ଲେଖା: ଦେଵ ତ୍ରିପାଠୀ
“ଜୀବନର ଚଲାପଥ”ରେ ସେ ପଢିଥିଲେ ଅସଂଖ୍ୟ ସାହିତ୍ୟିକଙ୍କୁ, ପରଖିଥିଲେ ସେମାନଙ୍କ କୃତିକୁ, ପରଖି ଦେଖୁ ଦେଖୁ ସେ ବନିଯାଇଥିଲେ ଗବେଷକ, ଓଡ଼ିଆ ଗବେଷଣା ସାହିତ୍ୟ ଜଗତର କିମ୍ୱଦନ୍ତୀ ପୁରୁଷ; “ଜୀବନର ଚଲାପଥ”ରେ ସେ ମଧ୍ୟ ଦିଗ ଦର୍ଶାଇ ଥିଲେ ଅସଂଖ୍ୟ ସାହିତ୍ୟିକଙ୍କୁ, ସେ ଓଡ଼ିଆ ଗବେଷଣା ସାହିତ୍ୟ ଜଗତର ଭୀଷ୍ମ ପିତାମହ ତଥା କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ, ସାହିତ୍ୟଭାରତୀ ସମ୍ମାନମଣ୍ଡିତ ଉତ୍କଳରତ୍ନ ପ୍ରଫେସର ପଠାଣି ପଟ୍ଟନାୟକ ।
ଐତିହାସିକ ଓ ସାଂସ୍କୃତିକ ସମାଲୋଚନା ଧାରାର ଜଣେ ସଫଳ ସାଧକ ତଥା ଓଡ଼ିଆ ସମାଲୋଚନା ସାହିତ୍ୟର ଅନନ୍ୟ ବିନ୍ଧାଣି ଭାବେ ସେ “ସମାଜ ଓ ସାହିତ୍ୟ”, “ସାହିତ୍ୟ ବିଚାର”, “ସାହିତ୍ୟ ପରିକ୍ରମା”, “ସାହିତ୍ୟ ସଂହତି ଓ ସଂସ୍କୃତି”, “ଓଡ଼ିଆ ସାହିତ୍ୟର ଇତିହାସ”, “ଓଡ଼ିଆ ସାହିତ୍ୟର ଭୂମିକା”, “ଭାରତୀୟ ସାହିତ୍ୟର ଭୂମିକା”, “ପ୍ରବନ୍ଧ ଓ ସମାଲୋଚନା”, “ଗଙ୍ଗାଧର ସାହିତ୍ୟ ଓ ତପସ୍ୱିନୀ” ଓ “ଜୀବନୀ ସାହିତ୍ୟ: ଏକ ଅଧ୍ୟୟନ” ପରି ଅତ୍ୟନ୍ତ ସାରଗର୍ଭକ ପୁସ୍ତକ ମାନ ରଚନା କରି ଓଡ଼ିଆ ଗବେଷଣା ସାହିତ୍ୟ ଭଣ୍ଡାରକୁ ବପୁମନ୍ତ କରିଛନ୍ତି ।
ଆଲୋଚନାରେ ତାଙ୍କର ସାମ୍ବାଦିକସୁଲଭ ପ୍ରକାଶଭଙ୍ଗୀ ପାଠକଙ୍କୁ ମୋହିତ କରି ରଖେ । ଯୁକ୍ତିନିଷ୍ଠଭାବେ ଆମ ଐତିହ୍ୟ, ସଂସ୍କୃତି ଓ ସମସାମୟିକ ସାମାଜିକ ଜନପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଆ ସାହିତ୍ୟର ଅନୁଶୀଳନ କରିଛନ୍ତି ପ୍ରଫେସର ପଟ୍ଟନାୟକ । ଏସବୁ କାଳଜୟୀ ରଚନା ପରିଚୟ ଦିଏ ତାଙ୍କର ସ୍ଵକୀୟ ମୌଳିକ ବିଚାରପ୍ରବଣତା, ତୁଳନାତ୍ମକ ବିଚାର ଆଲୋଚନା ଓ ମନନଶୀଳନତା ।
“ରସକଲ୍ଲୋଳ”, “ବିଦଗ୍ଧ ଚିନ୍ତାମଣି” ଓ “ଲାବଣ୍ୟବତୀ”ର ସୁଯୋଗ୍ୟ ସମ୍ପାଦକଭାବେ ସେ ମଧ୍ୟ ପରିଚୟ ଦେଇଛନ୍ତି ନିଜର ଅଖଣ୍ଡ ସୃଜନଶୀଳତାର !
ଗବେଷଣାତ୍ମକ-ପ୍ରବନ୍ଧ ବ୍ୟତୀତ ଅସୁମାରୀ ଗଳ୍ପ ଓ କବିତା ରଚନା କରି ସେ ଓଡ଼ିଆ ସାହିତ୍ୟକୁ ଦେଇଥିଲେ ସ୍ୱତନ୍ତ୍ର ମର୍ଯ୍ୟାଦା, ଆତ୍ମଜୀବନୀ “ଜୀବନର ଚଲାପଥ” ପାଇଁ ସେ ସମ୍ମାନିତ ହୋଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ।
ଓଡ଼ିଆ ସାହିତ୍ୟପ୍ରେମୀମାନଙ୍କ ମାନସପଟରେ ସଦାବିରାଜିତ ସେହି ପ୍ରଥିତଯଶା ଅଧ୍ୟାପକ, ଗବେଷକ, ସ୍ତମ୍ଭକାର ପଠାଣି ପଟ୍ଟନାୟକଙ୍କୁ ଅନ୍ତରଙ୍ଗ କଳିଙ୍ଗର ସଶ୍ରଦ୍ଧ ପ୍ରଣିପାତ ।
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…