ଭକ୍ତ ଉଜିର ବେଗ

ଉପସ୍ଥାପନା: ଶିଶିର ସାହୁ ମନୋଜ

“ମିଥ୍ୟା ମାୟା ସଂସାର କେହି ନୁହେଁ କାହାର,
ମାତିଛୁ ଘେନି ପରିବାରରେ
ନ ଭଜିଲେ କୃଷ୍ଣଙ୍କୁ ଗତି ନାହିଁ ପଛକୁ,
ଚାହୁଁ ଚାହୁଁ ଜୀବ ଯିବ ତୋରରେ।”

ଓଡ଼ିଶାରେ ମୁସ୍ଲିମ ଭକ୍ତ ସାଲବେଗ ବଡ଼ ଲୋକପ୍ରିୟ କିନ୍ତୁ ଆଉଜଣେ ଯବନ ଭକ୍ତ ଉଜିର ବେଗ ପ୍ରାୟତଃ ଅଜଣା ।

ଉଜିର ବେଗଙ୍କର ଜନ୍ମ ୧୮୬୯ ଖ୍ରୀଷ୍ଟାବ୍ଦରେ କଟକ ଜିଲ୍ଲାର (ବର୍ତ୍ତମାନର ଯାଜପୁର ଜିଲ୍ଲା) ବରୁଆ ହରିପୁର ଗାଁରେ ହୋଇଥିଲା । ପରେ ତାଙ୍କ ପରିବାର କନିକା ବଡ଼ତଇଳା ଗ୍ରାମକୁ ଚାଲିଯାଇଥିଲେ । ଉଜିର ବେଗଙ୍କ ପିତା କନିକା ରାଜଭବନରେ ପ୍ରହରୀର କାର୍ଯ୍ୟ କରୁଥିଲେ ।

ବାଲ୍ୟକାଳରେ ହିଁ ଉଜିରଙ୍କର ଜଗନ୍ନାଥ ଧର୍ମ ପ୍ରତି ଆଦର ଓ ଭକ୍ତିର ମୂଳଦୁଆ ପଡି଼ଥିଲା ଏବଂ ଯୁବାବସ୍ଥାରେ ପହଞ୍ଚିବା ବେଳକୁ ସେ ଶ୍ରୀକୃଷ୍ଣ ଭକ୍ତ ହେଇଯାଇଥିଲେ ।

ତାପରେ ସେ ତାଙ୍କର ଭଗବତ ପ୍ରେମକୁ ନନ୍ଦ ଉତ୍ସବ ନାମକ ନୃତ୍ୟନାଟିକା ଲେଖି ପ୍ରତିପାଦିତ କରିଥିଲେ । ସେ ସ୍ଵୟଂ ଜଣେ ଭଲ ଅଭିନେତା ମଧ୍ଯ ଥିଲେ । ନନ୍ଦ ଉତ୍ସବ ନାଟକରେ ସେ ସବୁବେଳେ ନନ୍ଦରାଜାର ଚରିତ୍ରରେ ଅଭିନୟ କରିଥିଲେ ।

ଐତିହାସିକ ଡଃ କୃଷ୍ଣଚନ୍ଦ୍ର ବେହେରା ଓଡ଼ିଆ ଇତିହାସ ପୁସ୍ତକ “ଓଡ଼ିଆ ସାହିତ୍ୟରେ ଇସଲାମିକ ପ୍ରଭାବ” ରେ ଉଜିର ବେଗଙ୍କ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଅଛନ୍ତି ।

ଭକ୍ତ ଉଜିର ବେଗ ନନ୍ଦ ଉତ୍ସବ ଛଡା଼  ଆହୁରି ଅନେକ ପୌରାଣିକ ଗ୍ରନ୍ଥ ତଥା ବ୍ରତକଥା ମାନ ଲେଖିଯାଇଛନ୍ତି । ତନ୍ମଧ୍ୟରୁ ସୀତାବନଵାସ, ରାମଵନଵାସ, ଭକ୍ତ ସୁଦାମାବବ୍ରୁବାହନ ଆଦି ଜଣାଶୁଣା । ତେବେ ତାଙ୍କର ସର୍ବଜନାଦୃତ କୃତି ହେଉଛି ଖୁଦୁରୁକୁଣୀ ବ୍ରତକଥା” ଯାହା ଆଜି ବି ଓଡ଼ିଶାର ଗ୍ରାମେ ଗ୍ରାମେ ଭାଦ୍ରବ ମାସର ପ୍ରତ୍ୟେକ ରବିବାରରେ ପଢାଯାଏ ।

ଆଜି ଉଜିର ବେଗ ନାହାନ୍ତି ସତ କିନ୍ତୁ ତାଙ୍କ ଭକ୍ତି ତାଙ୍କର ସମସ୍ତ ରଚନା ଗୁଡି଼କ ମଧ୍ୟରେ ସଦା ଜୀଵିତ ରହିବ ।

“କୃଷ୍ଣ ପୂଜନ କର କୃଷ୍ଣ ପୂଜନ କର
କେଵଳ ଗତିମୁକ୍ତି ଦ୍ଵାରା,
ଭଣେ ଉଜିର ମୁଁ ମୂର୍ଖ ଦୁରାଚାର
କେଵଳ ନାମମାତ୍ର ସାରା”

ତଥ୍ୟ ସୈାଜନ୍ୟ: ସାମାଜିକ ଗଣମାଧ୍ୟମ

Leave a Comment

Your email address will not be published. Required fields are marked *

Scroll to Top