Skip to content
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ଶ୍ରୀଜଗନ୍ନାଥ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ ଚଳଣି
    • ଆମ କଥା
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ସୃଷ୍ଟିସମଗ୍ର
  • କୋଥଳି
    • ଅଙ୍ଗେନିଭା କଥା
    • ଆଈମା କାହାଣୀ
    • ହଜିଲା ଦିନର କଥା
    • ଜଣା ଅଜଣା
  • ସଂସ୍କୃତି ଓ ପରମ୍ପରା
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
  • ସମସାମୟିକ ସାହିତ୍ୟ

ବାଉତି ଛତର୍ ଯାତ୍ରା

By admin / October 5, 2020
ଉପସ୍ଥାପନା: ଶିବାଶିଷ ମହାପାତ୍ର
ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ମଧ୍ୟ ଆତ୍ମାକୁ ଗୁରୁତ୍ବ ଦିଆଯାଇଛି । ପବିତ୍ର ମହାଳୟା ଦିନକୁ ଓଡ଼ିଆ ଶାସ୍ତ୍ରରେ ଏକ ସ୍ବତନ୍ତ୍ର ତଥା ବିଶେଷ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଇଥାଏ । ବିଶ୍ବାସ ରହିଛି ଯେ ପିତୃଲୋକରେ ଖାଦ୍ୟ, ପାନୀୟ ତଥା ଆଲୁଅର ଅଭାବ ଥାଏ ତେଣୁ ମର୍ତ୍ତ୍ୟଲୋକରୁ ଯଥାକ୍ରମେ ଶ୍ରାଦ୍ଧଦିବସରେ ଖାଦ୍ୟ, ମହାଳୟା ଦିନ ପାନୀୟ ତଥା ଦୀପାବଳୀ ଦିନ ଆଲୁଅ ପ୍ରଦାନ କରାଯାଇଥାଏ । 

ଏହି ମହାଳୟା ଦିନ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ତଥା ବିଭିନ୍ନ ଗଡ଼ଜାତର ଇଷ୍ଟଦେବୀ ଧବଳମୁଖୀ ବେଶ ଧାରଣ କରିଥାନ୍ତି । ଏହି ବେଶକୁ ଗଙ୍ଗାବେଶ/ସରସ୍ଵତୀ ବେଶ ବୋଲି କୁହାଯାଏ ଏବଂ ଏହା ମାଁ କାଳୀ, ଲକ୍ଷ୍ମୀ, ସରସ୍ଵତୀଙ୍କ ମିଶ୍ରିତ ରୂପ । ଏହି ବେଶରେ ମାଁ ସମଲେଶ୍ଵରୀଙ୍କ ଦର୍ଶନ ଦ୍ବାରା ଗଙ୍ଗାଦର୍ଶନର ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି । ପୂର୍ବରୁ ଏହି ଦିନରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ବଳି ପଡ଼ୁଥିବା ବେଳେ ଧୀରେ ଧୀରେ ବଳିପ୍ରଥା ବନ୍ଦ ହୋଇ ଆରମ୍ଭ ହୋଇଥିଲା ଦେବୀମାନଙ୍କର ଧବଳମୁଖୀ ବେଶ ଏବଂ ତ୍ୟାଗ କରିଥାନ୍ତି ରକ୍ତବର୍ଣ୍ଣ ବା ସିନ୍ଦୂରବର୍ଣ୍ଣ ।

ସୁବର୍ଣ୍ଣପୁର ଗଡ଼ଜାତରେ ମଧ୍ୟ ଏହି ମହାଳୟାରୁ ଆରମ୍ଭ ହୋଇଥାଏ ଐତିହାସିକ ବଳିଯାତ୍ରାର ବିଭିନ୍ନ ପରମ୍ପରା । ଯେହେତୁ ସାଧାରଣ ଲୋକଙ୍କ ପାଇଁ ଯାତାୟାତର ମାର୍ଗ ଏବଂ ବଳିଯାତ୍ରାର ମାର୍ଗ ଭିନ୍ନ ଭିନ୍ନ ଥାଏ ଏହି ମହାଳୟା ଦିନ ଦୁଇ ଗୋଟି ନଙ୍ଗଳ ମୁନରେ ଏକା ସାଥିରେ ସୁରେଶ୍ଵରୀ ମନ୍ଦିରଠାରୁ ବୁଢ଼ାରଜା ପିଠ ପର୍ଯ୍ୟନ୍ତ ବଳି ରାସ୍ତାର ଚିହ୍ନ ଦିଆଯାଏ । ଏହି ଚିହ୍ନ ଥିବା ପାରମ୍ପରିକ ରାସ୍ତାରେ ବଳିଯାତ୍ରା ସମୟରେ ସେବକମାନେ ଯିବା ଆସିବା କରିଥାଆନ୍ତି । ଆଗରୁ ଏ ସବୁ ଅଞ୍ଚଳରେ ଜଙ୍ଗଲ ଥିବାରୁ ଏହି ରାସ୍ତା ପାଇଁ ଚିହ୍ନ ଦିଆଯାଉଥିଲା । ଏବେ ମଧ୍ୟ ଏହି ପରମ୍ପରା ରହିବା ସହିତ ଏହି ରାସ୍ତା ଉପରେ ଥିବା ଦୋକାନ ତଥା ବୁଦା ଆଦିକୁ ସଫା କରାଯାଇଥାଏ ।

ପୋଜିଉଁତିଆ ଓଷା ଦିନ ପାଳିତ ହୋଇଥାଏ ଖଣ୍ଡାଧୁଆ ପର୍ବ । ମହାଳୟା ଦିନ ବାଉତି ଛତର୍ ବାହାରିଥାଏ ସୁରେଶ୍ଵରୀ ମନ୍ଦିରରୁ ସମଲେଶ୍ଵରୀ ମନ୍ଦିରକୁ । ଏହି ସମଲେଶ୍ଵରୀ ମନ୍ଦିରରେ ଛତରକୁ ସାଜ ସଜ୍ଜା କରିବା ସହିତ ପ୍ରସ୍ତୁତ କରାଯାଏ ବାଉତି ଛତର୍ ଯାତ୍ରା ପାଇଁ । ପୂର୍ବରୁ ଏହି ଛତର ରାଜ ଉଆସରୁ ବାହାରି ଆସୁଥିଲା ସମଲେଶ୍ଵରୀ ମନ୍ଦିରକୁ । ଛତର୍ ପ୍ରସ୍ତୁତ ହେଲା ପରେ ପାରମ୍ପରିକ ପୂଜା ଉପଚାର କରାଯାଇ ଢ଼ୋଲ, ମହୁରୀ ବଜାର ତାଳେ ତାଳେ ବୁଢ଼ାରଜା ପିଠକୁ ବାଉତି ଛତର୍ ଯାତ୍ରା କରିଥାଏ । ସେଠାରେ ପୂଜାର୍ଚ୍ଚନା ପରେ ନିଶାର୍ଦ୍ଧରେ ବଳି ପଡ଼ିଥାଏ । ଏହା ପରେ ପୁଣି ଛତର୍ ଫେରି ଆସିଥାଏ ସମଲେଶ୍ଵରୀ ମନ୍ଦିରକୁ ଏବଂ ଏଠାରେ ପୂଜା ପାଇଥାଏ ବଳିଯାତ୍ରା ଶେଷ ଯାଏଁ । ବଳିଯାତ୍ରା ଶେଷ ପରେ ଏହି ଛତର୍ ପୁଣି ଫେରିଯାଇଥାଏ ସୁରେଶ୍ଵରୀ ମନ୍ଦିରକୁ ।

ଏହି ଦିନ ସୋନପୁର ସହରର ସୁବର୍ଣ୍ଣମେରୁ ମନ୍ଦିର ପାଖରେ ଥିବା ସାତ ବହନି ପୋଖରୀରେ ବଳିଯାତ୍ରାର ବରୁଆ ଗାଧୋଇ ଥାଆନ୍ତି । ନୂତନ ବସ୍ତ୍ର ପରିଧାନ କରାଯାଇ ସମଲେଶ୍ଵରୀ ମନ୍ଦିରକୁ ଅଣାଯାଏ । ଏହି ସମୟରେ ବଳିଯାତ୍ରାରେ ଅଂଶଗ୍ରହଣ କରୁଥିବା ଛତିଶ ନିଯୋଗର ସେବାୟତ ମାନେ ଉପସ୍ଥିତ ଥାଆନ୍ତି । ଯନ୍ତ୍ର ଉପରେ ବରୁଆଙ୍କୁ ବସାଇ ଦେବୀଙ୍କୁ ଆବାହନ କରାଯାଏ । ବରୁଆଙ୍କ ଉପରେ ଦେବୀ ଆବିର୍ଭାବ ହେଲା ପରେ ପୂଜା କରାଯାଇଥାଏ ବାଉତି ଛତର୍ ସହିତ ଯାତ୍ରା କରିଥାନ୍ତି ବୁଢ଼ାରଜା ପୀଠକୁ । ସେଠାରେ ପୂଜା ପଦ୍ଧତି ପରେ ବୁଢ଼ୀ ସମଲାଇ ମନ୍ଦିର ତଥା ଘୋଡ଼ାଘାଟ ପଡ଼ାର ଯୋଡ଼ା ଖମ୍ବ ରାସ୍ତା ଦେଇ ଆସିଥାନ୍ତି ରାଜବାଟୀକୁ । ସେଠାରେ ରାଜ ବନ୍ଦାପନା ପରେ ଫେରି ଆସନ୍ତି ସମଲେଶ୍ଵରୀ ମନ୍ଦିରକୁ ଏବଂ ଏହି ଠାରେ ଶେଷ ହୋଇଥାଏ ବାଉତି ଛତର୍ ଯାତ୍ରା ।

View Share Email Follow Tweet
Post navigation
Previous

ଜାତୀୟକବି

Next

ଓଡ଼ିଆ ଭାଗବତ

Leave a Comment Cancel Reply

Your email address will not be published. Required fields are marked *

ଅନ୍ୟ ଲିଙ୍କ୍
  • ଆମ ବିଷୟରେ
  • ଆମ ସହିତ ଯୋଗାଯୋଗ କରନ୍ତୁ
  • ପ୍ରତ୍ୟାଖ୍ୟାନ
  • ଫଟୋ ଗ୍ୟାଲେରୀ
ବର୍ଗଗୁଡିକ
  • ମହାମନିଷୀଗଣ
  • ପର୍ଯ୍ୟଟନ କ୍ଷେତ୍ର
  • ଭାଷା ଓ ସାହିତ୍ୟ
  • ସୃଷ୍ଟିସମଗ୍ର
  • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
  • ଜଣା ଅଜଣା
  • ଶ୍ରୀଜଗନ୍ନାଥ
  • ଇତିହାସ
  • ଆମ କଥା
ଆମକୁ ସବସ୍କ୍ରାଇବ କରନ୍ତୁ
Loading
  • Facebook
  • Instagram
  • X
  • YouTube
Scroll to Top