ଲେଖା: ଶିଶିର ସାହୁ ମନୋଜ ଗଡଜାତ ଅଞ୍ଚଳରେ ପାଣ୍ଡୋଇ ଵା ଚପଲର Y ଆକାର ଵିଶିଷ୍ଟ ଫିତାକୁ ବଧୀ କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବଧି, ବଦ୍ଧି ଓ ବଧୀ ଆଦି ଶବ୍ଦ ସହିତ ଏହାର ସମ୍ପର୍କ ଥାଇପାରେ । ଭାଷାକୋଷରେ ଦେଶଜ ବଧି ଶବ୍ଦକୁ ଶାସ୍ତ୍ରୀୟ ବଦ୍ଧି ଓ ବନ୍ଧନୀ ସହିତ ସମଧୃତ ଦର୍ଶାଯାଇଛି । ନିମ୍ନଲିଖିତ ଅର୍ଥରେ ଏ ଶବ୍ଦଟି ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଚଳୁଅଛି ! ସେହିପରି ‛ବଧୀ’ ଶବ୍ଦ ଵିଷୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ଯେ ଏହାର ଶାସ୍ତ୍ରୀୟ ଅର୍ଥ ହେଉଛି ବଧକାରୀ ଵା ହତ୍ଯାକାରୀ !! ଉଦାହରଣ: ତେବେ ବଧୀର ଏକ ଦେଶଜ ଶବ୍ଦ ଭାବେ ନିମ୍ନଲିଖିତ ଅର୍ଥର ଉଲ୍ଲେଖ ରହିଛି ତେଣୁ ବଧି, ବଦ୍ଧି ଵା ବଧୀର ଏକ ସାଧାରଣ ଅର୍ଥ ଏଠାରେ ଫିତା ହେଉଥିବା ହେତୁରୁ ଏଇ ଅର୍ଥରେ ସାଧାରଣତଃ ଢେଙ୍କାନାଳରେ ଏ ଶବ୍ଦଟି ପ୍ରୟୋଗ କରାଯାଇଥାଏ । © ଶିଶିର ସାହୁ ମନୋଜ
|
|
|