All Rights ReservedView Non-AMP Version
  • Homepage
  • ପର୍ଯ୍ୟଟନ ଆକର୍ଷଣ
  • ରାଜରାଜୁଡା କ୍ଷେତ୍ର
ରାଜରାଜୁଡା କ୍ଷେତ୍ର

ଆଳି ଗଡ଼ଜାତ

ଲେଖା: ଋଷିରାଜ ପଟ୍ଟନାୟକ

ପ୍ରାଚୀନ କେନ୍ଦ୍ରପଡ଼ାରେ ଥିଲା ତିନିଗୋଟି ରାଜ୍ୟ ଯଥା, କୁଜଙ୍ଗ, ଆଳି ଓ କନିକା । କୁଜଙ୍ଗ ରାଜବଂଶରେ ଷଣ୍ଢବଂଶୀ, ଆଳି ରାଜବଂଶରେ ଦେବବଂଶୀ ଓ କନିକା ରାଜବଂଶରେ ଭଞ୍ଜବଂଶୀ ନରପତିମାନେ ଶାସନ କରୁଥିଲେ ।

କନିକା ରାଜବଂଶର ଅପରାଜେୟ ସ୍ୱାଧୀନଚେତା ରାଜା ବଳଭଦ୍ର ଭଞ୍ଜ ଓ କୁଜଙ୍ଗର ଦୁର୍ଦାନ୍ତ ଷଣ୍ଢ ରାଜା ଚନ୍ଦ୍ରଧ୍ୱଜଷଣ୍ଢ ସର୍ବପ୍ରଥମେ ମିଳିତ ଭାବେ ହରିଶପୁର ରାଜା ନୀଳକଣ୍ଠ ମଙ୍ଗରାଜଙ୍କ ସହ ହାତ ମିଳେଇ ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଆଳି ରାଜା ନୀଳକଣ୍ଠ ଦେବଙ୍କଦ୍ୱାରା ବର୍ତ୍ତମାନର ପ୍ରସିଦ୍ଧ ଆଳି ଶ୍ରୀ ଶ୍ରୀ ବରାହ ଜୀଉଙ୍କ ମନ୍ଦିର ନିର୍ମିତ ହୋଇଥିବା ସମୟରେ କନିକା ରାଜା ବଳଭଦ୍ରଭଞ୍ଜ ରିଘାଗଡର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଓ କେରଡାଗଡର ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ । ଏହି କେରଡାଗଡରେ ଜନ୍ମ ନେଇଥିଲେ ଦୁଇ ମହାନ ସନ୍ଥ ନାମାଚାର୍ଯା ବାୟାବାବା ଓ ଶୂନ୍ୟବାଦୀ ପୁରୁଷ କ୍ଷେତ୍ରବାସୀ ବାବା, କୁଜଙ୍ଗ ନରେଶ ଅନନ୍ତ ନରେନ୍ଦ୍ର ସାମନ୍ତ କୁଜଙ୍ଗର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ।


ଉନ୍ନବିଂଶ ଶତାବ୍ଦୀର ଓଡ଼ିଶା ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଅଛି । ଓଡ଼ିଶାରେ ସଂଗଠିତ ନଅଙ୍କ ଦୁର୍ଭିକ୍ଷ ସମୟରେ କେନ୍ଦ୍ରାପଡ଼ାର ଖ୍ୟାତନାମା ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ଅକୁଣ୍ଠ ଚିତ୍ତ ସମଗ୍ର ଓଡ଼ିଶା ଲୋକଙ୍କୁ ଯେପରି ଭାବରେ ବୀନା ମୂଲ୍ୟରେ କ୍ଷୁଧାର୍ଥ ଲୋକମାନଙ୍କୁ ମାସ ମାସ ଧରି ଆହାର ଯୋଗାଇଥିଲେ, ତାହା ସବୁଦିନ ପାଇଁ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ ।

ଓଡିଶା ଇତିହାସ ପୃଷ୍ଠା ଅବଲୋକନ କଲେ, ମୋଗଲବନ୍ଦି ମଧ୍ୟରେ ଥିବା ସବୁଠାରୁ ପ୍ରାଚୀନ ସଭ୍ୟ ହେଉଛି ଆଳି, ପ୍ରଥମେ ଖରସ୍ରୋତା ନଦୀ ଉପକଣ୍ଠରେ ଥିବା (ବରୁଣ ଡିହା ) ଅଞ୍ଚଳର ପୁରୁଣା ମାଟି ନଅର ପ୍ରାକୃତିକ ବିପର୍ଯ୍ୟୟରେ ନଷ୍ଟ ହେଇଗଲା ପରେ ଆଳିର ତତ୍କାଳୀନ ନରେଶ ରାଜା ତ୍ରିଲୋଚନ ଦେବ ସାଂପ୍ରତିକ ରାଜବାଟୀର ଶୁଭ ପ୍ରତିଷ୍ଠା କରିଥିଲେ । ପରେ ଆଳି ରାଜା ପ୍ରତାପରୁଦ୍ରଦେବ, ଯଦୁନାଥ ଦେବ ଓ ଏହି ବଂଶର ଖ୍ୟାତନାମା ରାଜା ବ୍ରଜସୁନ୍ଦର ଦେବ ବର୍ତ୍ତମାନର ଆଳି ରାଜବାଟୀ ପର୍ଯ୍ୟାୟକ୍ରମେ ନିର୍ମାଣ କରିଥିଲେ।ଏହି ରାଜବାଟୀ ପ୍ରାୟ ୫ ଏକର ସ୍ଥାନ ଉପରେ ନିର୍ମିତ ହୋଇଥିଲା ବେଳେ ରାଜବାଟୀର ପରିସର ୪୦ଏକର ଭୂ-ସମ୍ପତ୍ତି ବୋଲି ଜଣାଯାଏ। ଏହି ରାଜବାଟୀ ମଧ୍ୟରେ ରାଜନଅର, ରାଣୀ ମହଲ, ଘୋଡାଶାଳ, ଭଣ୍ଡାର ଗୃହ, ଉଦ୍ୟାନ, ଆମୋଦ ପ୍ରମୋଦ ନିମନ୍ତେ ଉଦ୍ୟାନ ଓ ଦେବୀ ମନ୍ଦିର ରହିଅଛି। ଖରସ୍ରୋତା ନଦୀ ସଂଲଗ୍ନ ଅଞ୍ଚଳରେ ଠିଆହୋଇଛି ଏହି ରାଜ ଉଆସ।
ଦ୍ଵିତଳ ବିଶିଷ୍ଟ ଆଳି ରାଜାଙ୍କ ମୁଖ୍ୟ ସୌଧ ଏହି ଗୃହ ମଧ୍ୟରେ ଆଳି ରାଜବଂଶରେ ଶାସନ କରୁଥିବା ରାଜମାନଙ୍କର ଫଟୋ, ରାଜା ବ୍ରଜସୁନ୍ଦର ଦେବଙ୍କର ବାଘ ପାଟିରେ ମୁଣ୍ଡ ପୁରାଉଥିବା ଚିତ୍ର, ବାଘମାନଙ୍କ ଉପରେ ବସି ରାଜା ଭ୍ରମଣ କରୁଥିବାର ଦୃଶ୍ୟ ସଂଶ୍ଳିଷ୍ଟ ଅନେକ ଚିତ୍ର ସ୍ଥାନ ପାଇଅଛି । ଏହା ଛଡା ରାଜା ଵ୍ୟବାହାର କରୁଥିବା ଯୁଦ୍ଧାସ୍ତ୍ର, ବନ୍ଧୁକ ଆଦି ସ୍ଥାନିତ ହୋଇଅଛି। ରାଜପ୍ରସାଦର ସମ୍ମୁଖରେ ଥିବା ଚଟାଣରେ ପଡିଛି ଏକ ବିରାଟ ମାର୍ବଲ ପ୍ରସ୍ତର ଖଣ୍ଡ ।

ରାଜବାଟୀଠାରୁ ପ୍ରାୟ ଅଧ କି.ମି ଦୂରରେ (ଶ୍ରୀ ଶ୍ରୀ ବରାହଜୀଉ ମନ୍ଦିର ନିକଟରେ) ରହିଛି ଆଳି ରାଜବଂଶର ସ୍ଵର୍ଗଦ୍ଵାର । ସୁଉଚ୍ଚ ପ୍ରାଚୀର ପରିବେଷ୍ଟିତ ଶ୍ମଶାନ ଇଲାକା ମଧ୍ୟରେ ରହିଛି ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଆଳି ରାଜାଙ୍କର ସମାଧି ଓ ଏହି ଶ୍ମଶାନ ପଛପଟରେ ଥିବା ବିଦ୍ୟାଳୟ ହତା ମଧ୍ୟରେ ରହିଛି କେନ୍ଦୁଝରର ବିପ୍ଳବୀ ଧରଣୀଧର ଭୂୟାଁ (ଆଳି ଲୋକମତରେ ବାଉଁଶଗଡ ବାବାଜୀ)ଙ୍କର କଚା ସମାଧି ସ୍ଥଳ ।କେନ୍ଦ୍ରାପଡ଼ା ସଦର ଦପ୍ତର ଠାରୁ ଆଳି ରାଜବାଟୀର ଦୂରତା ୪୫ କି.ମି । ବର୍ଷର ସବୁ ସମୟରେ କେନ୍ଦ୍ରାପଡ଼ା ସହର ପାର୍ଶ୍ଵ ନେଇ ଯାଇଥିବା କଟକ-ଚାନ୍ଦବାଲି ରାସ୍ତାରେ  ଏଠାରେ ସହଜରେ ପହଞ୍ଚିପାରିବ।

Source: Kendrapada.nic.in, Sri B. Dash

Spread the love
admin

Next ପ୍ୟାରୀମୋହନ ଆଚାର୍ଯ୍ୟ »
Previous « ଅଲୋଡା ଘର

View Comments

  • Niranjan Sahu says:
    March 26, 2023 at 10:12 am

    ମନଛୁଆଁ ଲେଖା। ବହୁତ ସୁନ୍ଦର ??

Leave a Comment
Share
Published by
admin
Tags: ଆଳି ଗଡ଼ଜାତ
6 years ago

    Related Post

  • ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ
  • ନୟାଗଡ଼ର ମା’ ଦକ୍ଷିଣକାଳୀ
  • ରଳବଗଡ଼

Recent Posts

  • ଇତିହାସ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

5 hours ago
  • ଇତିହାସ

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago
  • ଇତିହାସ

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago
  • ଇତିହାସ

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago
  • ରାଜରାଜୁଡା କ୍ଷେତ୍ର

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago
All Rights ReservedView Non-AMP Version
  • L