ଲେଖା: ଦେବରଞ୍ଜନ ସାମଲ

~ ଆଉ ଥରେ ଆସ ଓଡ଼ିଶାଭୂଇଁ ~
ହେ କବିବର ଆଉ ଥରେ ଆସ ଓଡ଼ିଶାଭୂଇଁ
ତୁମ ମାତୃଭାଷା ହଜି ଗଲାଣି . .
କବିବର ଆଉ ଥରେ ଆସ ଓଡ଼ିଶା ଭୂଇଁ।।
ପରାଧୀନ ବେଳେ ଓଡ଼ିଆ ଭାଷା ବୋଲୁଥିଲେ
ତୁମ ଓଡ଼ିଶା ବାସୀ . .
ସ୍ବାଧୀନତା ପାଇ ନିଜ ଭାଷା ଭୁଲି
ଅନେକ ଭାଷାକୁ ମାତୃଭାଷା କହି ଦେଖାନ୍ତି ଛଇ।।
#କେଦାର_ଗୌରୀ ଜୀବନ୍ତ ଲେଖନୀ
ଅଭିଳାସା ଆଜି ହଜି ଆସିଲାଣି . .
ଆଉ ଥରେ……..
#ଚିଲିକାରେ ଆଜି ପକ୍ଷୀ ବିହଙ୍ଗର
ମଧୁର କଣ୍ଠର ସୁମଧୁର ଗାନ ନାହିଁ…
ଆଉ ଥରେ …….
#ଚନ୍ଦ୍ରଭାଗା କୁଳ ଖୋଜି ବୁଲେ ଆଜି
ତୁମ କଲମର କିଛି ଶବ୍ଦ ପାଇଁ…
ଆଉ ଥରେ……
#ନନ୍ଦିକିଶ୍ୱରୀର ଆଉ ଏକ ପୃଷ୍ଠା
ଛନ୍ଦଭରା ଓଡ଼ିଶା ପାଇଁ ହେଉ ଲେଖନୀ
ଆଉ ଥରେ…….
#ସାବିତ୍ରୀ_ଚରିତ୍ର ଏବେ କାର ଥରେ
ତୁମ ଆଉ ଏକ ପ୍ରବନ୍ଧ ଲେଖା ଖୋଜେ..
ଆଉ ଥରେ ……..
#ତୁଳସି_ସ୍ତବକ କେଡେ ସୁମଧୁର ଗୀତି
ଝୁରନ୍ତି ମହାବାହୁ ଓ ଶ୍ରୀକ୍ଷେତ୍ର ବାସୀ..
ଆଉ ଥରେ …..
#ଯଜାତିକେଶରୀ ରାଜତ୍ୱର ଭାର
ବିରଜା ମାଆର ମନ୍ଦିର ବେଢା ରେ
ଆଉ ଥରେ…..
#ପ୍ରଭାତୀ ନୂଆ ସକାଳର ସୂର୍ଯ୍ୟଦ୍ୱୟ
ସାଥେ ତୁମ ଲେଖନୀ ସୃଜନୀ ନେଇ…
ଆଉ ଥରେ…
#ମହାଯାତ୍ରା ସେଦିନ ତୁମ ମଧୁର ଯାତ୍ରା
ଏବେ ବିଷଯାତ୍ରା ହୋଇ ଅଶ୍ରୁଧାର ହୁଏ
ଆଉ ଥରେ…..
#ଉର୍ବଶୀ କେତେ ଭାଷାରେ ମେଲୋଡି ହୁଏ
ପୂର୍ବ ଗୀତିନାଟ୍ୟ ଆଜି ହଜି ଗଲାଣି ଏଠି
ଆଉ ଥରେ ……
#ଦରବାର ଆଉ ନାହିଁ ଏଠି ରାଜ ଉଆସ
ଖୋଲାମଞ୍ଚେ ମାଦଧିକାଡି ନାଚ ଧରି
ଆଉ ଥରେ….
କେଦାରପୁର, ଆଜି ଖୋଜେ ତୁମ ପଦ ସ୍ପର୍ଶ
ଓଡ଼ିଶା ଖୋଜୁଛି ମାତୃଭାଷାର ଇତିହାସ . .
ଆଉ ଥରେ ଆସ ଓଡ଼ିଶା ଭୂଇଁ . .
Spread the love
admin

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

5 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago