ପର୍ଯ୍ୟଟନ କ୍ଷେତ୍ର

ଅପୂର୍ବ ପ୍ରାକୃତିକ ନୈସର୍ଗିକ ଶୋଭାର ଭଣ୍ଡାର ଭିତରକନିକା (Bhitarkanika)

ଲେଖା: ଦେଵ ତ୍ରିପାଠୀ

ଶୀତ ଆସିଲେ ଆମେ କେବେ କେବେ ଯୋଜନା କରୁ ଚିଲିକା ବୁଲିବା ପାଇଁ ! ପ୍ରକୃତିର ସେଇ ସନ୍ତାନସନ୍ତତିମାନେ ମଧ୍ୟ ଯୋଜନା କରନ୍ତି ଚିଲିକା ବୁଲିବା ପାଇଁ, କେହି ଅବା ଇଚ୍ଛନ୍ତି ଓଡ଼ିଶା ଭୂଇଁର ଆଉ ଏକ ଅପୂର୍ବ ପ୍ରାକୃତିକ ନୈସର୍ଗିକ ଶୋଭାର ଭଣ୍ଡାର ତଥା ଗୌରବମୟ ଐତିହ୍ୟର ଭଣ୍ଡାର ଭିତରକନିକାକୁ ! 


କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାର ମନଲୋଭା ପରିବେଶ ଓ ଜଳଜଗତର ରହସ୍ୟ ହାତଠାରି ଡାକେ ସେମାନଙ୍କୁ ! ସୁଦୂର ରୁଷିଆ, ସାଇବେରିଆ କାଇଁ କେଉଁ ଦେଶରୁ ଉଡିଆସନ୍ତି କମନ୍ ପୋଚାର୍ଡ୍ ସମେତ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ! ସେମାନେ ଭଲପାଆନ୍ତି, ଭିତରକନିକାର ଜଳକୁ, ସେମାନଙ୍କୁ ଭଲଲାଗେ ଭିତରକନିକାର ଶୀତ, ପ୍ରକୃତି, ଜୈବବିବିଧତା ! ସ୍ବଳ୍ପ ସମୟ ପାଇଁ ହେଲେ ମଧ୍ୟ ଏଇ ଭିତରକନିକା ହୋଇଯାଏ ସେମାନଙ୍କର ଅନ୍ତରଙ୍ଗ, ଆତ୍ମୀୟ ! ପଛରେ ରହିଯାଏ ମାତୃଭୂମି !


ସତକଥା ! ଭିତରକନିକା ଅଞ୍ଚଳର ଗାଡିଆ ପୋଖରୀ ନଦୀ ନାଳ ବିଲ ବନ ଚାରିଆଡେ ମଧ୍ୟ ଶୁଣିବାକୁ ମିଳେ ଏଇ ବିଦେଶୀ ଚଡେଇମାନଙ୍କର କାକଳି । ଶୀତଋତୁରେ ନିଆରା ରଙ୍ଗରେ ରଙ୍ଗେଇ ହୋଇଯାଏ ଭିତରକନିକା !


ଇରାନ, ଇରାକ, ଅଷ୍ଟ୍ରେଲିଆ, ଲଦାଖ, ସାଇବେରିଆ, ହିମାଳୟ ଉପତ୍ୟକା ଓ ମେରୁ ଅଞ୍ଚଳ ଆଦିରୁ ଏହି ପକ୍ଷୀମାନେ ଟିକିଟିକି ଡେଣା ହଲାଇ ହଜାର ହଜାର ଲକ୍ଷ ଲକ୍ଷ କିଲୋମିଟର ଉଡି ଆସିବା ନିଶ୍ଚିତ ଭାବରେ ପ୍ରକୃତି ମା’ର ଅବଦାନ ଓଡ଼ିଶା ପ୍ରତି !ସତରେ ପ୍ରକୃତି ବହୁତ ଦେଇଛି ଆମ ଓଡ଼ିଆଙ୍କୁ, ଆମେ ଚିହ୍ନିପାରିଲେ ହେଲା ! ଚିହ୍ନି ମୂଲ୍ୟାୟନ କରିପାରିଲେ ହେଲା !
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 week ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago