ସୌରଭିତ ସୃଷ୍ଟି: ଭକ୍ତ ସାଲବେଗ
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀ ବନକୁ କର ଦଳନ ।।୧।।
ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ
ଚକ୍ର ପେଶୀ ଗ୍ରାହ ନାଶି ଉଦ୍ଧରିଲ ଆପଣ ।।୨।।
ଘୋର ବନେ ମୃଗୁଣୀକୁ ପଡ଼ିଥିଲା କସଣ
କେଡ଼େ ବଡ଼ ବିପତ୍ତି ରୁ କରିଅଛ ତାରଣ ।।୩।।
କୁରୁ ସଭା ତଳେ ଶୁଣି ଦ୍ରୋପଦୀର ଜଣାଣ
କୋଟି ବସ୍ତ୍ର ଦେଇ ହେଳେ ଲଜ୍ୟା କଲ ବାରଣ ।।୪।।
କହେ ସାଲବେଗ ହୀନ ଜାତିରେ ମୁଁ ଜବନ
ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ।।୫।।
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀ ବନକୁ କର ଦଳନ ।।୬।।
ଉପସ୍ଥାପନା: ଶିବାଶିଷ ମହାପାତ୍ର
Image Courtesy: SriJagannath FB Page