ଲେଖା: ଶିବାଶିଷ ମହାପାତ୍ର
୧୮୯୦ ମସିହାର ଆଠମଲ୍ଲିକ ରାଜ୍ୟ ।
ଏକ ସ୍ବତନ୍ତ୍ର ରାଜ୍ୟର ପରିଚୟ ଲାଭ କରିବା ପୂର୍ବରୁ ଥିଲା ଏକ ଜମିଦାରୀ । ୧୮୭୪ ମସିହା ବେଳକୁ ଜମିଦାରୀ ଯାଗିରି ଉଠି ବନିଯାଇଥିଲା ଏକ ସ୍ବତନ୍ତ୍ର ରାଜ୍ୟ । କିମ୍ବଦନ୍ତୀ ଅନୁସାରେ କଦମ୍ବ ବଂଶଜ ରାଜା ପ୍ରତାପ ଦେଓ ଏଗାର ଶହ ଶତାବ୍ଦୀରେ ଏହି ଅଞ୍ଚଳରେ ପାଇଥିଲେ ଏକ ହଣ୍ଡା । ତେଣୁ ଏହି ଅଞ୍ଚଳକୁ ‘ହଣ୍ଡପା’ ବୋଲି ମଧ୍ୟ କୁହାଯାଏ । ପରେ ରାଜା ଏହି ଅଞ୍ଚଳକୁ ଆଠ ଭାଗରେ ବିଭକ୍ତ କରି ଆଠ ଜଣ ମଲ୍ଲଙ୍କୁ ରାଜ୍ୟର ଶାସନଭାର ଅର୍ପଣ କରିଥିଲେ । ଏହି କାରଣ ପାଇଁ ଏହାର ନାମକରଣ ହଣ୍ଡପାରୁ ‘ଆଠମଲ୍ଲିକ’ ହୋଇଥିଲା ।
ଏହି ରାଜ୍ୟର ରାଜଧାନୀ କଇଁତରାଗଡ଼ ଥିଲା । କଦମ୍ବଫୁଲ ଥିଲା ରାଜ୍ୟର ରାଜକୀୟ ଚିହ୍ନ । ଭାରତ ସ୍ବାଧୀନତା ଲାଭ କଲାପରେ ୧୯୪୮ ମସିହାରେ ରାଜ୍ୟର ଶେଷ ରାଜା କିଶୋରଚନ୍ଦ୍ର ଦେଓ ସାମନ୍ତ ଢ଼େଙ୍କାନାଳଠାରେ ରାଜ୍ୟର ମିଶ୍ରଣ ଓଡ଼ିଶା ସହିତ କରିଥିଲେ । ସେ ସମୟରୁ ୧୯୯୩ ମସିହା ପର୍ଯ୍ୟନ୍ତ ଏହା ଢ଼େଙ୍କାନାଳ ରାଜ୍ୟର ଏକ ଅଂଶ ହୋଇ ରହିଥିଲା । ୧୯୯୩ ମସିହା ମାର୍ଚ୍ଚ ମାସ ୩୧ ତାରିଖରେ ନୂତନ ଅନୁଗୋଳ ଜିଲ୍ଲା ସୃଷ୍ଟି ହୋଇଥିଲା ଏବଂ ଆଠମଲ୍ଲିକ ଏହାର ଏକ ସବଡିଭିଜନ୍ ଭାବରେ ରହିଛି ।
ଫଟୋଚିତ୍ରରେ ରହିଛି ଆଠମଲ୍ଲିକ ରାଜ୍ୟର ଚିହ୍ନ କଦମ୍ବ ଫୁଲ ସୁସଜ୍ଜିତ ଏକ ରାଜକୀୟ ହାତୀ ।
©️Odisha Stories
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…