ଲେଖା: ରବୀନ୍ଦ୍ର କୁମାର ରଣା

ପଞ୍ଚସଖା ଯୁଗର ମହାନ ସନ୍ଥ ତଥା ଓଡ଼ିଶାର ଘରେ ଘରେ ପରିଚିତ ଓଡିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ (୧୪୯୦-୧୫୫୦) ଜନ୍ମପୀଠ ହେଉଛି ପୁରୀ ଜିଲ୍ଲାର କପିଳେଶ୍ଵରପୁର ଶାସନ। ଗ୍ରାମର ମଧ୍ଯ ଭାଗରେ ଏହ ଛୋଟ ପରିସରରେ ଏହି ମହାନ ସନ୍ଥଙ୍କ ଜନ୍ମସ୍ଥାନକୁ ଏବେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆଯାଇଛି।

ଏହି କପିଳେଶ୍ଵରପୁର ଶାସନ ଯେ କେବଳ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ ତାହା ନୁହେଁ, ଐତିହାସିକ ଦୃଷ୍ଟିକୋଣରୁ ଏହି ଗ୍ରାମର ବହୁତ ମହତ୍ତ୍ୱ ରହିଛି। ଓଡ଼ିଶାରେ ଗଜପତି ଶାସନ ତଥା ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବ ଶାସନ କାଳରେ (୧୪୩୫-୧୪୬୫) ୧୬ଟି ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ, ସେଥିମଧ୍ୟରୁ ପ୍ରଥମ ଶାସନ ହେଉଛି କପିଳେଶ୍ଵରପୁର ଶାସନ, ଏବଂ ଏହା ତାଙ୍କ ନାମ ଅନୁସାରେ ନାମିତ।


ପୁରୀ ଠାରୁ ୧୫ କି.ମି. ଦୂରରେ ଭାର୍ଗବୀ ନଦୀ କୂଳରେ ଅବସ୍ଥିତ ଏହି କପିଳେଶ୍ଵରପୁର ଶାସନରେ ରହିଛି ଏନେକ ପ୍ରାଚୀନ ପୀଠ ଯାହାକି ଇତିହାସ ଦୃଷ୍ଟିକୋଣରୁ ମଧ୍ଯ ମହତ୍ତ୍ୱପୂର୍ଣ୍ଣ । ସେଗୁଡିକ ମଧ୍ୟରେ ଗୋଟିଏ ହେଲା ପଞ୍ଚମୁଖୀ ଦୁର୍ଗା ମନ୍ଦିର । ଏହି ପଞ୍ଚମୁଖୀ ଦୁର୍ଗା ହେଉଛନ୍ତି ପୁରୀ ଗଜପତି ରାଜାମାନଙ୍କ କୁଳଦେବୀ । ୧୬୦୧ ମସିହାରେ ମିର୍ଜା ଖୁରମ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବା ସମୟରେ ଶ୍ରୀଜଗନ୍ନାଥଙ୍କୁ ନେଇ ଏହି ମନ୍ଦିରରେ ରଖା ଯାଇଥିଲା

ରାଜପ୍ରତିଷ୍ଠିତ ଏହି ପ୍ରାଚୀନ ବନଦୁର୍ଗା ମନ୍ଦିରର ନୀତିକାନ୍ତି ଏବେ ବି ପୁରୀ ଗଜପତିଙ୍କ ଦ୍ଵାରା ପରିଚାଳିତ ହେଇ ଆସୁଛି । ଭାର୍ଗବୀ ନଦୀବନ୍ଧ କଡ଼ରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଏହି ପ୍ରାଚୀନ ମନ୍ଦିରଟି ଅବସ୍ଥିତ। ଏହି ଗ୍ରାମର ଶେଷମୁଣ୍ଡରେ ରହିଛି ପ୍ରାଚୀନ କାଳିଆ ଗୋପୀନାଥ ମନ୍ଦିର । ଏହି ମନ୍ଦିରର ଇତିହାସ ମଧ୍ଯ ଶ୍ରୀମନ୍ଦିର ସହିତ ଜଡିତ। ଶ୍ରୀଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ହେଉଛନ୍ତି ମଦନମୋହନ । ଠାକୁରଙ୍କର ଚାପ ଖେଳ ଓ ଅନ୍ୟାନ୍ୟ ପର୍ବ ପର୍ବାଣୀ ମାନଙ୍କରେ ଶ୍ରୀମଦନମୋହନ ବିଜେ କରିଥାନ୍ତି କିନ୍ତୁ ଯେଉଁ ସମୟରେ ଶ୍ରୀମନ୍ଦିରର ଉପରେ ଆକ୍ରମଣ ହେଇଛି ବା କୌଣସି କାରଣରୁ ଶ୍ରୀମଦନମୋହନ ଯାଆନ୍ତି ନାହିଁ ସେ କ୍ଷେତ୍ରରେ କପିଳେଶ୍ଵରପୁର ଶାସନର ଏହି କାଳିଆ ଗୋପିନାଥ ମଦନମୋହନଙ୍କ ସ୍ଥାନରେ ଯାଇଥା’ନ୍ତି

ଗ୍ରାମର ଶେଷ ଭାଗରେ ଏକ ସୁନ୍ଦର ପରିବେଶରେ ଏହି ମନ୍ଦିର ଅବସ୍ଥିତ । ଏହି କପିଳେଶ୍ଵରପୁର ଗ୍ରାମର ନାମ କରଣରେ ମଧ୍ଯ କେତେକ ବିଚିତ୍ରତା ଦେଖାଯାଏ । ଗ୍ରାମଟି ବହୁତ ବଡ଼, ତେଣୁ ଏହାକୁ ୪ ଟି ‘ଶହ’ରେ ବିଭକ୍ତ କରାଯାଇଛି । ଯେମିତି କି କାଳିଆ ଗୋପିନାଥ ମନ୍ଦିରଟି କପିଳେଶ୍ଵରପୁରର ପ୍ରଥମ ଶହରେ ଅବସ୍ଥିତ । ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମପୀଠ ଦିତୀୟ ଶହରେ ଅବସ୍ଥିତ। ଏଭଳି ବିଚିତ୍ର ନାମକରଣର କାରଣ ଜାଣି ହୁଏ ନାହିଁ।

ଏହି ପ୍ରାଚୀନ ପୀଠକୁ ଯିବାକୁ ହେଲେ ପୁରୀରୁ ବ୍ରହ୍ମଗିରି ଯାଇଥିବା ରାସ୍ତା ରେ ୧୦ କି.ମି. ଯିବା ପରେ ଡ଼ାହାଣ ପଟେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ ଲେଖା ଯାଇଥିବା ଏକ ବିଶାଳ ତୋରଣ ନିର୍ମାଣ କରାଯାଇଛି। ସେହିଠାରୁ ୫ କି.ମି. ଦୂରରେ ଏହି ଐତିହାସିକ ଗ୍ରାମଟି ଅବସ୍ଥିତ ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago