଐତିହାସିକ ଇନ୍ଦ୍ରଭୂତିଙ୍କୁ ରାଜା ଇନ୍ଦ୍ରଦ୍ୟୁମ୍ନ କହିବା ସହିତ ୮୪ ସିଦ୍ଧଙ୍କ ମଧ୍ୟରୁ ଅନ୍ୟତମ ସିଦ୍ଧ ଶବରପାଙ୍କୁ ଶବର ରାଜ ବିଶ୍ଵାବସୁ ବୋଲି କହିଛନ୍ତି। ଇନ୍ଦ୍ରଭୂତି ବୁଦ୍ଧ ଏବଂ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଅଭେଦ୍ୟ କଳ୍ପନା କରିଛନ୍ତି। ସିଦ୍ଧିପ୍ରାପ୍ତି ପରେ ସେ ଜ୍ଞାନସିଦ୍ଧି ଗ୍ରନ୍ଥରେ ଭାବବିହ୍ବଳ ହୋଇ ଗାଇ ଉଠିଛନ୍ତି–

‘ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜିନ ବରାର୍ଚ୍ଚିତମ୍
ସର୍ବ ବୁଦ୍ଧମୟଂ ସିଦ୍ଧି ବ୍ୟାପିନଂ ଗଗନୋପମଂ ।।’

ତଥ୍ୟ:: ବିଭିନ୍ନ ଇତିହାସ ପୁସ୍ତକ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago