ଧାଡ଼ି ଧୁକୁଡ଼ି

ଲେଖା: ଅମ୍ବିକା ପଟ୍ଟନାୟକ

~ ହଜିଯାଉଥିବା ଖେଳ – ଧାଡ଼ି ଧୁକୁଡ଼ି ~
ଦିନ ଥିଲା ଗଞ୍ଜାମର ଗ୍ରାମାଞ୍ଚଳରେ ଏକ ପ୍ରକାର ବୁଦ୍ଧିର ଖେଳ ହେଉଥିଲା । ବିନା ଖର୍ଚ୍ଚରେ ଘରୁଆ ଖେଳ । ଖଣ୍ଡେ ଚକ ଖଡ଼ି କିଛି ଭଙ୍ଗା ଚୁଡ଼ି ଆଉ ଦୁଇ ଜଣ ବ୍ୟକ୍ତି । ସାନ ବଡ଼ ହୋଇ ତିନୋଟି ବର୍ଗକ୍ଷେତ୍ର । ମଧ୍ୟ ଭାଗରେ ଏକ ସରଳ ରେଖା ଦ୍ଵାରା ସଂଯୁକ୍ତ । ଚିତ୍ରରେ ଦିଆ ଯାଇଥିବା x ଚିହ୍ନରେ ଜଣେ ପ୍ରଥମେ ନିଜ ଦାନ ରଖିବେ । ତା ପରେ ଅନ୍ୟ ଜଣେ ରଖି ରଖି ଯିବେ । ଗୋଟିଏ ସରଳ ରେଖାରେ ଜଣକର ତିନୋଟି ଦାନ ରହିଗଲେ ସେ ଅନ୍ୟ ପକ୍ଷର ଏକ ଦାନ ଖେଳରୁ ବାହାର କରିଦେବେ । ତେବେ ଚିତ୍ରରେ ରେଖାଙ୍କିତ ଦୁଇଟି ସମାନ୍ତର ସରଳ ରେଖାରେ ଯଦି ଜଣକର ପାଞ୍ଚଟି ଦାନ ରହିଗଲା ସେ ମଝି ଦାନ ଏପଟ ସେପଟ କରି କରି ଜିତିଯିବେ ।
ଏହି ଖେଳକୁ “ଧାଡ଼ି ଧୁକୁଡ଼ି” କହନ୍ତି । ତେବେ କଟକ ଜିଲ୍ଲାର ଗାଁ ମାନଙ୍କରେ ଏଇ ଖେଳାକୁ “ଛକିଶୂନ”, “ବାଘଛେଳି”“ବାଘବକିରୀ” ବୋଲି କହନ୍ତି । ଏ ଖେଳ ପାଇଁ ଅଧିକାଂଶ ଘରର ସିମେଣ୍ଟ ଚଟଣାରେ ଗାର କାଟି ରଖାଯାଇଥାଏ ।
ଧାଡ଼ି ଧୁକୁଡ଼ି Dhadi Dhukudi 

Leave a Comment

Your email address will not be published. Required fields are marked *

Scroll to Top