ବାଘଶଳା ମଠ ଓ କଳିଙ୍ଗ ଇତିହାସ (Baghashala Matha)

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ
ଆଜକୁ ପ୍ରାୟ ୧୦୦ ବର୍ଷ ପୂର୍ବରୁ ଏହି ବାଘଶଳା ମଠର ମଠାଧୀଶଙ୍କ ଦ୍ଵାରା ଏକ ତ୍ରିଫଳୀ ତାମ୍ରଶାସନ ହସ୍ତଗତ ହୋଇଥିଲା, ଯେଉଁଥିରେ ଆମେ କଳିଙ୍ଗରେ ତୈଳପ ରାଜବଂଶ କଥା ଜାଣିବାକୁ ପାଉ।

ତୈଳପମାନେ ଏକ ଶକ୍ତିଶାଳୀ ଶାସକ ଥିବା ଇତିହାସରୁ ଜଣାଯାଏ। ଏହି ମଠରୁ ମିଳିଥିବା ପଟା ଅନୁସାରେ ଏଠାରେ ୧୧ଶ ଶତାବ୍ଦୀରେ ଚାରଣ ରାମଦେବ ଶାସନ କରିବା ଜଣାଯାଏ ଯେ ଗଙ୍ଗବଂଶୀ ରାଜା ରାଜରାଜ ଦେବଙ୍କ ସେନାଦକ୍ଷ ବନପତିଙ୍କ ବଂଶଜ, ଅର୍ଥାତ ରାଜରାଜ ଖିମୁଣ୍ଡି ମଣ୍ଡଳକୁ ତୈଳପମାନଙ୍କ ହାତକୁ ଟେକିଦେଇଥିଲେ ବୋଲି ଐତିହାସିକ ମତ ଦିଅନ୍ତି।

ଏହି ବୈଷ୍ଣବ ମଠରେ ମିଳିଥିବା ଫଳକରେ ଉଲ୍ଲେଖ ଅଛି ଯେ ମହେନ୍ଦ୍ରତନୟା ତଟରେ ଥିବା ଦୁଇଗ୍ରାମ ବକଶୁଳକଉପଳବଡା ବ୍ରାହ୍ମଣମାନଙ୍କୁ ଦତ୍ତ ହେଲା। ଆଜି ଏହି ଦୁଇ ଗ୍ରାମର ନାମ ବାଘଶଳା ଏବଂ ଉପଲଡାଏହି ମଠ ଆଜି ଯାଏଁ ଉତ୍କଳୀୟ ବୈଷ୍ଣବ ପରମ୍ପରାର ଏକ ପ୍ରମୁଖ ପୀଠ ହୋଇ ରହି ଆସିଛି ।
Spread the love

Leave a Reply

Your email address will not be published. Required fields are marked *