ରଚନା: ଇଂ ବିଜୟ କେତନ ସାହୁ

ମଗଧେ, ମୈଥିଳେ, ଅଙ୍ଗେ, ବଙ୍ଗେ, ପୁଣି
                      ଦେଖିଛି କେତେ ସୁନ୍ଦରୀ,
ଏ ଯୋଷା‐ଚରଣ ଘସା ପଥରକୁ
                    ନୋହିବେ ଟି କେହି ସରି ।।

ଆନ ନାରୀ ସିନା ମର୍ତ୍ତ୍ୟର ତଟିନୀ,
                    ଏ ଯେ ମନ୍ଦାକିନୀ ଧାରା ।
ଆନ ନାରୀ ସିନା ମର୍ତ୍ତ୍ୟର କୁସୁମ,
                     ଏ ଯେ ଗଗନର ତାରା ।।
(ଯଯାତି କେଶରୀ, କବିବର ରାଧାନାଥ ରାୟ)

ଉପରୋକ୍ତ କବିତାରେ ଓଡ଼ିଆଣୀ ଅବା ଉତ୍କଳୀୟ ନାରୀର ସୌନ୍ଦର୍ଯ୍ୟତା ଓ ମହନୀୟତା ବର୍ଣ୍ଣିତ। ସ୍ନାନ ସମୟରେ ପୁଷ୍କରିଣୀ ତଟରେ ପତିତ ପ୍ରସ୍ତରଖଣ୍ଡ ଓଡ଼ିଆଣୀର ପାଦ ସ୍ପର୍ଶରେ ଏତେ ସୁନ୍ଦର ଯେ, ତାହାର ସୌନ୍ଦର୍ଯ୍ୟତାରେ ମଗଧ, ମିଥିଳା, ଅଙ୍ଗ, ବଙ୍ଗ ଆଦି କୌଣସି ରାଜ୍ୟର ସୁନ୍ଦରୀଗଣ ସମକକ୍ଷ ନୁହନ୍ତି। ଅନ୍ୟ ଭୂଖଣ୍ଡର ନାରୀମାନେ ମର୍ତ୍ତ୍ୟର ତଟିନୀ (ନଦୀ) ଯଦି ହୁଅନ୍ତି, ଓଡ଼ିଆଣୀ ସ୍ୱର୍ଗର ଅମନ୍ଦ ମନ୍ଦାକିନୀ ଧାରା ସଦୃଶ ପବିତ୍ରତମା। ଆନ ନାରୀଗଣ ମର୍ତ୍ତ୍ୟର ଫୁଲ ଯଦି ହୁଅନ୍ତି, ଓଡ଼ିଆଣୀ ଆକାଶର ତାରା ସଦୃଶା।

ମଥାରେ ସିନ୍ଦୁର ଓ ଓଢଣୀ, ପାଦରେ ଅଳତା ଓ ନୂପୁର, ହାତରେ ଶଙ୍ଖା ଓ କଙ୍କଣ . . ! ପୁନଶ୍ଚ, ମୁଖରେ ଲଜ୍ଜା ଓ ବିନୟ, ହୃଦୟରେ ଭକ୍ତି ଓ ପ୍ରେମ, ଆଖିରେ ସ୍ନେହ ଓ ମମତା, କାର୍ଯ୍ୟରେ କ୍ଷୀପ୍ରତା ଓ ଦକ୍ଷତା, କଥାରେ ଅଳ୍ପ ଭାସିନି ଓ ମଧୁହାସିନୀ, ସ୍ବାମୀଙ୍କ ଠାରେ ସେବାମତି ଓ ସମ ଭାବପନ୍ନା। ସ୍ୱାମୀ ସୁଖରେ ସୁଖିନୀ ଓ ସ୍ୱାମୀ ଦୁଃଖରେ ଦୁଃଖିନୀ, ଶାଶୁ ଓ ଶଶୁରଙ୍କ ଠାରେ ନମ୍ରତା ଓ ସେବାନ୍ୱିତା . . ଏହାହିଁ ତ ଉତ୍କଳୀୟ କୂଳବଧୂ ଓଡ଼ିଆଣୀ ନାରୀର ଲକ୍ଷଣ !

ଏହି ସତୀ, ସ୍ୱାଧୀ, ସ୍ୱାମୀ ପରାୟଣା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାଣ-ବଲ୍ଲଭୀ ମାତା ମହାଲଷ୍ମୀ ହିଁ ଓଡ଼ିଆଣୀର ଆଦର୍ଶ ରୂପରେ ପବିତ୍ର ନୀଳାଚଳ ଧାମ ଶ୍ରୀମନ୍ଦିରରେ ଚିରପୂଜିତା ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 week ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

3 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago