ଗବେଷଣା: ଶିଶିର ସାହୁ ମନୋଜ

“ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ,
ଅସ୍ତାଚଳ ପ୍ଳାଵିଦିଏ ଅଜସ୍ର-ଆସାରେ ।।”

ସ୍ବଭାଵକଵି ଗଙ୍ଗାଧର ମେହେର ତାଙ୍କ ତପସ୍ଵିନୀ କାଵ୍ଯର (ସୀତା) ପ୍ରଥମ ସର୍ଗରେ ଏହି ପଦ ମଧ୍ୟରେ ଦୁଇଗୋଟି ‘ଆଶାରେ’ ଓ ‘ଆସାରେ’ ଶବ୍ଦ ଵ୍ଯଵହାର କରିଅଛନ୍ତି ।

ତାହେଲେ କ’ଣ ଆମ ଭାଷାରେ ଦୁଇଗୋଟି ଆଶାଆସା ଶବ୍ଦ ରହିଛି ଏଵଂ ପ୍ରୟୋଗ ଦୃଷ୍ଟିରୁ ଏ ଉଭୟ ଶବ୍ଦର ଅର୍ଥ ମଧ୍ୟ ଭିନ୍ନ ଭିନ୍ନ ହୋଇଥିଵା ସମ୍ଭଵ  ?

ହଁ ପ୍ରକୃତରେ ଆମ ଭାଷାରେ ଦୁଇଗୋଟି ‘ଆଶା’ ଓ ‘ଆସା’ ଶବ୍ଦ ରହିଛି ତେବେ “ଆସା” ଶବ୍ଦଟିର ଵ୍ଯଵହାର ସେତେ ଦେଖାଯାଏ ନାହିଁ ଏଵଂ ଏହା ଵୈଦିକ ସଂସ୍କୃତ ତଥା ପ୍ରାଚୀନ ସଂସ୍କୃତ ସାହିତ୍ୟରେ ଦୃଷ୍ଟିଗୋଚର ହୋଇଥାଏ । ଆସା ଶବ୍ଦର ସେତେ ଵ୍ଯଵହାର ନଥିଵାରୁ ଏ ଶବ୍ଦ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦିଆଯାଇନାହିଁ ।

ତେବେ ଉଭୟ ‘ଆଶା’ ଓ ‘ଆସା’ ଶବ୍ଦ କେଉଁ କେଉଁ ଅର୍ଥରେ ଵ୍ଯଵହାର ହୋଇଥାଏ ?

‘ଆଶା’ ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଅଛି…
୧. ବାଞ୍ଚା ଵା ଇଚ୍ଛା
୨. ଦୀର୍ଘତୃଷ୍ଣା
୩. ଦିଗ
୪. ଭରସା
୫. ଦକ୍ଷ ପ୍ରଜାପତିଙ୍କ ଏକ କନ୍ୟାର ନାମ
୬. କନ୍ଯାମାନଙ୍କୁ ଦିଆଯିଵା ନାମ

ସେହିପରି ‘ଆସା’ ଶବ୍ଦର ନିମ୍ନ ଅର୍ଥ ସବୁ ରହିଛି…
୧. ନିମିଷକେ
୨. ମୁଖର ଶବ୍ଦ
୩. ଵ୍ଯକ୍ତିଗତ ଭାବେ
୪. ଆଖପାଖରେ
୫. ପାଖରେ
୬. ନିକଟତା
୭. ନିକଟ
୮. ଉପସ୍ଥିତି
୯. ଆଶାବାଡୀ
୧୦. ସୁନା ରୂପା ଆଦି ଧାତୁରେ ତିଆରି ମୋଟ ଦଣ୍ଡ ଯାହା କେଵଳ ସାଜସଜ୍ଜା ହେତୁ ରାଜାମହାରାଜା ତଥା ଶୋଭାଯାତ୍ରାର ଆଗରେ ଚୋପ୍ଦାରମାନେ ଧରି ଚାଲୁଥିଲେ ।

ତାହେଲେ କଵି କ’ଣ ‘ଆଶା’ ଓ ‘ଆସା’ ଏ ଉଭୟ ଶବ୍ଦର ଏଠାରେ ଵ୍ଯଵହାର କରିଅଛନ୍ତି କି ? ଯଦି କରିଛନ୍ତି ତାହେଲେ  ଏଠାରେ କେଉଁ ଅର୍ଥରେ କରିଅଛନ୍ତି ?

