Skip to content
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ଶ୍ରୀଜଗନ୍ନାଥ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ ଚଳଣି
    • ଆମ କଥା
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ସୃଷ୍ଟିସମଗ୍ର
  • କୋଥଳି
    • ଅଙ୍ଗେନିଭା କଥା
    • ଆଈମା କାହାଣୀ
    • ହଜିଲା ଦିନର କଥା
    • ଜଣା ଅଜଣା
  • ସଂସ୍କୃତି ଓ ପରମ୍ପରା
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
  • ସମସାମୟିକ ସାହିତ୍ୟ

ଖୁଚା

By admin / November 13, 2020

ଲେଖା: ଶିଶିର ସାହୁ ମନୋଜ

ଓଡ଼ିଶାରେ ଗୋଟାଏ ଶବ୍ଦର ଅର୍ଥ ଓ ରୂପ ସ୍ଥାନ ଵିଶେଷରେ ଭିନ୍ନ ଭିନ୍ନ ହୋଇଥାଇପାରେ । ପଶ୍ଚିମ ଓଡ଼ିଶାରେ ଖୁଚା ଶବ୍ଦର ଵିଭିନ୍ନ ଅର୍ଥ ଏହାର ଜ୍ଵଳନ୍ତ ଉଦାହରଣ ।

ଖୁଚା ଶବ୍ଦର କେତେକ ଅଞ୍ଚଳରେ ଅର୍ଥ କଚ୍ଛା ଏଵଂ ବହୁତ ସମ୍ଭଵ ଏହା କଚ୍ଛା ଶବ୍ଦର ସମ୍ବଲପୁରୀ ରୂପ କିଂଵା ଯେହେତୁ କଚ୍ଛା କ୍ଷେତ୍ରରେ ପିନ୍ଧିଵା ଵସ୍ତ୍ରର ଗୋଟିଏ କାନିକୁ ନାହୀ ପାଖରୁ ନେଇ ପୁଡ଼ା ତଳେ ଗଳାଇ ଅଣ୍ଟା ପଛରେ ଖୋସାଯାଏ ତେଣୁ କଚ୍ଛାକୁ କେତେକ ଅଞ୍ଚଳରେ ଖୁଚା କୁହାଯାଉଥିଵ ।

ସୁନ୍ଦରଗଡ ଓ ବରଗଡ଼ରେ  ଫସଲ କ୍ଷେତର ଶୂନ୍ୟସ୍ଥାନ ରୋପଣ ପାଇଁ ନୂଆ ପଲ୍ହା ରୋପଣ କରାଯିଵାକୁ ଖୁଚା କୁହାଯାଏ, କେଉଁଠି କେଉଁଠି ଏ ଶବ୍ଦ ଖୁଁଚା ହୋଇ ଚଳୁଥିଵା ଜଣାଯାଏ । ଏ ଖୁଚା ଶବ୍ଦଟି ଓଡ଼ିଆ କ୍ରିୟା ଖୁଞ୍ଚିଵା ସହିତ ସମଦ୍ଧୃତ । ଦୁଇଟି ରୁଆ ମଧ୍ୟରେ ଥିଵା ଖାଲି ସ୍ଥାନରେ ଅନ୍ୟ ଗୋଟିଏ ରୁଆ ଗୁଞ୍ଜି କରି ପୂରାଇଵା ଵା ଗୁଞ୍ଜିଵାକୁ ଖୁଞ୍ଚିଵା କୁହାଯାଏ । ସେହି ହେତୁରୁ କଳାହାଣ୍ଡିରେ ରୋଇଵା ଵା ରୋପଣ କରିଵା ଅର୍ଥରେ ଖୁଚିଵା ଶବ୍ଦଟି ଵ୍ଯଵହୃତ ହେଉଅଛି । 

ସେଇଭଳି କହୁଣୀମାଡ଼କୁ ଖୁଚାଁ କୁହାଯାଏ । ସାଧାରଣତଃ କହୁଣୀ ଦ୍ଵାରା ଦିଆଯିଵା ଆଘାତ ସେତେ ପୀଡା଼ଦାୟକ ନୁହେଁ । ଏ‌ହାକୁ ଢେଙ୍କାନାଳରେ ଡିହ ମାରିଵା କୁହାଯାଏ କିନ୍ତୁ ପୂର୍ଵାଞ୍ଚଳରେ ବାଡି଼ ଆଦିର ମୂଳଦ୍ବାରା ଆଘାତ କରିବାକୁ ଡିହ ମାରିଵା କୁହାଯାଏ ।

କହୁଣୀରେ ମାରିବାକୁ କହୁଣିଵା, କହୁଣିପସା ଇତ୍ୟାଦି ମଧ୍ୟ କୁହନ୍ତି ।  କହୁଣୀର ଗଣ୍ଠିକୁ ଖଡ଼୍କ କୁହାଯାଏ ଓ ଏହାର ମୂଳ ଅଟେ ଖୁଡ୍ ଧାତୁ ସହିତ  । ସମ୍ଭଵତଃ ଏ ଶବ୍ଦ ଖଙ଼୍କ ଵା ଖୁଡ୍ ଧାତୁ ସହିତ ସମଦ୍ଧୃତ ହୋଇଥାଇପାରେ । ଖୁଚା ଶବ୍ଦର ଗୁଞ୍ଜିଵା/ଖୁଞ୍ଜିଵା ଶବ୍ଦ ସହିତ ଅର୍ଥଗତ ସାମ୍ଯ ଥିଵା ହେତୁ ଏହା ସହିତ ମଧ୍ୟ ଏହାର ସମଦ୍ଧୃତଗତ ସମ୍ପର୍କ ଥାଇପାରେ ।

ସେହିପରି ମୁଥ ମାରିଵାକୁ ଖୁନ୍ଦା ମାରିଵା କୁହାଯାଏ ଯାହା ସଂସ୍କୃତ କୃନ୍ଦ ଧାତୁ ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଖୁଚା ଶବ୍ଦଟି ଖୁନ୍ଦା ସହିତ ମଧ୍ୟ ସମଦ୍ଧୃତ ହୋଇଥାଇପାରେ କାରଣ ଖୁନ୍ଦା ଶବ୍ଦରେ ନ ଅଛି ଯାହାର “ଣ” ସହିତ ଧ୍ଵନିତତ୍ଵଗତ ସମ୍ପର୍କ ରହିଛି ଓ ଏହା “ଡ” ରେ ପରିଵୃତ୍ତ ହୋଇପାରେ ! କ’ଣ ଶବ୍ଦ ଏହି ନିୟମରେ କଳାହାଣ୍ଡିରେ କାଡା଼ ଓ କାଁଡେ଼ ହୁଏ ।

ଖୁଚା ଶବ୍ଦ ସହିତ ଲାଗିଵା ଶବ୍ଦ ମିଶିଲେ ତାହାର ଅର୍ଥ ବୌଦ୍ଧ ଅଞ୍ଚଳରେ ବଦଳିଯାଏ । କଣ୍ଟାଳିଆ ଵସ୍ତୁରେ ଲାଗି ଵସ୍ତ୍ର ଚିରିଵାକୁ ଖୁଚା ଲାଗଵା କୁହାଯାଏ ।  ସାଧାରଣତଃ ଆମ ଗଡ଼ଜାତିଆ ବାଡ଼ କଣ୍ଟାଳିଆ ହୋଇଥାଏ । ସମ୍ଭଵତଃ ଏ ଶବ୍ଦର ସମ୍ବନ୍ଧ ଖୁଣ୍ଟ ଲାଗିଵା ସହିତ ରହିଛି କାରଣ ପଶ୍ଚିମ ଓଡ଼ିଶାରେ ବାଡ଼ ଦେଵାପାଇଁ ଯେଉଁ ଖୁଣ୍ଟ ଵ୍ଯଵହୃତ ହୁଏ ତାକୁ ଖୁଁଚି କୁହାଯାଏ । କେଉଁଠି କେଉଁଠି ଆଖୁ ଗଛକୁ ଠିଆ ରଖିଵାପାଇଁ ଯେଉଁ ଖୁଣ୍ଟ ପୋତାଯାଏ ତାକୁ ବି ଖୁଁଚି କୁହନ୍ତି ।

ସେଇମିତି ଯଦି ଖୁଚା ସହିତ ଦେଵା ଶବ୍ଦ ଯୁକ୍ତ ହୁଏ ତେଵେ ତାହାର ଅର୍ଥ ଭିନ୍ନ ହୋଇଯାଏ ଵା  ବଦଳିଯାଏ । ଏ ଅଞ୍ଚଳରେ ଖୁଚା ଦେଵା ଶବ୍ଦଟି ଉଲୁଗୁଣା ଦେଵା ଅର୍ଥରେ ଵ୍ଯଵହୃତ ହୋଇଥାଏ । ଗାଳି, ଗଞ୍ଜଣା ଓ ଖୁଣ୍ଟୁଣା ଦେଵାକୁ ଉଲଗୁଣା ଦେଵା କୁହନ୍ତି । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଉଲୁଗୁଣା ଵା ଉଲଗୁଣା ଶବ୍ଦର ଏଇ ତିନି ଅର୍ଥରେ ଵିଶେଷ ଵ୍ଯଵହାର ରହିଆସିଛି । ବହୁତ ସମ୍ଭଵ ଖୁଚା ଦେଵା ଶବ୍ଦଟି ତେଣୁ ଓଡ଼ିଆ ଖୁଣ୍ଟା ଦେଵା ସହିତ ସମଦ୍ଧୃତ ଅଟଇ ।

ଖୁଚା ଶବ୍ଦର ଏକ ଅର୍ଥ ଖୋସା ଅର୍ଥାତ୍ ଯାହା ଖୋସା ଯାଇଛି । ପଶ୍ଚିମ ଓଡ଼ିଶା ଓଡ଼ିଶାରେ ଏଇଥିପାଇଁ ଖୁଚିଵା/ଖୁଁଚିଵା କ୍ରିୟାଟି ଖୋସିବା; ଭିତରକୁ ମାଡ଼ି ଗୁଞ୍ଜିବା ଅର୍ଥରେ ଚଳୁଅଛି ଯାହା ଓଡ଼ିଆ ଖୋସିଵା କ୍ରିୟା ସହିତ ସମଦ୍ଧୃତ ଅଟେ ।

ମୋଟ ଉପରେ କହିଵାକୁ ଗଲେ ଆମ ରାଜ୍ୟରେ ଶବ୍ଦ ଯେତେ ଭିନ୍ନ ଦେଖାଗଲେ ହେଁ କୌଣସି ନା କୌଣସି ଦିଗରୁ ତାହାର ଶବ୍ଦ ସମ୍ପର୍କ ବାହାରି ହିଁ ଥାଏ ।

View Share Email Follow Tweet
Post navigation
Previous

ନରିହା

Next

ରଜ

Leave a Comment Cancel Reply

Your email address will not be published. Required fields are marked *

ଅନ୍ୟ ଲିଙ୍କ୍
  • ଆମ ବିଷୟରେ
  • ଆମ ସହିତ ଯୋଗାଯୋଗ କରନ୍ତୁ
  • ପ୍ରତ୍ୟାଖ୍ୟାନ
  • ଫଟୋ ଗ୍ୟାଲେରୀ
ବର୍ଗଗୁଡିକ
  • ମହାମନିଷୀଗଣ
  • ପର୍ଯ୍ୟଟନ କ୍ଷେତ୍ର
  • ଭାଷା ଓ ସାହିତ୍ୟ
  • ସୃଷ୍ଟିସମଗ୍ର
  • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
  • ଜଣା ଅଜଣା
  • ଶ୍ରୀଜଗନ୍ନାଥ
  • ଇତିହାସ
  • ଆମ କଥା
ଆମକୁ ସବସ୍କ୍ରାଇବ କରନ୍ତୁ
Loading
  • Facebook
  • Instagram
  • X
  • YouTube
Scroll to Top