ମହାମନିଷୀଗଣ

ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ

ଲେଖା: ଦେଵ ତ୍ରିପାଠୀ
ଉତ୍କଳକୁ ସେ ଆପଣାର ମାତୃଭୂମି ଜ୍ଞାନ କରି ପୂଜା କରୁଥିଲେ, ପ୍ରାଣଠୁ ବଳି ଭଲ ପାଉଥିଲେ । ଉତ୍କଳରେ ଇତିହାସର ଅଭାବ ଦେଖି ସେ ବହୁଗ୍ରନ୍ଥ, ପୁରାତନ ରାଜକୀୟ ନଥି ଓ ମାଦଳା ପାଞ୍ଜି ଆଦି ଗବେଷଣା କରି ଗୋଟିଏ ଓଡ଼ିଆ ଇତିହାସ ସଂକଳନ କରିଥିଲେ । ଓଡ଼ିଶା ପ୍ରତି ତାଙ୍କର ପ୍ରଗାଢ଼ ପ୍ରେମ ଓ ଓଡ଼ିଶା ପାଇଁ କିଛି କରିବାର ଇଛା ହିଁ ତାଙ୍କୁ ଗଢି ଥିଲା ରାଜ୍ୟର ଅନ୍ୟତମ ଐତିହାସିକ ଭାବରେ। ସେ ମଧ୍ୟ ଥିଲେ ଜଣେ ସମାଜ ସଂସ୍କାରକ, ସଂଗଠକ, ଶିକ୍ଷାବିତ୍ ଓ ଆଦର୍ଶ ଶିକ୍ଷକ I
ସେ ଥିଲେ ପ୍ୟାରୀମୋହନ ଆଚାର୍ଯ୍ୟ, କଟକ ଜିଲ୍ଲା ପଶୁଲୁଣ୍ଡା ଗ୍ରାମର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମିତ ଏଇ ମହାପୁରୁଷ ଆଣିପାରିଥିଲେ ବହୁ ଧାର୍ମିକ ଓ ସାମାଜିକ ସଂସ୍କାର I
ମାତ୍ର ୨୦ ବର୍ଷ ବୟସରୁ ସେ ଭକ୍ତକବି ମଧୁସୂଦନ ରାଓ ଓ ଗୋବିନ୍ଦ ରଥଙ୍କ ସହିତ ମିଶି ଓଡ଼ିଆ ଭାଷାରେ ଉତ୍କଳ ପୁତ୍ର ନାମକ ସମ୍ବାଦପତ୍ର ଆରମ୍ଭ କରିଥିଲେ । ସେ ଏହି ସମ୍ବାଦପତ୍ରର ପ୍ରକାଶକ ଓ ସମ୍ପାଦକ ଥିଲେ । ସେଥିରେ ସେ ‘ଜୋତାର ଦରଖାସ୍ତ’ ନାମକ ଲେଖାଟିଏ ପ୍ରକାଶ କରିଥିଲେ । ଏହାର ପ୍ରତ୍ୟକ୍ଷ ଅର୍ଥ ଥିଲା ଯେ ତତ୍କାଳୀନ କଟକ ନଗର ପରିଚାଳନା ଅଧିକାରୀ ନଗରକୁ ନିର୍ମଳ ରଖିବାରେ ଅସମର୍ଥ ହୋଇ ଅଛନ୍ତି । ଏହାଦ୍ୱାରା ମାଜିଷ୍ଟ୍ରେଟଙ୍କ କ୍ରୋଧର ଶିକାର ହୋଇ ସ୍କୁଲ ପରିତ୍ୟାଗ କରି ସେ କଟକରେ ଏକ ପ୍ରାଇଭେଟ ସ୍କୁଲର ପ୍ରତିଷ୍ଠା କଲେ । ନିଜ ଆୟରୁ ଗୁଜୁରାଣ ମେଣ୍ଟିବା ଭଳି ରାଶି ରଖି ବାକି ସବୁ ଅର୍ଥ ସେ ଏହି ଅନୁଷ୍ଠାନକୁ ଦାନ କରୁଥିଲେ । ମଧୁସୂଦନଙ୍କ ସହିତ ଏହି ସ୍କୁଲର ଉନ୍ନତି ପାଇଁ ସେ ପ୍ରତ୍ୟକ୍ଷ ଭାବରେ ଧନୀ ଲୋକ ମାନଙ୍କଠାରୁ ଅର୍ଥ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲେ । ଡମପଡ଼ା ରାଜାଙ୍କ ପାଖରେ ମ୍ୟାନେଜର କାମ କରିବା ସହିତ ସେ ଏହି ସ୍କୁଲକୁ ତଦାରଖ କରୁଥିଲେ । ତାଙ୍କରି ନାମରେ ନାମିତ ପ୍ୟାରୀମୋହନ ଏକାଡେମୀ ସ୍କୁଲ ପରବର୍ତ୍ତୀ ସମୟରେ ଗଢିପାରିଛି କେତେ କେତେ ଦିଗ୍ଗଜ ମହାମନିଷୀ ଙ୍କୁ ।
୧୮୮୧ ମସିହା ଡିସେମ୍ବର ୨୮ ତାରିଖରେ ମାତ୍ର ୩୨ ବର୍ଷ ବୟସରେ ଅଗଣିତ ଦେଶପ୍ରେମୀଙ୍କୁ ଶୋକମଗ୍ନ କରାଇ ପରଲୋକ ଗମନ କରିଥିଲେ ଏହି ମହାମନିଷୀ ।
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago