ଲଡ଼ୁକେଶ ମହେଶ

ଲେଖା: ରବୀନ୍ଦ୍ର କୁମାର ରଣା
ନୟାଗଡ ଜିଲ୍ଲାର ଦର୍ଶନୀୟ ସ୍ଥାନ ମଧ୍ୟରେ ସରଣକୂଳର ଲଡ଼ୁବାବା ଓ ଓଡଗାଁର ଶ୍ରୀ ରଘୁନାଥଜୀଉ ପୀଠ ଅନ୍ୟତମ I 
୧ . ଲଡ଼ୁକେଶ ମହେଶ – ଶରଣକୁଳର ମୁଖ୍ୟ ବଜ଼ାରରେ ଅବସ୍ତିତ ପବିତ୍ର ଶୈବପୀଠ ହେଇଛି ଲଡ଼ୁକେଶ ମହେଶ ମହାଦେବଙ୍କ ମନ୍ଦିର I ମୁଖ୍ୟ ମନ୍ଦିରକୁ ଛାଡ଼ି ମଧ୍ୟ ଚତୁଃପାର୍ଶରେ ଅନେକ ସୁନ୍ଦର ମନ୍ଦିର ମନ୍ଦିରର ଶୋଭା ବଢାଉଛନ୍ତି I ମନ୍ଦିର ନିକଟରେ ଏକ ମୂର୍ତ୍ତି ଅଛି ଯେଉଁଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ନବଗୁଞ୍ଜର ବେଶ ଅତ୍ୟନ୍ତ ଆକର୍ଷଣୀୟ I 
୨. ରଘୁନାଥଜୀଉ ପୀଠ – ସେହିପରି ନୟାଗଡ ଜିଲ୍ଲାର ଓଡଗାଁରେ ଅବସ୍ତିତ ପ୍ରଭୁ ରଘୁନାଥ ଜୀଉଙ୍କ ପୀଠ I ଏହି ମନ୍ଦିରର ଅଗ୍ର ଭାଗରେ ତିନୋଟି ସୁନାର କଳସ ମନ୍ଦିରର ଶୋଭା ବୃଦ୍ଧି କରୁଛି I ସେହିପରି ମନ୍ଦିରର ଚତୁର୍ପାର୍ଶ୍ୱରେ ଅନେକ କୃତ୍ରିମ ପର୍ବତ ପର୍ଯ୍ୟଟକ ମାନଙ୍କ କେନ୍ଦ୍ରବିନ୍ଦୁ ପାଲଟିଛି I ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଏକ ମିଉଜିଅମ ଅବସ୍ଥିତ, ଯେଉଁଥିରେ ପ୍ରଭୁରାମଙ୍କ ସମସ୍ତ ଲୀଳା ବିଷୟରେ ଦର୍ଶା ଯାଇଛି I 
ଏହି ଦୁଇଟି ଦର୍ଶନୀୟ ସ୍ଥାନ ନୟାଗଡ଼-ଭଞ୍ଜନଗର ମୁଖ୍ୟ ରାସ୍ତାରେ ଅବସ୍ତିତ I 

Leave a Comment

Your email address will not be published. Required fields are marked *

Scroll to Top