ପୁଣ୍ୟପୀଠ ପାରଳା: ଗଜପତିଙ୍କ ସମାଧିସ୍ଥଳ

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ
ନିଗାଡ଼ିଯେ ଏ ଜାତିର ଏ ଦେଶର ଅନ୍ଧ ରନ୍ଧ୍ରକୂପେ
ଭରିଦେଲା ଆଲୋକର ଉଛ୍ୱlସ ପ୍ଲାବନ ସ୍ତରେ ସ୍ତରେ ।।
ସହଜାତ ମୁକୁଟ ଓହ୍ଲାଇ ମାଥୁ ଯେ ଶିରେ ସାଦରେ ।।
ଜନତାର ଶିରସ୍ତ୍ରାଣ ପିନ୍ଧି ଚଳାଇଲା ଜାତି ଚୈତ୍ର ରଥ
ବିରଗର୍ଭା ବସୁନ୍ଧରା ଗର୍ଭେ ଆଜି ଏଠି ସେ ସୁପତ ।।
ଅଦ୍ଭୁତ ବିନ୍ଧାଣି ହାତ ଯଶ ଯାର ଖଣ୍ଡେକ ଉପଳେ
ପ୍ରସ୍ଫୁଟିତ ପ୍ରକଟିତ ନୂତନ ଏ ଉତକୀର୍ଣ ଉତ୍କଳେ ।।
ଯା ହାତର କାରିଗରୀ ଗୋଟାଏକ ଶ୍ରୀକର କରଣି
କୋଟିଏ ମର୍ର ଲେଖେ ଭଣିଲେ ବି ନହେବ ଭରଣି ।।
ଏ ଜାତିର ସହସ୍ର ନୟନରେ ଅଜସ୍ର ଶ୍ରବଣେ
ହୋଇ ଅଭିଷିକ୍ତ ଗଜପତି ବୀର ସୁପ୍ତ ଏଠି ଅନନ୍ତ ଶୟନେ ।।
Spread the love

Leave a Reply

Your email address will not be published. Required fields are marked *