ପର୍ଯ୍ୟଟନ କ୍ଷେତ୍ର

ଅପୂର୍ବ ପ୍ରାକୃତିକ ନୈସର୍ଗିକ ଶୋଭାର ଭଣ୍ଡାର ଭିତରକନିକା (Bhitarkanika)

ଲେଖା: ଦେଵ ତ୍ରିପାଠୀ

ଶୀତ ଆସିଲେ ଆମେ କେବେ କେବେ ଯୋଜନା କରୁ ଚିଲିକା ବୁଲିବା ପାଇଁ ! ପ୍ରକୃତିର ସେଇ ସନ୍ତାନସନ୍ତତିମାନେ ମଧ୍ୟ ଯୋଜନା କରନ୍ତି ଚିଲିକା ବୁଲିବା ପାଇଁ, କେହି ଅବା ଇଚ୍ଛନ୍ତି ଓଡ଼ିଶା ଭୂଇଁର ଆଉ ଏକ ଅପୂର୍ବ ପ୍ରାକୃତିକ ନୈସର୍ଗିକ ଶୋଭାର ଭଣ୍ଡାର ତଥା ଗୌରବମୟ ଐତିହ୍ୟର ଭଣ୍ଡାର ଭିତରକନିକାକୁ ! 


କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାର ମନଲୋଭା ପରିବେଶ ଓ ଜଳଜଗତର ରହସ୍ୟ ହାତଠାରି ଡାକେ ସେମାନଙ୍କୁ ! ସୁଦୂର ରୁଷିଆ, ସାଇବେରିଆ କାଇଁ କେଉଁ ଦେଶରୁ ଉଡିଆସନ୍ତି କମନ୍ ପୋଚାର୍ଡ୍ ସମେତ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ! ସେମାନେ ଭଲପାଆନ୍ତି, ଭିତରକନିକାର ଜଳକୁ, ସେମାନଙ୍କୁ ଭଲଲାଗେ ଭିତରକନିକାର ଶୀତ, ପ୍ରକୃତି, ଜୈବବିବିଧତା ! ସ୍ବଳ୍ପ ସମୟ ପାଇଁ ହେଲେ ମଧ୍ୟ ଏଇ ଭିତରକନିକା ହୋଇଯାଏ ସେମାନଙ୍କର ଅନ୍ତରଙ୍ଗ, ଆତ୍ମୀୟ ! ପଛରେ ରହିଯାଏ ମାତୃଭୂମି !


ସତକଥା ! ଭିତରକନିକା ଅଞ୍ଚଳର ଗାଡିଆ ପୋଖରୀ ନଦୀ ନାଳ ବିଲ ବନ ଚାରିଆଡେ ମଧ୍ୟ ଶୁଣିବାକୁ ମିଳେ ଏଇ ବିଦେଶୀ ଚଡେଇମାନଙ୍କର କାକଳି । ଶୀତଋତୁରେ ନିଆରା ରଙ୍ଗରେ ରଙ୍ଗେଇ ହୋଇଯାଏ ଭିତରକନିକା !


ଇରାନ, ଇରାକ, ଅଷ୍ଟ୍ରେଲିଆ, ଲଦାଖ, ସାଇବେରିଆ, ହିମାଳୟ ଉପତ୍ୟକା ଓ ମେରୁ ଅଞ୍ଚଳ ଆଦିରୁ ଏହି ପକ୍ଷୀମାନେ ଟିକିଟିକି ଡେଣା ହଲାଇ ହଜାର ହଜାର ଲକ୍ଷ ଲକ୍ଷ କିଲୋମିଟର ଉଡି ଆସିବା ନିଶ୍ଚିତ ଭାବରେ ପ୍ରକୃତି ମା’ର ଅବଦାନ ଓଡ଼ିଶା ପ୍ରତି !ସତରେ ପ୍ରକୃତି ବହୁତ ଦେଇଛି ଆମ ଓଡ଼ିଆଙ୍କୁ, ଆମେ ଚିହ୍ନିପାରିଲେ ହେଲା ! ଚିହ୍ନି ମୂଲ୍ୟାୟନ କରିପାରିଲେ ହେଲା !
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago