Our Action

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ଚତୁର୍ଥ) ~

ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ ଆମେ ଆଗେଇ ଚାଲିଛୁ ! ସେମାନଙ୍କ ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା, ମୌଳିକ ବିଚାର ଓ ପ୍ରେରଣାର ତାଡ଼ନାରେ ଅଭିଭୂତ ଅନ୍ତରଙ୍ଗ କଳିଙ୍ଗ ! ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ ସମ୍ମାନରେ ଅନ୍ତରଙ୍ଗ କଳିଙ୍ଗ ନେଇଛି ସ୍ବତନ୍ତ୍ର #ଅନ୍ତରଙ୍ଗ_କଳିଙ୍ଗ_ପ୍ରତିଭା_ସମ୍ମାନ କାର୍ଯ୍ୟକ୍ରମ ! ଏହାର ଚତୁର୍ଥ ପର୍ବରେ ସମ୍ବର୍ଦ୍ଧିତ ଉଦ୍ଦେଶ୍ୟରେ ଆମେ କେଇଜଣ ଆଗେଇ ଯାଇଥିଲୁ ଜନୈକ ମହାବ୍ୟକ୍ତିତ୍ବଙ୍କ ସମୀପକୁ !
ଈଶ୍ୱର ହରିନେଇଛନ୍ତି ଜନ୍ମରୁ ଆଖି ଦୁଇଟି ! ଦାରିଦ୍ର୍ୟକୁ ଚିରସାଥୀ ଭାବେ ବରିନେଇଛନ୍ତି ସେ ! ଦେହ ତାଙ୍କର ଯନ୍ତ୍ରଣାର ଜଉଘର ! ଅଥଚ ସ୍ୱୟଂ ସମ୍ପୂର୍ଣ୍ଣ ମଣିଷ ଜଣେ ସେ ! କଟକ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରହରାଜପୁର ଅନ୍ତର୍ଗତ ଈଶାଣୀ ବ୍ରହ୍ମପୁର ନିବାସୀ ଅବଦୁଲ ସମଦ ନିଜମୀ ବା #ସାମ ସାର !
ନିରବଛିନ୍ନ ସାଧନା, ତପସ୍ୟା, ତ୍ୟାଗ ଓ ତିତିକ୍ଷା ବଳରେ ଦିନେ ସିଦ୍ଧି ପ୍ରାପ୍ତ ହୋଇଥାଏ l ସେ ସାହିତ୍ୟ କ୍ଷେତ୍ରରେ ହେଉ, ସଙ୍ଗୀତ, ନୃତ୍ୟ ଅବା କଳା ଅଧ୍ୟୟନ କ୍ଷେତ୍ରରେ ହେଉ ମାତ୍ର ଜଣେ ଭିନ୍ନକ୍ଷମ ମଣିଷଟି ପାଇଁ ଏହି ସାଧନାର ପଥ ଉତ୍ତୁଙ୍ଗ ଶିଖରକୁ ଛୁଇଁବାର ଦୁର୍ବାର ଅଥଚ ଦୁରୁହ ପ୍ରୟାସ ପରି କଷ୍ଟକର ଅସମ୍ଭବ ପ୍ରତୀତ ହୁଏ, କିନ୍ତୁ ନିଜର ଅଦମ୍ୟ ସାଧନା ଓ ଅହରହ ପ୍ରୟାସ ବଳରେ ଅସାଧ୍ୟ ସାଧ୍ୟରେ ପରିଣତ ହୁଏ l
ଅବଦୁଲ ସମଦ ନିଜାମୀ । ଆଖିତଳେ ବହଳ ଅନ୍ଧାର, ହେଲେ ଆଖିରେ ଆଖିଏ ସ୍ବପ୍ନ l ଦୃଶ୍ୟମାନ ଜଗତର ବଳୟ, ଦିଗବଳୟ, ଅକ୍ଷାଂଶ, ଦ୍ରାଘିମା ସବୁକିଛି ତାଙ୍କ ପାଖରେ ନିରୁଦ୍ଧିଷ୍ଟ l ହେଲେ ବହଳ ଅନ୍ଧାର ଭେଦି କଣ୍ଠେ ତାଙ୍କ ଭାସିଉଠେ ବିଭୁ ନାମର ଅମୃତ ଜଣାଣ, ବୀଣାର ଝଙ୍କାର l ସୁମଧୁର ଅଥଚ ଗୁରୁ ଗମ୍ଭୀର କଣ୍ଠ, ମାର୍ଜ୍ଜିତ ଶବ୍ଦ ଉଚ୍ଚାରଣ, ଆଉ ମନ୍ତ୍ରମୁଗ୍ଧ କଲାଭଳି ଭାବଭରା ଆବେଗ l
ଜଗନ୍ନାଥଙ୍କର ସେ #ଯବନ_ସାଧକ #ଆଉ_ଏକ_ସାଲବେଗ ! ଜାତିରେ ଯବନ, ହେଲେ କଣ୍ଠରେ ଆବେଗଭରା ଜଗନ୍ନାଥଙ୍କ ଜଣାଣ l ଚକ୍ଷୁର ଅନ୍ଧକାର ଭେଦି ଭାସିଆସେ କଣ୍ଠେ ତାଙ୍କ ଅନେକ ସମ୍ଭାବନାର ଅଫୁରନ୍ତ ଆଲୋକ ବିଛୁରଣ, ଲଙ୍ଘିବାକୁ ଜୀବନ ସିନ୍ଧୁ ଭଵ ପାରାବାର l କେବଳ ଜଗନ୍ନାଥ ଜଣାଣ ନୁହେଁ, ଭଞ୍ଜସଙ୍ଗୀତ, ରାମଲୀଳା ଗୀତ, ଗୀତିନାଟ୍ୟ, ଓଡ଼ିଆ ସୁଗମ ସଙ୍ଗୀତ ଆଦି ଗାଇବା ସହିତ ନିଜ ରଚନାକୁ ସ୍ୱର ଦେଇ ମୂର୍ଚ୍ଛନା ତୋଳିବାରେ ବି ସେ ସିଦ୍ଧହସ୍ତ ! ସୃଜନାତ୍ମକ ବିଭୁବନ୍ଦନ ମାଧ୍ୟମରେ ଜନମାନସକୁ ନିତିପ୍ରତି ପ୍ରଭାବିତ କରିଚାଲିଛନ୍ତି ସାମ ସାର୍ ।
୨୦୧୨ ମସିହା ସେପ୍ଟେମ୍ବର ୦୪ ତାରିଖରେ ଅନୁଷ୍ଠିତ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ, ପରିବେଶପ୍ରେମୀ, କବି ତଥା ଗବେଷକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ମହୋଦୟ ଯୋଗ ଦେଇ ସାଧକ ମହୋଦୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାମ ସାର୍’ଙ୍କ ସୁମଧୁର ଗୁରୁଗମ୍ଭୀର କଣ୍ଠ, ଭାବମୟ ଆବେଗର ସ୍ବର ଏମିତି ମନ୍ତ୍ରମୁଗ୍ଧ କରିଚାଲୁ ଉତ୍କଳୀୟ ଜନତାଙ୍କୁ ! ଉତ୍କଳ ଜନନୀଙ୍କ ଚରଣକମଳରେ କୃତଜ୍ଞ ଅନ୍ତରଙ୍ଗ କଳିଙ୍ଗ ପରିବାରର ଏତିକି ପ୍ରାର୍ଥନା।
ବନ୍ଦେ ଉତ୍କଳ ଜନନୀ
Spread the love
Antaranga Kalinga

Recent Posts

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

4 days ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

5 days ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

3 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

3 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

3 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

3 weeks ago