ମହାମନିଷୀଗଣ

ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ

ଲେଖା: ଦେଵ ତ୍ରିପାଠୀ
ଉତ୍କଳକୁ ସେ ଆପଣାର ମାତୃଭୂମି ଜ୍ଞାନ କରି ପୂଜା କରୁଥିଲେ, ପ୍ରାଣଠୁ ବଳି ଭଲ ପାଉଥିଲେ । ଉତ୍କଳରେ ଇତିହାସର ଅଭାବ ଦେଖି ସେ ବହୁଗ୍ରନ୍ଥ, ପୁରାତନ ରାଜକୀୟ ନଥି ଓ ମାଦଳା ପାଞ୍ଜି ଆଦି ଗବେଷଣା କରି ଗୋଟିଏ ଓଡ଼ିଆ ଇତିହାସ ସଂକଳନ କରିଥିଲେ । ଓଡ଼ିଶା ପ୍ରତି ତାଙ୍କର ପ୍ରଗାଢ଼ ପ୍ରେମ ଓ ଓଡ଼ିଶା ପାଇଁ କିଛି କରିବାର ଇଛା ହିଁ ତାଙ୍କୁ ଗଢି ଥିଲା ରାଜ୍ୟର ଅନ୍ୟତମ ଐତିହାସିକ ଭାବରେ। ସେ ମଧ୍ୟ ଥିଲେ ଜଣେ ସମାଜ ସଂସ୍କାରକ, ସଂଗଠକ, ଶିକ୍ଷାବିତ୍ ଓ ଆଦର୍ଶ ଶିକ୍ଷକ I
ସେ ଥିଲେ ପ୍ୟାରୀମୋହନ ଆଚାର୍ଯ୍ୟ, କଟକ ଜିଲ୍ଲା ପଶୁଲୁଣ୍ଡା ଗ୍ରାମର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମିତ ଏଇ ମହାପୁରୁଷ ଆଣିପାରିଥିଲେ ବହୁ ଧାର୍ମିକ ଓ ସାମାଜିକ ସଂସ୍କାର I
ମାତ୍ର ୨୦ ବର୍ଷ ବୟସରୁ ସେ ଭକ୍ତକବି ମଧୁସୂଦନ ରାଓ ଓ ଗୋବିନ୍ଦ ରଥଙ୍କ ସହିତ ମିଶି ଓଡ଼ିଆ ଭାଷାରେ ଉତ୍କଳ ପୁତ୍ର ନାମକ ସମ୍ବାଦପତ୍ର ଆରମ୍ଭ କରିଥିଲେ । ସେ ଏହି ସମ୍ବାଦପତ୍ରର ପ୍ରକାଶକ ଓ ସମ୍ପାଦକ ଥିଲେ । ସେଥିରେ ସେ ‘ଜୋତାର ଦରଖାସ୍ତ’ ନାମକ ଲେଖାଟିଏ ପ୍ରକାଶ କରିଥିଲେ । ଏହାର ପ୍ରତ୍ୟକ୍ଷ ଅର୍ଥ ଥିଲା ଯେ ତତ୍କାଳୀନ କଟକ ନଗର ପରିଚାଳନା ଅଧିକାରୀ ନଗରକୁ ନିର୍ମଳ ରଖିବାରେ ଅସମର୍ଥ ହୋଇ ଅଛନ୍ତି । ଏହାଦ୍ୱାରା ମାଜିଷ୍ଟ୍ରେଟଙ୍କ କ୍ରୋଧର ଶିକାର ହୋଇ ସ୍କୁଲ ପରିତ୍ୟାଗ କରି ସେ କଟକରେ ଏକ ପ୍ରାଇଭେଟ ସ୍କୁଲର ପ୍ରତିଷ୍ଠା କଲେ । ନିଜ ଆୟରୁ ଗୁଜୁରାଣ ମେଣ୍ଟିବା ଭଳି ରାଶି ରଖି ବାକି ସବୁ ଅର୍ଥ ସେ ଏହି ଅନୁଷ୍ଠାନକୁ ଦାନ କରୁଥିଲେ । ମଧୁସୂଦନଙ୍କ ସହିତ ଏହି ସ୍କୁଲର ଉନ୍ନତି ପାଇଁ ସେ ପ୍ରତ୍ୟକ୍ଷ ଭାବରେ ଧନୀ ଲୋକ ମାନଙ୍କଠାରୁ ଅର୍ଥ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲେ । ଡମପଡ଼ା ରାଜାଙ୍କ ପାଖରେ ମ୍ୟାନେଜର କାମ କରିବା ସହିତ ସେ ଏହି ସ୍କୁଲକୁ ତଦାରଖ କରୁଥିଲେ । ତାଙ୍କରି ନାମରେ ନାମିତ ପ୍ୟାରୀମୋହନ ଏକାଡେମୀ ସ୍କୁଲ ପରବର୍ତ୍ତୀ ସମୟରେ ଗଢିପାରିଛି କେତେ କେତେ ଦିଗ୍ଗଜ ମହାମନିଷୀ ଙ୍କୁ ।
୧୮୮୧ ମସିହା ଡିସେମ୍ବର ୨୮ ତାରିଖରେ ମାତ୍ର ୩୨ ବର୍ଷ ବୟସରେ ଅଗଣିତ ଦେଶପ୍ରେମୀଙ୍କୁ ଶୋକମଗ୍ନ କରାଇ ପରଲୋକ ଗମନ କରିଥିଲେ ଏହି ମହାମନିଷୀ ।
Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago