ଲେଖା: ଇଂ ବିଜୟ କେତନ ସାହୁ
ଅତିବଡ଼ି ଜଗନ୍ନାଥ ଦାସ ପ୍ରାରମ୍ଭିକ ଜୀବନରେ ଥିଲେ ଜ୍ଞାନମିଶ୍ରା ଭକ୍ତିର ଉପାସକ। ଶ୍ରୀଚୈତନ୍ୟ ମହାପ୍ରଭୁ ଥିଲେ ବିଶୁଦ୍ଧ ପ୍ରେମଭକ୍ତିର ପ୍ରଚାରକ। ଶ୍ରୀଚୈତନ୍ୟଙ୍କ ପ୍ରଭାବରେ ଜଗନ୍ନାଥ ଦାସ ସ୍ଵକୀୟ ଭାଗବତରେ ଗୋପାଙ୍ଗନା ପ୍ରେମ ଵା ଗୋପୀପ୍ରେମକୁ ପ୍ରାଧାନ୍ୟ ଦେଇଛନ୍ତି। ଈଶ୍ୱରପ୍ରାପ୍ତିର ଲକ୍ଷ୍ୟ ଯଦି ଭକ୍ତି ହୁଏ, ଜ୍ଞାନ ହେଉଛି ତାହାର ଉପାୟ। ଭକ୍ତିର ଚରମ ସୋପାନରେ ପହଞ୍ଚିଲେ ଆଉ ଜ୍ଞାନର ଆବଶ୍ୟକ ନଥାଏ। ଭକ୍ତିର ଚରମ ସୋପାନରେ ଜୀବ କେବଳ କୃଷ୍ଣପ୍ରେମ ସୁଖ ସାଗରରେ ଭାସମାନ ଥାଏ।
ପ୍ରେମାଞ୍ଜନ ଛୁରିତ ନେତ୍ର ଯାହାର ସିଏ ହିଁ ସର୍ବତ୍ର କୃଷ୍ଣ ଦର୍ଶନ କରିଥାଏ। ସମଗ୍ର ସତ୍ତା ଯେତେବେଳେ କୃଷ୍ଣମୟ ହୋଇଉଠେ, ସେତେବେଳେ ନୟନରୁ ବହିଯାଏ କୃଷ୍ଣପ୍ରେମର ଅଶ୍ରୁଧାରା । ପ୍ରେମର ମୂର୍ତ୍ତ ପ୍ରତୀକ ଥିଲେ ଚୈତନ୍ୟଦେଵ। ପ୍ରେମର ଏଇ ଅଶ୍ରୁଧାରାରେ ଶ୍ରୀଚୈତନ୍ୟ କୃଷ୍ଣଭକ୍ତିର ବନ୍ୟା-ପ୍ଲାବନ ସୃଷ୍ଟି କରିଥିଲେ ସମଗ୍ର ଉତ୍କଳରେ। ଶ୍ରୀଚୈତନ୍ୟ ସ୍ୱୟଂ କୃଷ୍ଣଙ୍କ ପ୍ରେମାବତାର। କିନ୍ତୁ ରାଧାଭାବକୁ ଅଙ୍ଗୀକାର କରି କୃଷ୍ଣଙ୍କ ବିରହରେ ପ୍ରମତ୍ତ ହୋଇ ଉଠୁଥିଲେ। କ୍ରମଶଃ ତାଙ୍କୁ ଦୁର୍ବିସହ ହୋଇ ଉଠୁଥିଲା ଏ ବିରହ। କୃଷ୍ଣପ୍ରେମରେ ଶ୍ରୀଚୈତନ୍ୟ ବାହ୍ୟ ଚେତନା ଶୂନ୍ୟ ହୋଇ ପଡୁଥିଲେ। ବାରମ୍ବାର ଛୁଟି ଯାଉଥିଲେ ଶ୍ରୀମନ୍ଦିରକୁ ତାଙ୍କରି ସେହି ପ୍ରାଣପ୍ରିୟତମ କୃଷ୍ଣଙ୍କୁ ଦେଖିବା ପାଇଁ…
ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେ ସ୍ୱୟଂ ପ୍ରେମମୟ କୃଷ୍ଣ। ପଦ୍ମ ପୁରାଣ ଅନୁସାରେ ରାଧାଙ୍କ ବିରହରେ ସର୍ବୋଚ୍ଚ ପ୍ରେମର ଘନୀଭୂତ ରୂପ-ବିଗ୍ରହ ଶ୍ରୀଜଗନ୍ନାଥ। ଶ୍ରୀଚୈତନ୍ୟ ସ୍ୱୟଂ ରାଧାଭାବକୁ ଗ୍ରହଣ ପୂର୍ବକ ତାଙ୍କର ସେହି ପ୍ରାଣନାଥ କୃଷ୍ଣଙ୍କୁ ଖୋଜୁଥିଲେ ଜଗନ୍ନାଥଙ୍କ ଭିତରେ।
ଏଇ ସାଗରକୂଳିଆ ଜଗନ୍ନାଥ ଯେ ସେଇ ଯମୁନାକୂଳିଆ କୃଷ୍ଣ। ଜଗନ୍ନାଥରୂପୀ ବଂଶୀଧାରୀ ନବଘନ କୃଷ୍ଣଙ୍କୁ ବାରମ୍ବାର ଦର୍ଶନ କରି ମଧ୍ୟ ଶ୍ରୀଚୈତନ୍ୟ ତୃପ୍ତ ହେଉନଥିଲେ। ଦିବସର କେତେ ଯେ ପ୍ରହର ସେ ଅପଲକ ନେତ୍ରରେ ଚାହିଁ ରହୁଥିଲେ ସେହି ପଲକ ବିହୀନ ଚକାଡୋଳାଙ୍କୁ। ପ୍ରିୟତମଙ୍କ ପାଇଁ ଏଇ ଅତୃପ୍ତି ହିଁ ପ୍ରେମର ପ୍ରକୃତ ଲକ୍ଷଣ।
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…
ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…
ଲୋକସେବକ ନବକୃଷ୍ଣ ଚୌଧୁରୀ ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…
ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…