ପ୍ରକୃତରେ କଵି “ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ,” ପଦରେ ଆଶା ଶବ୍ଦକୁ ଦିଗ ଅର୍ଥରେ ଵ୍ଯଵହାର କରିଛନ୍ତି, କିନ୍ତୁ “ଅସ୍ତାଚଳ ପ୍ଳାଵିଦିଏ ଅଜସ୍ର-ଆସାରେ” –  ଏହି ପଦରେ ଵୈଦିକ ଆସା ଶବ୍ଦର ଵ୍ଯଵହାର କରିନାହାନ୍ତି ।

ଏଠାରେ ତତ୍ସମ ‘ଆସା’ର ଶବ୍ଦରେ ଓଡ଼ିଆ ଏ ପରପ୍ରତ୍ଯୟ ଯୁକ୍ତ କରି କଵି ଆସାରେ ଶବ୍ଦଟି ପ୍ରୟୋଗ କରିଅଛନ୍ତି ।

ତତ୍ସମ ଆସାର ଶବ୍ଦର ନିମ୍ନଲିଖିତ ଅର୍ଥରେ ପ୍ରୟୋଗ ରହିଛି
୧. ଅସାରା/ଅସରା
୨. ମୁଷଳଧାରାରେ ଵୃଷ୍ଟିପାତ
୩. ଜଳଧାରା ପତନ
୪. କୌଣସି ପଦାର୍ଥର ଧାରା
୫. ଶତ୍ରୁ ସୈନ୍ଯ ବେଷ୍ଟନ
୬. ଵିସ୍ତାର ଵା ପ୍ରସାରଣ
୭. ଜଳକଣା
୮. ବନ୍ଧୁବଳ; ମିତ୍ର ସେନା
୯. ପ୍ରଵେଶ

ଅର୍ଥାତ୍ କଵି ଏଠାରେ କହୁଛନ୍ତି—
ଉଠି
ଯେହ୍ନେ = ଯେଉଁଠି
ଜଳଧର=ମେଘ
ପଶ୍ଚିମ-ଆଶାରେ = ପଶ୍ଚିମଦିଗରେ
ଅସ୍ତାଚଳ = ପଶ୍ଚିମାଚଳ; ଯେଉଁ ପର୍ଵତରେ ସୂର୍ଯ୍ୟ ଅସ୍ତ ଯାଆନ୍ତି
ପ୍ଳାଵିଦିଅନ୍ତି = ବୁଡା଼ଇ ଦିଅନ୍ତି ଵା ଢାଳି ଦିଅନ୍ତି
ଅଜସ୍ର ଆସାରେ  = ଅଜସ୍ର ଜଳଧାରାରେ

ମଜାକଥା ହେଲା ବହୁତ ଲୋକ ହଠାତ ଏହି ପଦଟି ପଢ଼ି ଭାବନ୍ତି କଵି ଏଠାରେ ଦୁଇଗୋଟି ‘ଆଶା’ ଓ ‘ଆସା’ ଶବ୍ଦ ଵ୍ଯଵହାର କରିଅଛନ୍ତି, କିନ୍ତୁ ପ୍ରକୃତରେ କଵି ଏଠି ‘ଆଶାରେ’ ଶବ୍ଦକୁ ‘ଦିଗରେ’ ଅର୍ଥରେ ଏଵଂ ‘ଆସାରେ’ ଶବ୍ଦକୁ ‘ଜଳଧାରାରେ’ ଅର୍ଥରେ ଵ୍ଯଵହାର କରିଥିଵା ଆସାର ଶବ୍ଦକୁ ଓ ତାହାର ଅର୍ଥକୁ ଜାଣିଥିଵା ଵ୍ଯକ୍ତି ହିଁ ଠିକ୍ ଭାବେ ଠଉରେଇ ପାରିଥାଆନ୍ତି ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago