ଲେଖା: ତେଜସ୍ୱ ତ୍ରିପାଠୀ

~ ଉତ୍କଳୀୟ ଶାକ୍ତମୂର୍ତ୍ତି ~
ଭୂମା ରେ ଛିଣ୍ଡା ଛିଣ୍ଡା କଳାମେଘର ମେଲଣ ! ଆଉ ଭୂମିରେ ଶୁଭ୍ର କାଶତଣ୍ଡିର ଦୋଳନ ! ଶାକ୍ତ ପୀଠରୁ ସ୍ୱତ୍ରୀୟ ବ୍ରାହ୍ମଣଙ୍କ ସପ୍ତସତୀର ସଚ୍ଛନ୍ଦ ଉଚ୍ଚାରଣ ଶରୀରରେ ସୃଷ୍ଟି କରୁଛି ଅପୂର୍ଵ ସିହରଣ ! ସବୁଆଡେ ଶରତର ସୁନ୍ଦର ପରିବେଶ ! ସବତ୍ର ସବୁଜିମା l ସର୍ବତନ୍ତ୍ର ସ୍ୱତନ୍ତ୍ର ଏହି କଳିଙ୍ଗ ଭୂଖଣ୍ଡର ସବୁକିଛି ନିଆରା ! ତା’ର ମୂର୍ତ୍ତି କଥା କୁହନ୍ତୁ ଅବା ମନ୍ତ୍ର କଥା ସବୁକିଛି ସ୍ୱତନ୍ତ୍ର ! ତେବେ ଉତ୍କଳୀୟ ଶାକ୍ତମୂର୍ତ୍ତି ତତ୍ତ୍ୱର କିଛି ନିଆରା ଉଦାରଣ ଉପରେ ଆଲୋକପାତ କରିବା l
ଉତ୍କଳୀୟ ଶାକ୍ତମୂର୍ତ୍ତି ବାବଦରେ ପ୍ରଥମେ ଆଲୋଚନା କରିବା ପ୍ରସିଦ୍ଧ ବିରଜାକ୍ଷେତ୍ର (Birajakshetra) ଉପରେ l ପୁରାଣ ପ୍ରସିଦ୍ଧ ନାଭିକ୍ଷେତ୍ର l ଉତ୍କଳୀୟ ଶାକ୍ତ ପରମ୍ପରାର ଅଭେଦ୍ୟ ଦୁର୍ଗ ଗଦାକ୍ଷେତ୍ର l ପୁଣି ଉତ୍କଳ ତନ୍ତ୍ରର ଅହଂକାର କୁହାଯାଉଥିବା ସାତଭଉଣୀ ପୀଠ l ତେବେ ବିରଜା ମୂର୍ତ୍ତିଟି ଅତ୍ୟନ୍ତ ବିରଳ ଏଥିରେ ଦ୍ବିମତ ହେବାର କୌଣସି କାରଣ ନାହିଁ l ମା’ ମହିଷାମର୍ଦ୍ଧିନୀ ଓ ଦ୍ବିଭୁଜା l ଏଠାରେ ମହିଷାସୁର ପରିବର୍ତ୍ତେ ମା’ ମଇଁଷିକୁ ବଦ୍ଧ କରିଛନ୍ତି l ପୁଣି ମା’ଙ୍କ ମସ୍ତକରେ ଶିବଲିଙ୍ଗ, ସର୍ପ, ଯୋନୀ, ଚନ୍ଦ୍ର ଓ ଗଣେଶ ପ୍ରତିମା ଦେଖିବାକୁ ମିଳେ l ଯାହାକି ଏହି ପ୍ରତିମାର ବିଶେଷତ୍ୱକୁ ପ୍ରତିପାଦନ କରେ l ଯଦିଓ ସପ୍ତଶତି ଚଣ୍ଡୀର ପ୍ରଧାନୀକ ରହସ୍ୟରେ ଏହାର ସମସାମୟିକ ମୂର୍ତ୍ତିର ବର୍ଣ୍ଣନା କରାଯାଇଛି କିନ୍ତୁ ଏହି ମୂର୍ତ୍ତିର ଅବିକଳ ବର୍ଣ୍ଣନା ଅଦ୍ୟାବଧି କୌଣସି ଠାରେ ଦେଖିବାକୁ ମିଳେନାହିଁ !
ଦ୍ଵିତୀୟ ଉତ୍କଳୀୟ ଶାକ୍ତମୂର୍ତ୍ତି ଆଲୋଚନାକୁ ଆଣିବା ତାହା ପବିତ୍ର ଶ୍ରୀକ୍ଷେତ୍ରର ମା’ ବିମଳା (Bimala) ଦେବୀଙ୍କ ମୂର୍ତ୍ତି l ଏହି ସ୍ଥାନରେ ଦେବୀମୂର୍ତ୍ତିଟି ସ୍ୱତନ୍ତ୍ର “ଉଡ୍ର ଭୈରବୀ” ମନ୍ତ୍ରରେ ମା’ ଉପାସିତା, ମା’ ପଦ୍ମ ଉପରେ ଦଣ୍ଡାୟମାନା l ମୁଣ୍ଡମାଳ ବିଭୂଷିତା l ଚତୁର୍ଭୁଜା l ଉପର ଦୁଇ ହାତରେ ମା’ ଦେବକନ୍ୟା/ମତ୍ସ୍ୟକନ୍ୟା ଓ ନାଗକନ୍ୟାକୁ ଧାରଣ କରିଛନ୍ତି l ତଳ ଦୁଇହସ୍ତରେ ଯଥାକ୍ରମେ କୁମ୍ଭ ଓ ଜାପାମାଳୀ ଧାରଣ କରୁଛନ୍ତି l “ରୁଦ୍ର ଯାମଳ”ରେ ମଧୁମତି ଦେବୀ ନାମରେ ଗୋଟିଏ ଗୋଟିଏ ଦେବୀଙ୍କ ବର୍ଣ୍ଣନା ଆମେ ଦେଖୁ ଯାହା ବିମଳା ବିଗ୍ରହ ସହିତ ସାମଞ୍ଜସ୍ୟ ରଖେ ମାତ୍ର ଏହା ଅବିକଳ ବର୍ଣ୍ଣନା ନୁହେଁ l
ତୃତୀୟ ଉତ୍କଳୀୟ ଶାକ୍ତମୂର୍ତ୍ତି କଥା ସାମ୍ନାକୁ ଆସିଲେ ଚୌରାଶିର ବରାହୀ ମୂର୍ତ୍ତି କଥା ସାମ୍ନା କୁ ଆସେ l ଏହିପରି ଭୟାନକ ମୂର୍ତ୍ତି ପ୍ରାୟତଃ କେଉଁଠି ଦେଖିବାକୁ ମିଳେ ନାହିଁ l ମା’ ଦ୍ଵିଭୁଜା, ଯାହା ଏହି ମୂର୍ତ୍ତିର ପ୍ରାଚୀନତାକୁ ବୟାନ କରୁଛି l ସର୍ବତ୍ର ବାରାହୀ ଚତୁର୍ଭୁଜା ଥିବାବେଳେ ଏଠାରେ ଦ୍ଵିଭୁଜା ମତ୍ସ୍ୟ ଓ ପାନପାତ୍ର ଧରିଥିବା ଦେଖିବାକୁ ମିଳେ l
ଚତୁର୍ଥରେ କଟକ ଜିଲ୍ଲା ବାଙ୍କୀ (ସମ୍ଭବତଃ) ଏକ ମନ୍ଦିର ଗାତ୍ରରେ ଦେଖା ଯାଉଥିବା ସ୍ତନ୍ୟପାୟୀ ଚାମୁଣ୍ଡା ମୂର୍ତ୍ତି ଉତ୍କଳୀୟ ଶିଳ୍ପସ୍ୱାତନ୍ତ୍ର୍ୟର ଅନନ୍ୟ ଉଦାରଣ l ଉପର ଆଲୋଚିତ ଉତ୍କଳୀୟ ଶାକ୍ତମୂର୍ତ୍ତି ଓ ଶାକ୍ତପୀଠ ଗୁଡିକ ଉତ୍କଳ ସୃଜନଶୀଳତାର ହାତଗଣତି କେତୋଟି ଉଦାହରଣ ମାତ୍ର l କିନ୍ତୁ ଉତ୍କଳ ମନ୍ଦିରର ପ୍ରତିଟି ଶିଳାଗାତ୍ର ଉତ୍କଳ କାରିଗର ଓ କାରିଗରୀ ନବସୃଜନୀର ନଖୁଣ କାରିଗରୀ ଭରିରହିଛି ଏଥିରେ କୌଣସି ସନ୍ଦେହ ନାହିଁ l
© Shakta Shrines of Odisha, Tezswo Tripathy
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 days ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 week ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

1 week ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

4 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

4 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

4 weeks ago