ମାଗଣା

ଲେଖା: ଶିଶିର ସାହୁ ମନୋଜ

ମାଗଣା ଅର୍ଥରେ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ନାନା ଶବ୍ଦ ଚଳୁଅଛି ।

କଳାହାଣ୍ଡୀରେ ମାଗଣା ଅର୍ଥରେ ଉଖ୍’ଲା ଶବ୍ଦ ଚଳୁଅଛି ତେଵେ ବୌଦ୍ଧରେ ଏ ଶବ୍ଦର ଅର୍ଥ ଆଗଚଲା ଅର୍ଥାତ୍ ଯେ ଆଗରେ ଚାଲେ; ନେତା ଅଟେ । ସେଇଭଳି ସମ୍ଵଲପୁରରେ ଉଖ୍’ଲା ହେଵା ଅର୍ଥ ମାନ ମହତ ପଦାରେ ପକେଇଵା ଏଵଂ ସୁନ୍ଦରଗଡ଼ରେ ଉଖଲା କରଵାର ଅର୍ଥ ହୀନସ୍ତା ହେଵା ଅଟେ ‌।

କନ୍ଧମାଳରେ ଏ ଶବ୍ଦ ଅର୍ଥରେ ଉପ୍’କା ଵା ଉପ’ଲା କୁହାଯାଏ । ହିନ୍ଦୀରେ କିନ୍ତୁ ଉପଲା ମାନେ ଘସି ଅଟେ ।

ମାଲକାନଗିରିରେ ଏ ଶବ୍ଦ ମାହାଳିଆ ଅର୍ଥରେ ଉବ’କା ହୋଇ ପ୍ରଚଳିତ ।

ନଵରଙ୍ଗପୁରରେ ଉପୁରୀ ଶବ୍ଦର ଅର୍ଥ ଵିନା ପରିଶ୍ରମେ ଲବ୍ଧପଦାର୍ଥ । ଏ ଶବ୍ଦ ପୂର୍ଵାଞ୍ଚଳରେ ଲାଞ୍ଜ ଅର୍ଥରେ ଵ୍ଯଵହୃତ ହୋଇଥାଏ ।

ସେହିଭଳି ନଵରଙ୍ଗପୁରରେ ଉଲ୍’ଫା ଶବ୍ଦର ଅର୍ଥ ତୁଛାରେ କିନ୍ତୁ କୋରାପୁଟରେ ଏହି ଶବ୍ଦ ମାହାଳିଆ ଅର୍ଥରେ ଵ୍ଯଵହୃତ ହୋଇଥାଏ ।

ଦେଓଗଡ଼ରେ ଉଝେଇ ଶବ୍ଦର ଅର୍ଥ ମାଗଣା ଵା ମାହାଳିଆ କିନ୍ତୁ ପୁରୀରେ ପହଞ୍ଚିଲାଵେଳକୁ ଏ ଶବ୍ଦର ଅର୍ଥ ତୁଚ୍ଛା ହୋଇଯାଏ ।

ଆମ ଭାଷାରେ ମାହାଳିଆ ଵା ମାଗଣା ଅର୍ଥରେ ଥିଵା ଆଉ କିଛି ପ୍ରତିଶବ୍ଦର ଉଲ୍ଲେଖ କରାଗଲା ।
✓ଅଧୀଷ୍ଟ (ଏହାର ଏକ ଅର୍ଥ ଅଵୈତନିକ)
✓ଅଶୁଳ୍କ
✓ମୂଲ୍ଯରହିତ
✓ଉଠିଆ
✓ଉଦା
✓ଉପରି (ଏହାର ଲୋକପ୍ରିୟ ଅର୍ଥ ଲାଞ୍ଜ ହେଲାଣି)
✓ନକଉଡ଼ିଆ
✓ପଲା
✓ମୋଫତ୍
✓ମାହାଳିଆ/ମାହୁଳିଆ
✓ଫୋକଟ
✓ମାଗଣା/ମାଗେଣା
✓ଫାଙ୍କତାଳ
✓ବେ ଆରିଙ୍ଗ୍
✓ଯଚ୍ନିଆ (ଯାହା ଯାଚି କି ଦିଆଯାଏ)

ସେହିଭଳି ଆମ ଓଡ଼ିଶାର ଜନଜାତୀୟ ଭାଷାରେ ମଧ୍ୟ ମାଗଣାର ପ୍ରତିଶବ୍ଦ ଚଳୁଅଛି । ଯେପରି କି,
✓କୁଇ—ଆରେନେ
✓ଖରିଆ—ମଙ୍ଗନା (ଓ ମାଗଣା)
✓ମୁଣ୍ଡା—ସାମାତେ

© ଶିଶିର ସାହୁ ମନୋଜ

Leave a Comment

Your email address will not be published. Required fields are marked *

Scroll to Top