ଅକୁହା କଥା

ସୌରଭିତ ସୃଷ୍ଟି: ସନ୍ତୋଷ ପଟ୍ଟନାୟକ

କବି ସନ୍ତୋଷ ପଟ୍ଟନାୟକ I ଆମ ସମୟର ଜଣେ ଉଦୀୟମାନ କବି, ତାଙ୍କରି ମନର ବେଦନା ଉତ୍କଳ ମାଟିକୁ ନେଇ ଅକୁହା କଥା କବିତାରେ . .

କା’ ଆଗେ କହିବି ଅକୁହା ବେଦନା
କିଏ ବା ଶୁଣିବ ଏବେ
ମାତୃଭୂମି ଆଉ ମାତୃଭାଷା ପାଇଁ
କବି ଗାଉନାହିଁ ପଦେ . . . ୦
ମାଳ ମାଳ ଏଠି ସାହିତ୍ୟ ସଂସଦ
ମାଳ ମାଳ ମାନପତ୍ର
ମନ କଥା ଖାଲି ମନରେ ମାରୁଚି
ଦେଖୁଚି ଅନେକ ଛିଦ୍ର . . . ୧

ଜୀବନ ଯୌବନ ଆଶାର ଆଲୋକ
ମାତୃଭାଷା ମୂଳ ଭିତ୍ତି
ମାତୃଭୂମି ନେଇ ପରିଚୟ ଗଢ଼ା
କାହିଁ ସ୍ବାଭିମାନୀ ରୀତି ……!
ବାଜି, ବିର୍ସା, ବକ୍ସି ଚକରା ସାମର୍ଥ୍ୟେ
ଗଢ଼ା ପରା ଏଇ ରକ୍ତ
କି’କାରଣେ ଆଜି ନାହିଁ ସେଇ ସ୍ଥିତି
ପଡ଼ିଛ ହୋଇଣ ସୁପ୍ତ . . .୩

ଉଠ …. ଉଠ…. ଉଠ ନିଦ୍ରା ତେଜି ଜାଗ
ବେଳ ଏବେ ଉପଗତ
ଜଳ ସ୍ଥଳ ସହ ଆପଣା କୃତୀକୁ
ପଡ଼ୋଶୀ କରେ ଚଞ୍ଚକ . . . ୪
ମାତୃଭୂମି ପରା ଧରିଛି କୋଳେଇ
ମମତା ଆଧାର ଧରି
ଦେହର ଭାରକୁ ବହନ କରିଛି
ଆକାଶକୁ ମୁଖ କରି . . . ୫

ଗଭୀର ଜଳରେ ଜୀବନ ସତ୍ତାକୁ
ଦେଇଛି ଭେଟି ଜଗତେ
ଘନ ପରବତ ଜଙ୍ଗଲ ଓ ଖଣି
ରଖିଛି ଯତନେ କେତେ . . . ୬

ଯା’ର ଗଉରବେ ପ୍ରଭାତ ଝଟକେ
ବିଧାତା ଆସନ୍ତି ଧରେ,
ଯା’ ପାଣି ପବନ ସ୍ମୃତିରେ ଏ ଦେହେ
ପ୍ରାଣରୁ ପ୍ରାଣ ସଞ୍ଚରେ . . . ୭

ସେହି ପରା ଆଜି ଗୁମୁରି କାନ୍ଦୁଛି
କାହିଁ ଗଲ ସୁତା-ସୁତ
କ୍ଷତାକ୍ତ ଅଙ୍ଗୁ ତା’ ରୁଧିର ଝରୁଛି
ନିରିଖେଇ ଟିକେ ଦେଖ . . . ୮
କର କରତବ୍ୟ ତେଜି ସର୍ବ ଗର୍ବ
ତୋଳ ଜାତୀୟତା ରବି
ଖେଳୁ ଶୀହରଣ ଥରୁ ଶତ୍ରୁ ପ୍ରାଣ
ବଦଳୁ ସାମ୍ଭାବ୍ଯ ଛବି . . . ୯

ସମର୍ପିତ ଭାବ ରହିଛି ରହିବ
ଜନନୀ ସେ ଆମ ଯେଣୁ
ତେଣୁ ସର୍ବେ ଜାଗ ହାତେ ହାତ ଛନ୍ଦ
ଭେଦଭାବ ତେଜି ମନୁ ……
ଏକ ସ୍ବରେ ଗାଅ ଜୟ କଳିଙ୍ଗ
ଜୟ ପାଇକ ପୁଅ
ଜୟ ମାତୃଭାଷା ଜୟ ମାତୃଭୂମି
ଜୟ ଉତ୍କଳ ଜୟ . . . ୧୦

Santosh kumar Pattanayak

Spread the love
admin

View Comments

  • 'ଅନ୍ତରଙ୍ଗ କଳିଙ୍ଗ' ସବୁରି ଅନ୍ତରକୁ ଛୁଇଁ ଯାଉ
    ଅତୀତ ସ୍ମୃତି ସାଉଣ୍ଟି ସାଇତି
    ଆଲୋଡ଼ନ ଆଣିଦେଉ
    ସବୁ ହୃଦେ ଜାତି ପ୍ରୀତି ଭାବ ଭରିଦେଉ ॥

    ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଚି ଏଭଳି ଏକ ପ୍ରେରଣାର ଉତ୍ସ ପୃଷ୍ଠା ପାଇଁ।

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 month ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago