ଲେଖା: ଦେଵ ତ୍ରିପାଠୀ

ପାବନଧାମ ନୀଳାଚଳ ଶ୍ରୀକ୍ଷେତ୍ରରେ ପାଦଦେଇ ଭକ୍ତଟିଏ ଶରଧାବାଲିକୁ ମୁଣ୍ଡିଆମାରେ, ଧୂଳି କଣିକାଏ ନେଇ ମୁଣ୍ଡରେ ବୋଳେ । ନୀଳକନ୍ଦରବାସୀ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଆଉ କାଳିଆ ସାଆନ୍ତଙ୍କୁ ଦର୍ଶନ ପାଇଁ ମନ ହୁଏ ବ୍ୟାକୁଳ, ବଡ଼ଦେଉଳର ପତିତପାବନ ବାନା ତା’କୁ ହାତଠାରି ଡାକେ । ଭକ୍ତ ତରତର ହୋଇ ଧାଇଁଯାଏ ।

ଅଣହିନ୍ଦୁ ଭକ୍ତଟି ସିନା ମନ୍ଦିର ବାହାରୁ ଥାଇ ଦର୍ଶନର ଆଶାକୁ ମଉଳାଇ ଦିଏ, କିନ୍ତୁ ହିନ୍ଦୁ ଭାରତୀୟ ଭକ୍ତମାନେ ବିଧିମତେ ଜଗତଠାକୁରଙ୍କ ଦର୍ଶନ କରନ୍ତି, ଭକ୍ତିରେ, ଭାବରେ, ଆବେଗରେ । ଦର୍ଶନର ଧାରାଟି ସୃଷ୍ଟି ହୁଏ ଶ୍ରୀମନ୍ଦିରର ସିଂହଦ୍ଵାରର ପ୍ରବେଶମାର୍ଗରେ ଥିବା ସୁଉଚ୍ଚ ଓ ଅତୀବ କାରୁକାର୍ଯ୍ୟ ଭରା ଦିବ୍ୟ ଅରୁଣସ୍ତମ୍ଭରୁ ।

ଭକ୍ତଟିଏ ହସ୍ତପଦପ୍ରକ୍ଷାଳନ କରି ପ୍ରଥମେ ମୁଣ୍ଡିଆ ମାରେ ଅରୁଣସ୍ତମ୍ଭରେଅରୁଣ ବା ଜ୍ୟୋତିର ପ୍ରତୀକ ତଥା ଶକ୍ତିପ୍ରଦାୟକ ଏହି ଦିବ୍ୟସ୍ତମ୍ଭକୁ ସ୍ପର୍ଶକଲେ ସଶକ୍ତ ହୁଏ ଭକ୍ତର କାୟ, ମନ ଓ ବାକ୍ୟ, ଜଗନ୍ନାଥ-ଦର୍ଶନ ପାଇଁ ଶରୀରରେ ସଞ୍ଚାରିତ ହୁଏ ଦିବ୍ୟଶକ୍ତି

ଶ୍ରୀମନ୍ଦିରର ପୂର୍ବଦ୍ଵାର ସମ୍ମୁଖର ଅରୁଣସ୍ତମ୍ଭ ଚକଡ଼ା ଉପରେ ଏକକ ମୁଗୁନି ପଥରଖଣ୍ଡରେ ନିର୍ମିତ ୩୩ଫୁଟ ୮ଇଞ୍ଚ ଉଚ୍ଚ ଏହି ଅରୁଣସ୍ତମ୍ଭର ଶୀର୍ଷରେ ସୂର୍ଯ୍ୟଦେବଙ୍କ ସାରଥୀ ଅରୁଣ ଅତ୍ୟନ୍ତ କମନୀୟ କାରୁକାର୍ଯ୍ୟ-ଭରା ରୂପରେ ଯୋଡହସ୍ତରେ ଉପବିଷ୍ଟ । ସମାନ ଆକାରର ୧୬ଟି କୋଣ (ମୁହଁ, ପଗ, ପାଗ) ବିଶିଷ୍ଟ ଏହି ସ୍ତମ୍ଭଟି ୭ଫୁଟ ୯ ଇଞ୍ଚ ଲମ୍ବ ଓ ଓସାର ଏବଂ ୬ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପୀଠ ଉପରେ ସ୍ଥାପିତ । ସ୍ତମ୍ଭ ଟିର ବ୍ୟାସ ଦୁଇ ଫୁଟ ଓ ଗୋଲେଇ ଛ ଫୁଟ ସାଢ଼େ ତିନି ଇଞ୍ଚ ।

ନିଖୁଣ ଅବସ୍ଥାରେ ଭୋଇବଂଶୀ ରାଜା ଦିବ୍ୟସିଂହ ଦେବଙ୍କ ଦ୍ଵାରା କୋଣାର୍କ ସୂର୍ଯ୍ୟମନ୍ଦିରରୁ ଶ୍ରୀମନ୍ଦିର ସିଂହଦ୍ଵାରକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୂରରୁ ଦେଖିଲେ ଅନୁଭବ ହୁଏ ସତେ ଯେପରି ଏଇ ସ୍ତମ୍ଭଟି ବଡ଼ଦେଉଳର ଜାଗ୍ରତପ୍ରହରୀ ରୂପେ ଦଣ୍ଡାୟମାନ

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago