ମହାମନିଷୀଗଣ

ଉତ୍କଳରତ୍ନ ପ୍ରଫେସର ପଠାଣି ପଟ୍ଟନାୟକ

ଲେଖା: ଦେଵ ତ୍ରିପାଠୀ

“ଜୀବନର ଚଲାପଥ”ରେ ସେ ପଢିଥିଲେ ଅସଂଖ୍ୟ ସାହିତ୍ୟିକଙ୍କୁ, ପରଖିଥିଲେ ସେମାନଙ୍କ କୃତିକୁ, ପରଖି ଦେଖୁ ଦେଖୁ ସେ ବନିଯାଇଥିଲେ ଗବେଷକ, ଓଡ଼ିଆ ଗବେଷଣା ସାହିତ୍ୟ ଜଗତର କିମ୍ୱଦନ୍ତୀ ପୁରୁଷ; “ଜୀବନର ଚଲାପଥ”ରେ ସେ ମଧ୍ୟ ଦିଗ ଦର୍ଶାଇ ଥିଲେ ଅସଂଖ୍ୟ ସାହିତ୍ୟିକଙ୍କୁ, ସେ ଓଡ଼ିଆ ଗବେଷଣା ସାହିତ୍ୟ ଜଗତର ଭୀଷ୍ମ ପିତାମହ ତଥା କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ, ସାହିତ୍ୟଭାରତୀ ସମ୍ମାନମଣ୍ଡିତ ଉତ୍କଳରତ୍ନ ପ୍ରଫେସର ପଠାଣି ପଟ୍ଟନାୟକ

ଐତିହାସିକ ଓ ସାଂସ୍କୃତିକ ସମାଲୋଚନା ଧାରାର ଜଣେ ସଫଳ ସାଧକ ତଥା ଓଡ଼ିଆ ସମାଲୋଚନା ସାହିତ୍ୟର ଅନନ୍ୟ ବିନ୍ଧାଣି ଭାବେ ସେ “ସମାଜ ଓ ସାହିତ୍ୟ”, “ସାହିତ୍ୟ ବିଚାର”, “ସାହିତ୍ୟ ପରିକ୍ରମା”, “ସାହିତ୍ୟ ସଂହତି ଓ ସଂସ୍କୃତି”, “ଓଡ଼ିଆ ସାହିତ୍ୟର ଇତିହାସ”, “ଓଡ଼ିଆ ସାହିତ୍ୟର ଭୂମିକା”, “ଭାରତୀୟ ସାହିତ୍ୟର ଭୂମିକା”, “ପ୍ରବନ୍ଧ ଓ ସମାଲୋଚନା”, “ଗଙ୍ଗାଧର ସାହିତ୍ୟ ଓ ତପସ୍ୱିନୀ” ଓ “ଜୀବନୀ ସାହିତ୍ୟ: ଏକ ଅଧ୍ୟୟନ” ପରି ଅତ୍ୟନ୍ତ ସାରଗର୍ଭକ ପୁସ୍ତକ ମାନ ରଚନା କରି ଓଡ଼ିଆ ଗବେଷଣା ସାହିତ୍ୟ ଭଣ୍ଡାରକୁ ବପୁମନ୍ତ କରିଛନ୍ତି ।

ଆଲୋଚନାରେ ତାଙ୍କର ସାମ୍ବାଦିକସୁଲଭ ପ୍ରକାଶଭଙ୍ଗୀ ପାଠକଙ୍କୁ ମୋହିତ କରି ରଖେ । ଯୁକ୍ତିନିଷ୍ଠଭାବେ ଆମ ଐତିହ୍ୟ, ସଂସ୍କୃତି ଓ ସମସାମୟିକ ସାମାଜିକ ଜନପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଆ ସାହିତ୍ୟର ଅନୁଶୀଳନ କରିଛନ୍ତି ପ୍ରଫେସର ପଟ୍ଟନାୟକ । ଏସବୁ କାଳଜୟୀ ରଚନା ପରିଚୟ ଦିଏ ତାଙ୍କର ସ୍ଵକୀୟ ମୌଳିକ ବିଚାରପ୍ରବଣତା, ତୁଳନାତ୍ମକ ବିଚାର ଆଲୋଚନାମନନଶୀଳନତା

“ରସକଲ୍ଲୋଳ”, “ବିଦଗ୍ଧ ଚିନ୍ତାମଣି” ଓ “ଲାବଣ୍ୟବତୀ”ର ସୁଯୋଗ୍ୟ ସମ୍ପାଦକଭାବେ ସେ ମଧ୍ୟ ପରିଚୟ ଦେଇଛନ୍ତି ନିଜର ଅଖଣ୍ଡ ସୃଜନଶୀଳତାର !

ଗବେଷଣାତ୍ମକ-ପ୍ରବନ୍ଧ ବ୍ୟତୀତ ଅସୁମାରୀ ଗଳ୍ପ ଓ କବିତା ରଚନା କରି ସେ ଓଡ଼ିଆ ସାହିତ୍ୟକୁ ଦେଇଥିଲେ ସ୍ୱତନ୍ତ୍ର ମର୍ଯ୍ୟାଦା, ଆତ୍ମଜୀବନୀ “ଜୀବନର ଚଲାପଥ” ପାଇଁ ସେ ସମ୍ମାନିତ ହୋଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ।

ଓଡ଼ିଆ ସାହିତ୍ୟପ୍ରେମୀମାନଙ୍କ ମାନସପଟରେ ସଦାବିରାଜିତ ସେହି ପ୍ରଥିତଯଶା ଅଧ୍ୟାପକ, ଗବେଷକ, ସ୍ତମ୍ଭକାର ପଠାଣି ପଟ୍ଟନାୟକଙ୍କୁ ଅନ୍ତରଙ୍ଗ କଳିଙ୍ଗର ସଶ୍ରଦ୍ଧ ପ୍ରଣିପାତ ।

Spread the love
admin

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

2 weeks ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

3 weeks ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

3 weeks ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

3 weeks ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

3 weeks ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

3 weeks ago