ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଓଡ଼ିଶାରେ କୁମାରପୂର୍ଣ୍ଣିମା ଠାରୁ କାର୍ତ୍ତିକପୂର୍ଣ୍ଣିମା ଯାଏଁ ଆକାଶଦୀପ ପ୍ରତିଷ୍ଠା କରାଯାଇଥାଏ । ବୁଦ୍ଧିଜୀବୀ ଗଣଙ୍କ ମଧ୍ୟରେ ଆକାଶଦୀପକୁ ନେଇ ଭିନ୍ନ ଭିନ୍ନ ମତ ପ୍ରଚଳିତ ।

~ ଧର୍ମମତ ~
କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ ।
ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଏହି ପ୍ରଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ । ତେଣୁ ପ୍ରାୟତଃ ପ୍ରତ୍ୟେକ ଗ୍ରାମରେ ଏକ ଉଚ୍ଚ ବାଉଁଶଖୁଣ୍ଟ ଉପରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଉଥାଏ ।

~ ଐତିହାସିକ ମତ ~
କେତେକ ଐତିହାସିକଙ୍କ ମତରେ ଆଗେ ଓଡ଼ିଶାରେ କୁମାର ପୂର୍ଣିମା ଠାରୁ କାର୍ତ୍ତିକ ପୁର୍ଣିମା ରାତି ପର୍ଯ୍ୟନ୍ତ ଆକାଶଦୀପ ଜଳାଯାଉଥିଲା, ଏବଂ ଏହା ଜଳାଯାଉଥିଲା ଦ୍ରବ୍ୟ ସଂଗ୍ରହ ତଥା ଦେବତା ଆବାହନ ଉଦ୍ଦେଶ୍ୟାର୍ଥେ ଥିଲା ।

କୁହାଯାଏ ପୂର୍ବେ ଆମ ଅଞ୍ଚଳରେ ଦ୍ରବ୍ୟ ସଂଗ୍ରହ ପରିମାଣ ଅନୁଯାୟୀ ଆକାଶଦୀପ କ୍ରମଶଃ ଉପରକୁ ଉପରକୁ ଉଠା ଯାଉଥିଲା । ସାଧବମାନେ ମାଝୀ (ବୋଇତ ପରିଚାଳକ) ମାନଙ୍କୁ ଚଉଠ ସଂଗ୍ରହ ପାଇଁ ସୁଯୋଗ ଦେଉଥିଲେ । ବୋଇତ ମାଝୀମାନଙ୍କ ଘର ଚଉରାମୂଳରେ ମଧ୍ୟ ଆକାଶଦୀପ ଜଳୁଥିଲା ।

ଏହି ଆକାଶଦୀପ ସଂସ୍ଥାପନର ମୂଳ ଉଦ୍ଦେଶ୍ୟ ଥିଲା -ଦ୍ରବ୍ୟ ସଂଗ୍ରହ ଓ ଦେବତା ଆବାହନ କରିବା । ଯେଉଁମାନଙ୍କର ସଂଗ୍ରହ ସମ୍ପୂର୍ଣ୍ଣ ହୋଇଯାଉଥିଲା ସେମାନେ ମଧ୍ୟ ସବୁ ସନ୍ଧ୍ୟାରେ ପୂର୍ଣ୍ଣରୂପରେ ପ୍ରଦୀପ ଆକାଶକୁ ଉଠାଉଥିଲେ ଓ ସେମାନଙ୍କ ଉଦ୍ଦେଶ୍ୟ ମଧ୍ୟ ଦ୍ରବ୍ୟ ସଂଗ୍ରହ ଓ ଦେବତା ଆବାହନ ରହୁଥିଲା ଏହି ଦୀପଦାନ କ୍ରମେ ଧର୍ମୀୟ ପରମ୍ପରାରେ ପରିଣତ ହୋଇଛି ।

~ ବୈଜ୍ଞାନିକ କାରଣ ~
ଓଡ଼ିଶା ହେଉଛି ଏକ କୃଷିଭିତ୍ତିକ ଅଞ୍ଚଳ । ଏଠାରେ ସାଧାରଣତଃ କାର୍ତ୍ତିକ ମାସରେ ପୋକଜୋକଙ୍କ ସଂଖ୍ୟାରେ ମାତ୍ରାଧିକ ବୃଦ୍ଧି ହୋଇଥାଏ । ଆମ ପୂର୍ବଜ ଏ ସମସ୍ୟାର ସମାଧାନ ପାଇଁ ମାସଯାକ ଦୀପାବଳି ପାଳନ କଲେ ଏବଂ ସାମାଜିକ ନିୟମ ପ୍ରଣୟନ ହେଲା ଯେ କାର୍ତ୍ତିକ ମାସ ସାରା ଚଉରା ମୂଳରେ ତଥା ଅନ୍ୟ ଧାର୍ମିକ ପ୍ରତିଷ୍ଠାନରେ ଦୀପ ପ୍ରଜ୍ଵଳନ ତଥା ଆକାଶଦୀପ ସଂସ୍ଥାପନ ।

ଇଏ ଓଡ଼ିଶାର ନିଜସ୍ବ ପରମ୍ପରା ! ଭାରତର ଅନ୍ୟତମ ନିଆରା ସଂସ୍କୃତିର ଏହା ପରିଚୟ ପ୍ରଦାନ କରେ ।

© ଶିଶିର ସାହୁ ମନୋଜ  

Spread the love
admin

Recent Posts

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

3 days ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

3 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago