ସୌରଭିତ ସୃଷ୍ଟି: ଭାରତମଣି ଗୋପବନ୍ଧୁ ଦାସ

ପଣ୍ଡିତ ଗୋପବନ୍ଧୁଙ୍କ ରଚିତ ଏହି ‘ଉଦବୋଧନୀ’ କଵିତାଟି ୧୯୦୩ରେ ପ୍ରକାଶିତ ଶ୍ରୀନୀଳମଣି ଵିଦ୍ଯାରତ୍ନଙ୍କ ଦ୍ଵାରା ସଙ୍କଳିତ “ଜାତୀୟ ସଙ୍ଗୀତ” ପୁସ୍ତକରେ ସ୍ଥାନ ପାଇଥିଲା । ଏହି ପୁସ୍ତକରେ ଉତ୍କଳମଣିଙ୍କର ଦୁଇଗୋଟି ଜାତୀୟ ସଙ୍ଗୀତ ମଧ୍ୟରେ ଏହା ଥିଲା ଅନ୍ଯତମ।       

~ ଉଦବୋଧନୀ ~              
ହେଲଣି ତ ଏତେ ସରି ହେ ସୋଦର
ପୂର୍ଵ ଯଶୋରାଶି କାଳବଳେ ଆସି
ଗଲାଣି ତ ସବୁ ସରି । ଘୋଷା ।

ତ୍ରିଵେଣୀ ତଟରୁ ଗୋଦାଵରୀ ଯାଏ
ଦିନେ ଭାଗ୍ୟ ଗରଵିନୀ,
ଆମ୍ଭ କର୍ମ ଦୋଷେ ଆଜି ସେ ଜନନୀ
ଆହା ପଥ ଭିକାରିଣୀ ।।୧।।

ପୂର୍ଵ କାରିଗରି ଵିହିନେ ସୁନ୍ଦରୀ
ଦିଶଇ କେଡ଼େ ମଳିନ
କାହିଁ ପୂର୍ଵ ଧନ
କାହିଁ ପୂର୍ଵ ପୁଣ୍ୟ
ଶୁଖିଛି ମୁଖ ନଳିନ ।।୨।।

ଅତୀତ କୀରତି ଅତୀତ ଵିଭୂତି
କି ହେଵ ଗାଇ କେଵଳ,
ପୂର୍ଵ ଆଦରଶେ ନଵୀନ ସାହସେ
ଦେଖାଇଵା ନିଜ ବଳ ।।୩।

ନକର ଆଳସ୍ଯ, ନ ହୁଅ ହତାଶ
ଶୁଭ ଯୋଗ ଉପଗତ
ଦେଖ ନଵଯୁଗେ ମହାକର୍ମ ଯୋଗେ
ମତ୍ତ ସମସ୍ତ ଜଗତ ।।୪।।

ଉପସ୍ଥାପନା: ଶିଶିର ସାହୁ ମନୋଜ 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago