ଲେଖା: ଶିଶିର ସାହୁ ମନୋଜ
ଭାରତରେ ଲଵଣକର ଵିରୋଧୀ ଆନ୍ଦୋଳନର ଶଙ୍ଖନାଦ ପ୍ରଥମେ ଓଡ଼ିଶା ମାଟିରେ ହୋଇଥିଲା । କଟକ ମ୍ଯୁନିସିପାଲିଟି ପଡି଼ଆରେ ଏହି ଲଵଣକର ଓ ତତ୍କାଳୀନ ବଙ୍ଗଳା ପ୍ରଦେଶରୁ ନିମକମାହଲ ଉଠିଯାଇ ମାନ୍ଦ୍ରାଜ ପ୍ରଦେଶକୁ ମିଳିଵା ଵିପକ୍ଷରେ ପ୍ରତିଵାଦ ସଭାର ଆୟୋଜନ ହୋଇଥିଲା ।
ଏହି ସଭାର କେତେକ ଗୁରୁତ୍ୱପୂର୍ଣ୍ଣ କଥା ହେଲା:
୧. ଲଵଣ ସତ୍ୟାଗ୍ରହର ବହୁପୂର୍ଵରୁ ଓଡ଼ିଆ ଲୋକେ ସର୍ଵପ୍ରଥମେ ଲଵଣକର ଵିରୋଧରେ ଆନ୍ଦୋଳନ କରିଥିଲେ । ଆଉ ସେହି ପ୍ରଥମ ଶଙ୍ଖନାଦ କଟକ ନଗରରୁ ସାରା ଵିଶ୍ଵକୁ ପ୍ରତିଧ୍ବନିତ ହୋଇଥିଲା ।
୨ କଟକ ନଗରର ଓଡ଼ିଆ ସ୍ଵାଭିମାନୀ ବୁଦ୍ଧିଜୀଵୀମାନେ ପ୍ରାୟତଃ କଟକ ପ୍ରିଣ୍ଟିଙ୍ଗ କମ୍ପାନୀଠାରେ କୌଣସି ସଭାର ଆୟୋଜନ କରୁଥିଲେ । କିନ୍ତୁ ଲଵଣକର ସମ୍ଵନ୍ଧୀୟ ସଭାର ଆୟୋଜନ କଟକ ମ୍ଯୁନିସିପାଲିଟି ପଡି଼ଆରେ ହୋଇଥିଲା ।
୩. ୧୮୮୧ରୁ ବଙ୍ଗରୁ ଓଡ଼ିଶା ଲେଉଟିଵା ପରଠୁଁ ୧୮୮୮ ଯାଏଁ ଉତ୍କଳ ଗୌରଵ ମଧୁସୂଦନ ଦାସ ଓଡ଼ିଶାର ସମସ୍ୟା ଵିଷୟରେ ଯେଉଁସବୁ ଭାଷଣ ଦେଇଥିଲେ ତାହା ଇଂରାଜୀ ଭାଷାରେ ହେଉଥିଲା । ତେଵେ ଏହି ସଭାରେ ପ୍ରଥମକରି ମଧୁବାବୁ ଓଡ଼ିଆ ଭାଷାରେ ଭାଷଣ ଦେଇଥିଲେ ।
ସେଦିନ ମଧୁବାବୁ ଯେଉଁ ଭାଷଣ ଦେଇଥିଲେ ତାହା ଏଠାରେ ପ୍ରଦାନ କରାଗଲା,
“ଭାରତଵାସୀ ସମସ୍ତ ଏକ ଦେଶୀୟ ହେଵାରୁ ଭାଇ ଅଟନ୍ତି, ସମସ୍ତଙ୍କ ମଧ୍ୟରେ ଭ୍ରାତୃଭାଵ ରହିଵା ଉଚିତ । ଧନୀ ଓ ଗରିଵ ମଧ୍ୟରେ କିଛି ପ୍ରଭେଦ ନାହିଁ ।
ବାସ୍ତଵରେ ଗରିଵମାନେ ଦେଶର ଖୁଣ୍ଟ ଅଟନ୍ତି ଏବଂ ଯେ ସ୍ଥଳେ ସେ ଦିଏ ଯେ ଧନୀ ଓ ଯେ ନିଏ ସେ ନିର୍ଦ୍ଧନ; ସେ ସ୍ଥଳେ ଗରିଵମାନେ କର ଦେଉଥିଵା ଓ ଜମିଦାର ଓ ରାଜା ପ୍ରଭୃତି ତାହା ନେଇ ବଡ଼ଲୋକ ହେଉଥିଵାରୁ ପ୍ରକୃତରେ ସେହିମାନେ ଧନୀ ଅଟନ୍ତି ଓ ତାହାଙ୍କର ଯେଉଁ ଶକ୍ତି ଅଛି ତାହା ସେମାନେ ଜାଣୁ ନ ଥିଵାରୁ ଆପଣାକୁ ଗରିଵ ଓ ଅସହାୟ ଭାଳୁ ଅଛନ୍ତି ।
ଇଂରେଜ ରାଜ ଗରିଵଙ୍କର ବନ୍ଧୁ, ପ୍ରଜାଙ୍କୁ କଷ୍ଟ ଦେବା ତାହାଙ୍କର ଅଭିପ୍ରାୟ ନୁହେଁ । ପ୍ରଜାମାନେ ସମଵେତ ହୋଇ ଆପଣା ଦୁଃଖ ଜଣାଇଲେ ସେ ଅଵଶ୍ୟ ତହିଁର ପ୍ରତିକାର କରିବେ । ଏକତ୍ର ହୋଇ ଦୁଃଖ ଜଣାଇଵା ଓ ରାଜନୈତିକ ଵିଷୟରେ ମତାମତ ପ୍ରକାଶ କରିଵା ପ୍ରଜାମାନଙ୍କର ଗୋଟିଏ ଭାରି ଅଧିକାର । ଏହି ଅଧିକାର ରାଜଭକ୍ତି ଅଥଚ ଦମ୍ଭ ଭାଵରେ ପ୍ରକାଶ କଲେ କଦାଚ ଵ୍ଯର୍ଥ ହେବ ନାହିଁ । ରୋଗୀ ଆପଣାର ପୀଡ଼ାର ବୃତ୍ତାନ୍ତ ନ ଜଣାଇଲେ ଯେମନ୍ତ ବୈଦ୍ୟ ତହିଁର ପ୍ରତିକାର କରି ନ ପାରେ ପ୍ରଜାମାନେ ଆପଣା ଦୁଃଖ ନ ଜଣାଇଲେ ରାଜାଙ୍କ ଦ୍ୱାରା ତହିଁର ପ୍ରତିକାର ହୋଇ ନ ପାରେ । ଇଂରାଜ ଗଵର୍ଣ୍ଣମେଣ୍ଟ କେତେବେଳେ ପ୍ରଜାପୀଡ଼କ ନୁହନ୍ତି ।
ଭାରତଵାସୀମାନେ ବିଲାତ ତୁଳନାରେ ବିଲାତର ଵାର୍ଷିକ ଆୟ ହାରାହାରିରେ ଜଣ ପ୍ରତି ଟ୩୦୦ଙ୍କା ମାତ୍ର ଭାରତଵର୍ଷରେ ଟ୨୦ଙ୍କା ଅଟଇ ଅଥଚ ବିଲାତରେ କରର ସମଷ୍ଟି ଶତକଡ଼ା ଟ୮ଙ୍କା ସ୍ଥଳେ ଭାରତଵର୍ଷରେ ଟ୧୬ଙ୍କା ଲେଖାଏଁ ପଡ଼ିଅଛି । ଭାରତଵାସୀମାନେ ଗରିଵ ହୋଇ ଏତେ ଅଧିକ କର ଦେଉଥିଵା ସ୍ଥଳେ ସେମାନଙ୍କ ଉପରେ ଆଉ ଗୋଟିଏ କର ଭିଡ଼ିଵା ନିତାନ୍ତ ଅନ୍ୟାୟ ।
ଲଵଣକର ନୂତନ କର ନ ହେଲେ ହେଁ ଯେତେଵେଳେ ପୁରୁଣା ଘା ଉପରେ ଆଉ ଚୋଟେ ବସିଲା ସେତେଵେଳେ ଅନାୟାସ ନୂତନ ପୀଡ଼ା ବୋଲା ଯାଇପାରେ ।
ଲଵଣ ସମସ୍ତ ଲୋକଙ୍କର ନିତ୍ୟ ପ୍ରୟୋଜନୀୟ ପଦାର୍ଥ ପୁଣି ଓଡ଼ିଶାରେ ପଖାଳଖିଆଟି ଅଧିକ ଥିଵାରୁ ବହୁତ ଲୁଣ ଲୋଡ଼ା ହୁଅଇ । ଏପରି ଦେଶପ୍ରତି ଲଵଣକର ଅଳପ ବଢ଼ିଲେ ସୁଧା ଅଧିକ ବାଧିଵାର କଥା ।
ଏଥର ଓଡ଼ିଶାର ନିମକ ମାହାଲ ବଙ୍ଗଳାରୁ ମାନ୍ଦ୍ରାଜକୁ ବଦଳି ହେବାରୁ ଏଠା ଲୁଣ ପ୍ରୋକ୍ତାନ ବନ୍ଦ ହୋଇ ଅନେକ ଲୋକଙ୍କର ରୋଜଗାର ବନ୍ଦ ହୋଇଅଛି ।”
◆◆◆◆ଭାଷଣ ସମ୍ବନ୍ଧରେ ଵିଶେଷ ଦ୍ରଷ୍ଟଵ୍ୟ◆◆◆◆
୧୮୮୮ରେ ପୂର୍ଵ ଭାରତରୁ ନିମକ ମାହାଲ ଉଠିଯାଇ ତାହା ମାନ୍ଦ୍ରାଜକୁ ମିଳିଥିଲା । ଏହାର ପ୍ରତିଵାଦରେ ସର୍ଵପ୍ରଥମେ ଓଡ଼ିଶାରେ ପ୍ରତିଵାଦ ସଭାର ଆୟୋଜନ ହୋଇଥିଲା । ଲଵଣ ସତ୍ଯାଗ୍ରହର ବହୁପୂର୍ଵରୁ, ଗାନ୍ଧୀଙ୍କ ବହୁ ପୂର୍ଵରୁ ଓଡ଼ିଶାର ଜନସାଧାରଣ ପ୍ରଥମେ ଇଂରେଜ ସରକାରଙ୍କ ଵିପକ୍ଷରେ ଦ୍ଵେଷ ରହିତ ଶାନ୍ତିପୂର୍ଣ୍ଣ ପ୍ରତିଵାଦ ସଭା କରିଥିଲେ । ଏହି ସଭାରେ ଜନ ଅସନ୍ତୋଷ ନହେଉ ସେଥିପାଇଁ ଚତୁରତାର ସହ ଉତ୍କଳଗୌରଵ ଇଂରେଜ ସରକାରଙ୍କ ପ୍ରଥମେ ପ୍ରଶଂସା କରୁଥିଲେ
ଯଥା—
“ଇଂରେଜ ରାଜ ଗରିଵଙ୍କର ବନ୍ଧୁ, ପ୍ରଜାଙ୍କୁ କଷ୍ଟ ଦେବା ତାହାଙ୍କର ଅଭିପ୍ରାୟ ନୁହେଁ”
ଓ
“ଇଂରାଜ ଗଵର୍ଣ୍ଣମେଣ୍ଟ କେତେବେଳେ ପ୍ରଜାପୀଡ଼କ ନୁହନ୍ତି !”
କିନ୍ତୁ ତାପରେ ସେ ତଥ୍ୟ ସହ ଇଂରେଜ ସରକାର ଭାରତୀୟଙ୍କ ଉପରେ କେମିତି ଅଧିକ କର ବସେଇ ଶୋଷଣ କରୁଛି ତାହା ପ୍ରକାଶ କରିଛନ୍ତି । ଯେପରି କି,
“ବିଲାତରେ ଵାର୍ଷିକ ହାରାହାରି ଆୟ ଟ୩୦୦.୦୦ଙ୍କା ହୋଇଥିଵା ଵେଳେ ଭାରତରେ ହାରାହାରି ଆୟ ଟ୨୦.୦୦ଙ୍କା କିନ୍ତୁ ଭାରତୀୟ ମାନେ ଟ୧୬.୦୦ଙ୍କା କର ଦେଉଥିଲାଵେଳେ ଇଂଲଣ୍ଡଵାସୀ ମାତ୍ର ଟ୮.୦୦ଙ୍କା ଦିଅନ୍ତି ।”
ଏଇ ତଥ୍ୟ ଦେଇ ଉତ୍କଳ ଗୌରଵ ପରୋକ୍ଷରେ ଇଂରେଜ ସରକାରଙ୍କୁ ପ୍ରଜାପୀଡ଼କ ପ୍ରମାଣିତ କରିଛନ୍ତି ।
ଉତ୍କଳ ଗୌରଵ ପ୍ରକୃତରେ ଭାରତଗୌରଵ ଅଟନ୍ତି । କିଛି ଉତ୍ତର ଭାରତୀୟ ମଧୁବାବୁଙ୍କୁ ଆଞ୍ଚଳିକ ନେତା ମନେ କରନ୍ତି । ଓଡ଼ିଶାର କେତେକ ଶିକ୍ଷିତ ସୀମାନ୍ତଵାସୀ ଅଞ୍ଚଳ—ଅଞ୍ଚଳ ମଧ୍ୟରେ ମିଛକଥା ପ୍ରେରଣକରି ଘୃଣା ଵୃଦ୍ଧି କରୁଛନ୍ତି କିନ୍ତୁ ତତ୍କାଳୀନ ଭାରତରେ ସବୁଠାରୁ ନିମ୍ନସ୍ତରରେ ଥିଵା, ବଙ୍ଗାଳୀ-ମରାଠୀ-ହିନ୍ଦିଆ-ତେଲେଙ୍ଗା