ଲେଖା: ଅମ୍ବିକା ପଟ୍ଟନାୟକ
ଏକ ପ୍ରାଚୀନ ଅଳଙ୍କାର ଓଡ଼ିଆଣୀ !
“ଅଣ୍ଟାରୁ କାଢ଼ିଲେ ମାୟେ ରତ୍ନ ଓଡ଼ିଆଣୀ,
ନାକରୁ କାଢ଼ିଲେ ମାୟେ କନେକ ବସଣୀ l”
ବଳରାମ ଦାସ ବିରଚିତ “ଲଷ୍ମୀପୁରାଣ“, ମା’ ଲଷ୍ମୀଙ୍କ ଶ୍ରୀମନ୍ଦିର ପରିତ୍ୟାଗ ଆଗରୁ ଆଭୂଷଣ ତ୍ୟାଗ l
“ଡମ୍ବରୁ ମଝାକୁ ଶୋଭା ଦିବ୍ୟଓଡ଼ିଆଣୀ,
ଶ୍ରୀଅଙ୍ଗେ ଚନ୍ଦ୍ର ଚନ୍ଦନ ନେତ୍ର ଚାରୁ ଠାଣି ହେ l”
ଦୀନକୃଷ୍ଣ ଦାସଙ୍କ ଶ୍ରୀଜଗନ୍ନାଥଙ୍କ ଅଳଙ୍କାର ବର୍ଣ୍ଣନା l
“ଓଡ଼ିଆଣୀ” ବୋଇଲେ କଣ ବୁଝାଏ ? ଏହା ଏକ ଧାତବ କଟିମେଖଳା, ବର୍ତ୍ତମାନର ବେଲ୍ଟ ପରି l ପ୍ରାୟ ରାଜପରିବାରର ମହିଳାମାନେ ଏହା ନିଜ ଅଣ୍ଟାରେ ପିନ୍ଧୁଥିଲେ l
ସୁନା କିମ୍ବା ରୂପାରେ ତିଆରି ଏଇ ଓଡ଼ିଆଣୀରେ ବିଭିନ୍ନ ପ୍ରକାର ରତ୍ନ ମଧ୍ୟ ବ୍ୟବହାର ହେଉଥିଲା l ବେଳେ ବେଳେ ଆତ୍ମରକ୍ଷା ପାଇଁ ଛୋଟ ଛୁରିକା ମଧ୍ୟ ରଖା ହଉଥିଲା l
ଚିତ୍ରଟି ବିଜୟନଗରମ ପ୍ରାସାଦ ସଂଗ୍ରହାଳୟରେ ଥିବା ଗଜପତି ପ୍ରତାପରୁଦ୍ର ତନୟା ଜଗନମୋହିନୀଙ୍କ ଓଡ଼ିଆଣୀ l ପ୍ରବାଦ ଅଛି ଯେ ଏଇ ଓଡ଼ିଆଣୀରେ ଥିବା ଛୁରିକା କଥା ଶୁଣି, ବିବାହ ପରେ କୃଷ୍ଣଦେବ ରାୟ ଅନେକ ଦିନ ପର୍ଯ୍ୟନ୍ତ ହୁଏତ ଭୟରେ ଜଗନମୋହିନୀଙ୍କ ପାଖକୁ ଯାଇ ନଥିଲେ l ଜଗନମୋହିନୀ ବିଜୟନଗର ଇତିହାସରେ ତୁକ୍କା ନାମରେ ପରିଚିତା ଓ ‘ତୁକ୍କା ପଞ୍ଚକମ’ର ରଚୟିତ୍ରୀ l
ଚିତ୍ର ସୌଜନ୍ୟ – “ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ”, ଶ୍ରୀ ଚକ୍ରଧର ମହାପାତ୍ର
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago