ଲେଖା: ଅମ୍ବିକା ପଟ୍ଟନାୟକ
ଏକ ପ୍ରାଚୀନ ଅଳଙ୍କାର ଓଡ଼ିଆଣୀ !
“ଅଣ୍ଟାରୁ କାଢ଼ିଲେ ମାୟେ ରତ୍ନ ଓଡ଼ିଆଣୀ,
ନାକରୁ କାଢ଼ିଲେ ମାୟେ କନେକ ବସଣୀ l”
ବଳରାମ ଦାସ ବିରଚିତ “ଲଷ୍ମୀପୁରାଣ“, ମା’ ଲଷ୍ମୀଙ୍କ ଶ୍ରୀମନ୍ଦିର ପରିତ୍ୟାଗ ଆଗରୁ ଆଭୂଷଣ ତ୍ୟାଗ l
“ଡମ୍ବରୁ ମଝାକୁ ଶୋଭା ଦିବ୍ୟଓଡ଼ିଆଣୀ,
ଶ୍ରୀଅଙ୍ଗେ ଚନ୍ଦ୍ର ଚନ୍ଦନ ନେତ୍ର ଚାରୁ ଠାଣି ହେ l”
ଦୀନକୃଷ୍ଣ ଦାସଙ୍କ ଶ୍ରୀଜଗନ୍ନାଥଙ୍କ ଅଳଙ୍କାର ବର୍ଣ୍ଣନା l
“ଓଡ଼ିଆଣୀ” ବୋଇଲେ କଣ ବୁଝାଏ ? ଏହା ଏକ ଧାତବ କଟିମେଖଳା, ବର୍ତ୍ତମାନର ବେଲ୍ଟ ପରି l ପ୍ରାୟ ରାଜପରିବାରର ମହିଳାମାନେ ଏହା ନିଜ ଅଣ୍ଟାରେ ପିନ୍ଧୁଥିଲେ l
ସୁନା କିମ୍ବା ରୂପାରେ ତିଆରି ଏଇ ଓଡ଼ିଆଣୀରେ ବିଭିନ୍ନ ପ୍ରକାର ରତ୍ନ ମଧ୍ୟ ବ୍ୟବହାର ହେଉଥିଲା l ବେଳେ ବେଳେ ଆତ୍ମରକ୍ଷା ପାଇଁ ଛୋଟ ଛୁରିକା ମଧ୍ୟ ରଖା ହଉଥିଲା l
ଚିତ୍ରଟି ବିଜୟନଗରମ ପ୍ରାସାଦ ସଂଗ୍ରହାଳୟରେ ଥିବା ଗଜପତି ପ୍ରତାପରୁଦ୍ର ତନୟା ଜଗନମୋହିନୀଙ୍କ ଓଡ଼ିଆଣୀ l ପ୍ରବାଦ ଅଛି ଯେ ଏଇ ଓଡ଼ିଆଣୀରେ ଥିବା ଛୁରିକା କଥା ଶୁଣି, ବିବାହ ପରେ କୃଷ୍ଣଦେବ ରାୟ ଅନେକ ଦିନ ପର୍ଯ୍ୟନ୍ତ ହୁଏତ ଭୟରେ ଜଗନମୋହିନୀଙ୍କ ପାଖକୁ ଯାଇ ନଥିଲେ l ଜଗନମୋହିନୀ ବିଜୟନଗର ଇତିହାସରେ ତୁକ୍କା ନାମରେ ପରିଚିତା ଓ ‘ତୁକ୍କା ପଞ୍ଚକମ’ର ରଚୟିତ୍ରୀ l
ଚିତ୍ର ସୌଜନ୍ୟ – “ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ”, ଶ୍ରୀ ଚକ୍ରଧର ମହାପାତ୍ର
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago