ପର୍ଯ୍ୟଟନ କ୍ଷେତ୍ର

ଓଡ଼ିଶାର ଉଚ୍ଚତମ ଶିବ ପ୍ରତିମା ବେଲେଶ୍ୱର ମହାଦେବ (Beleswar Mahadev)

ଲେଖା: ସତ୍ୟବ୍ରତ ହାତୀ

ଶଶାଙ୍କ ମଣ୍ଡଳ ଉତ୍କଳ ଧରଣୀ
ଗଞ୍ଜାମ ତା’ମଧ୍ୟେ ପୂର୍ଣ୍ଣ ନିଶାମଣି ।
ଘୁମୁଷର ଜ୍ୟୋତ୍ସ୍ନା ସେ ନିଶାମଣିର
ଅତ୍ୟୁକ୍ତ ବର୍ଣ୍ଣନା ନୁହେଁ ଏହି ଗୀର ।
(କବିଶେଖର ଚିନ୍ତାମଣି ମହାନ୍ତି)

ଏପରି ଗର୍ବ ଓ ଗୌରବର ଅଧିକାରୀ ଯେଉଁ ଭଞ୍ଜଭୂମି, ସେଇ ମହାନ ମାଟି ଭଞ୍ଜନଗରର ଶ୍ରୀ ବୃଦ୍ଧି କରାଏ ସହର ଉପକଣ୍ଠର ପାବନକ୍ଷେତ୍ର ବେଲେଶ୍ୱର ପାହାଡ଼ ।

ସୁଶୀତଳ ଜଳରାଶିରେ କଡ଼େ କଡ଼େ ଅଙ୍କାବଙ୍କା ଉଚ୍ଚ ରାସ୍ତା ଅତିକ୍ରମ କରି ପହଞ୍ଚିବାକୁ ହୁଏ ମନୋମୁଗ୍ଧକର ଅନିନ୍ଦ୍ୟ ସୁଷମାମାଳିନୀ ବେଲେଶ୍ୱର ପାହାଡ଼ରେ !  ଉକ୍ତ ପାହାଡ଼ର ଉତ୍ତରରେ ବିସ୍ତୀର୍ଣ୍ଣ ଜଳଭଣ୍ଡାର ଥିବାବେଳେ ଦକ୍ଷିଣରେ ପତିତପାବନୀ ଋଷିକୁଲ୍ୟା ଓ ଲୋହରାଖଣ୍ଡି, ପୂର୍ବରେ ଶିଶୁଉଦ୍ୟାନ ଓ ପଶ୍ଚିମ ଘାଟରେ ଶ୍ମଶାନ ଏବଂ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସର ଦଣ୍ଡକାରଣ୍ୟ । ସେଇ ନୈସର୍ଗିକ ଶୋଭାମଣ୍ଡିତ ପାହାଡ଼ର ଶୀର୍ଷରେ ବିରାଜିତ ମହାପ୍ରଭୁ ମହାଦେବଙ୍କ ବିଶାଳ ଭବ୍ୟ ପ୍ରତିମା । ୨୦୧୩ ମସିହାରେ ୬୧ ଫୁଟ ଉଚ୍ଚତାର ଓଡ଼ିଶାର ଉଚ୍ଚତମ ଶିବପ୍ରତିମା ସ୍ଥାପନ କରି ରାଜ୍ୟ ପର୍ଯ୍ୟଟନ ବିଭାଗ ସୃଷ୍ଟି କରିଛନ୍ତି ଏକ ଯୁଗାନ୍ତକାରୀ ଅଧ୍ୟାୟ ।


ହିମାଳୟର ପାଦଦେଶରୁ ଗଙ୍ଗାନଦୀ ପ୍ରବାହିତ ହେବା ପରି ମହାପ୍ରଭୁ ବେଲେଶ୍ୱରଙ୍କ ପାଦଦେଶ ତଥା ଜଳଭଣ୍ଡାରର ଶେଷଭାଗରୁ ଏକ ସ୍ରୋତସ୍ବିନୀ ଛୁଟି ଆସି ବ୍ରହ୍ମପୁରସ୍ଥିତ ଦକ୍ଷିଣପୁର ଘାଇରେ ମିଶ୍ରିତ ହୋଇ ଏହାର ଶୋଭାରାଶିକୁ ଦ୍ଵିଗୁଣିତ କରିଛି । ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଥିବା ଏଇ ଦର୍ଶନୀୟ ସ୍ଥାନଟି ଆଜି ଭଞ୍ଜଭୂମି ତଥା ଗାରିମାମୟ ଗଞ୍ଜାମର ଅନ୍ୟ ଏକ ଗର୍ବିତ ପରିଚୟ ଭାବେ ଉଭା ହୋଇଛି !ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ଶିବପ୍ରତିମାଟି କର୍ଣ୍ଣାଟକର ମୁଦ୍ଦେଶ୍ୱର ମହାଦେବ, ଉତ୍ତରାଖଣ୍ଡ ହରିଦ୍ଵାର, କର୍ଣ୍ଣାଟକ ଶିଗଗିରିର ଈଶ୍ୱର ମହାଦେବ, ମଧ୍ୟପ୍ରଦେଶ କାନ୍ଦରର ଭୋଳାନାଥ ମହାଦେବ, କର୍ଣ୍ଣାଟକ ବେଙ୍ଗାଳୁରୁର କେମ୍ପଫୋର୍ଟ ମହାଦେବ ପ୍ରତିମା ପରେ ଭାରତର ୬ଷ୍ଠ ଏବଂ ବିଶ୍ୱର ୮ମ ସ୍ଥାନ ଅଧିକାର କରିଛି
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago