Etmology 2
ଆଉ କିଛି ଲୋକ ମତ ଦିଅନ୍ତି ଯେ ଏ ନଗରକୁ ୩ୟ ଶତାବ୍ଦୀରେ ଉତ୍କଳର ଜନୈକ ରାଜା ବାଲୁକେଶ୍ଵର ସ୍ଥାପନ କରିଥିଲେ ବୋଲି ତାଙ୍କ ନାମାନୁସାରେ ବାଲେଶ୍ଵରର ନାମକରଣ ହୋଇଥିଲା ।
Etmology 3★★★
ଅନ୍ୟ ଏକ ମତ ଅନୁସାରେ ବାଲେଶ୍ବର ଯେହେତୁ ପ୍ରାଚୀନ କାଳରୁ ଅଷ୍ଟାଦଶ ଶତାବ୍ଦୀ ଯାଏଁ ନୌବାଣିଜ୍ୟ ଓ ନୌଯାତ୍ରା ପାଇଁ ଲୋକପ୍ରିୟ ଥିଲା ଏବଂ ଏଠାରୁ ସାଧାରଣତଃ ବାଲିଦ୍ଵୀପକୁ ବୋଇତମାନ ଆତଯାତ ହେଉଥିଲା, ତେଣୁ ଏ ‘ବାଲି’ ଶବ୍ଦ ବଦଳି ଯାଇ ପରବର୍ତ୍ତୀ କାଳରେ ବାଲେଶ୍ବରର ନାମକରଣ ହୋଇଛି । ବାଲେଶ୍ବରରେ ବାଲିଘାଟ ବନ୍ଦର ଓ ପରମିଟ ଘାଟ ତଥା ଉନବିଂଶ ଶତାବ୍ଦୀର ତୃତୀୟ ଵର୍ଷରେ ସୁନାମୀ ଯୋଗୁଁ ନଷ୍ଟ ଯାଇଥିବା ପିପିଲି ଆଦି ଅନେକ ପୋତାଶ୍ରୟର ଐତିହାସିକ ଚିହ୍ନ ଆଜି ଵି ଏ ଅଞ୍ଚଳରେ ଏହି ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ପ୍ରମାଣ ଦେଇଥାଏ ।
Etmology 4★★★★
କେତେକ ଲୋକ କୁହନ୍ତି ବାଲେଶ୍ବର ଓ ଏହାର ଆଖପାଖରେ ଶିବଙ୍କ ପ୍ରଶିଦ୍ଧ ମନ୍ଦିର ଅନୁସାରେ ସେହି ମନ୍ଦିର ଥିବା ସହର ସବୁର ନାମକରଣ ହୋଇଅଛି । ଉଦାହରଣ ସ୍ୱରୂପ ଜଳେଶ୍ବର, ପଞ୍ଚଲିଙ୍ଗେଶ୍ଵର, ଚନ୍ଦନେଶ୍ଵର, ଭୂଷଣ୍ଡେଶ୍ଵର, ଲଙ୍ଗଳେଶ୍ଵର ଆଦି ଅନେକ ଅଞ୍ଚଳ ଏଠାରେ ଅଛି । ଏସବୁ ଅଞ୍ଚଳରେ ଏହି ନାମରେ ଗୋଟିଏ ଗୋଟିଏ ମନ୍ଦିର ମଧ୍ଯ ଅଛି । ସେଇଭଳି ବହୁତ ସମ୍ଭବ ଏଠାରେ ଏକ ଅପ୍ରଶିଦ୍ଧ ଶିବ ମନ୍ଦିର ବାଲୁଙ୍କେଶ୍ଵରଙ୍କ ନାମ କାଳକ୍ରମେ ଅପଭ୍ରଂସ ହୋଇ ବାଲେଶ୍ବର ହୋଇଥାଇପାରେ ।
ବାଲେଶ୍ଵରର ନାମକରଣ ବାବଦରେ ଏହି ସମସ୍ତ ମତ ମଧ୍ୟରେ କେଉଁ ମତଟି ଯୁକ୍ତିଯୁକ୍ତ, ତାକୁ ନେଇ ଵିଦ୍ଵାନମାନଙ୍କ ମଧ୍ୟରେ ଵିଵାଦ ଛିଣ୍ଡିନାହିଁ ।