ବଣି ବକ୍ରେଶ୍ଵର

ଲେଖା: ରବୀନ୍ଦ୍ର କୁମାର ରଣା

ଗଙ୍ଗବଂଶର ରାଜା ମଦନ ସୁନ୍ଦର ଦେବଙ୍କ ଦ୍ଵାରା ନିର୍ମିତ ଏହି ପ୍ରାଚୀନ ବଣି ବକ୍ରେଶ୍ଵର ମହାଦେବ ମନ୍ଦିର ଖୋର୍ଦ୍ଧା-ଡେଲାଙ୍ଗ ରାସ୍ତାରେ ଅବସ୍ଥିତ ।


ପ୍ରବାଦ ଅନୁଯାୟୀ ଭଗବାନ ଶିବ ବଣି ରୂପରେ ରାଜାଙ୍କ ଗାଈଠାରୁ କ୍ଷୀର ପିଇ ଦେଉଥିଲେ ତେଣୁ ଗାଈମାନେ କ୍ଷୀର ନ ଦେବାରୁ ରାଜାଙ୍କର ଗୋପାଳ ପ୍ରତି ସନ୍ଦେହ ହେଲା । ରାଜା ଘଟଣାର ସତ୍ୟତା ପାଇଁ ଯାଇ ଦେଖିଲେ ଯେ ଗୋଟେ ବଣି କ୍ଷୀର ପାନ କରୁଛି । ରାଜାଙ୍କୁ ଦେଖି ବଣିଟି ବକ୍ର ଆଖିରେ ଅନାଇ ଗୋଟିଏ ଗାତ ଭିତରେ ପଶିଗଲା ଓ ସେଠାରେ ରାଜାଙ୍କୁ ଭଗବାନ ଶିବଙ୍କର ସ୍ଵପ୍ନାଦେଶ ହେଲା । ତେଣୁ ଏହି ମନ୍ଦିରର ନାମ ବଣି ବକ୍ରେଶ୍ଵର ହେଇଥିବା ଜଣାଯାଏ ।



ଏହି ବଣି ବକ୍ରେଶ୍ଵର ମହାଦେବ ମନ୍ଦିର ଠାରୁ ୧କି.ମି. ଦୂରରେ ଘୋରଡିଆ ଗ୍ରାମରେ ଗଙ୍ଗବଂଶର ରାଜାଙ୍କ ଦ୍ଵାରା ନିର୍ମିତ ଅନ୍ୟ ଏକ ପ୍ରାଚୀନ ମନ୍ଦିର ସୋମନାଥ ମହାଦେବ ମନ୍ଦିର ଅବସ୍ଥିତ । ବହୁ ପ୍ରାଚୀନ ଓ ସୁନ୍ଦର ମନ୍ଦିର ଏବଂ ପ୍ରାଚୀନ ରାଧାକାନ୍ତ ମଠ ମଧ୍ଯ ଅବସ୍ଥିତ । 

Leave a Comment

Your email address will not be published. Required fields are marked *

Scroll to Top