ରଚନା: ଇଂ ବିଜୟ କେତନ ସାହୁ

ମଗଧେ, ମୈଥିଳେ, ଅଙ୍ଗେ, ବଙ୍ଗେ, ପୁଣି
                      ଦେଖିଛି କେତେ ସୁନ୍ଦରୀ,
ଏ ଯୋଷା‐ଚରଣ ଘସା ପଥରକୁ
                    ନୋହିବେ ଟି କେହି ସରି ।।

ଆନ ନାରୀ ସିନା ମର୍ତ୍ତ୍ୟର ତଟିନୀ,
                    ଏ ଯେ ମନ୍ଦାକିନୀ ଧାରା ।
ଆନ ନାରୀ ସିନା ମର୍ତ୍ତ୍ୟର କୁସୁମ,
                     ଏ ଯେ ଗଗନର ତାରା ।।
(ଯଯାତି କେଶରୀ, କବିବର ରାଧାନାଥ ରାୟ)

ଉପରୋକ୍ତ କବିତାରେ ଓଡ଼ିଆଣୀ ଅବା ଉତ୍କଳୀୟ ନାରୀର ସୌନ୍ଦର୍ଯ୍ୟତା ଓ ମହନୀୟତା ବର୍ଣ୍ଣିତ। ସ୍ନାନ ସମୟରେ ପୁଷ୍କରିଣୀ ତଟରେ ପତିତ ପ୍ରସ୍ତରଖଣ୍ଡ ଓଡ଼ିଆଣୀର ପାଦ ସ୍ପର୍ଶରେ ଏତେ ସୁନ୍ଦର ଯେ, ତାହାର ସୌନ୍ଦର୍ଯ୍ୟତାରେ ମଗଧ, ମିଥିଳା, ଅଙ୍ଗ, ବଙ୍ଗ ଆଦି କୌଣସି ରାଜ୍ୟର ସୁନ୍ଦରୀଗଣ ସମକକ୍ଷ ନୁହନ୍ତି। ଅନ୍ୟ ଭୂଖଣ୍ଡର ନାରୀମାନେ ମର୍ତ୍ତ୍ୟର ତଟିନୀ (ନଦୀ) ଯଦି ହୁଅନ୍ତି, ଓଡ଼ିଆଣୀ ସ୍ୱର୍ଗର ଅମନ୍ଦ ମନ୍ଦାକିନୀ ଧାରା ସଦୃଶ ପବିତ୍ରତମା। ଆନ ନାରୀଗଣ ମର୍ତ୍ତ୍ୟର ଫୁଲ ଯଦି ହୁଅନ୍ତି, ଓଡ଼ିଆଣୀ ଆକାଶର ତାରା ସଦୃଶା।

ମଥାରେ ସିନ୍ଦୁର ଓ ଓଢଣୀ, ପାଦରେ ଅଳତା ଓ ନୂପୁର, ହାତରେ ଶଙ୍ଖା ଓ କଙ୍କଣ . . ! ପୁନଶ୍ଚ, ମୁଖରେ ଲଜ୍ଜା ଓ ବିନୟ, ହୃଦୟରେ ଭକ୍ତି ଓ ପ୍ରେମ, ଆଖିରେ ସ୍ନେହ ଓ ମମତା, କାର୍ଯ୍ୟରେ କ୍ଷୀପ୍ରତା ଓ ଦକ୍ଷତା, କଥାରେ ଅଳ୍ପ ଭାସିନି ଓ ମଧୁହାସିନୀ, ସ୍ବାମୀଙ୍କ ଠାରେ ସେବାମତି ଓ ସମ ଭାବପନ୍ନା। ସ୍ୱାମୀ ସୁଖରେ ସୁଖିନୀ ଓ ସ୍ୱାମୀ ଦୁଃଖରେ ଦୁଃଖିନୀ, ଶାଶୁ ଓ ଶଶୁରଙ୍କ ଠାରେ ନମ୍ରତା ଓ ସେବାନ୍ୱିତା . . ଏହାହିଁ ତ ଉତ୍କଳୀୟ କୂଳବଧୂ ଓଡ଼ିଆଣୀ ନାରୀର ଲକ୍ଷଣ !

ଏହି ସତୀ, ସ୍ୱାଧୀ, ସ୍ୱାମୀ ପରାୟଣା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାଣ-ବଲ୍ଲଭୀ ମାତା ମହାଲଷ୍ମୀ ହିଁ ଓଡ଼ିଆଣୀର ଆଦର୍ଶ ରୂପରେ ପବିତ୍ର ନୀଳାଚଳ ଧାମ ଶ୍ରୀମନ୍ଦିରରେ ଚିରପୂଜିତା ।

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 month ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago