Physical Address
Sai Samarpanam, Satya Vihar, Bhubaneswar
ଲେଖା: ରବୀନ୍ଦ୍ର କୁମାର ରଣା
ପଞ୍ଚସଖା ଯୁଗର ମହାନ ସନ୍ଥ ତଥା ଓଡ଼ିଶାର ଘରେ ଘରେ ପରିଚିତ ଓଡିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ (୧୪୯୦-୧୫୫୦) ଜନ୍ମପୀଠ ହେଉଛି ପୁରୀ ଜିଲ୍ଲାର କପିଳେଶ୍ଵରପୁର ଶାସନ। ଗ୍ରାମର ମଧ୍ଯ ଭାଗରେ ଏହ ଛୋଟ ପରିସରରେ ଏହି ମହାନ ସନ୍ଥଙ୍କ ଜନ୍ମସ୍ଥାନକୁ ଏବେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆଯାଇଛି।
ଏହି କପିଳେଶ୍ଵରପୁର ଶାସନ ଯେ କେବଳ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ ତାହା ନୁହେଁ, ଐତିହାସିକ ଦୃଷ୍ଟିକୋଣରୁ ଏହି ଗ୍ରାମର ବହୁତ ମହତ୍ତ୍ୱ ରହିଛି। ଓଡ଼ିଶାରେ ଗଜପତି ଶାସନ ତଥା ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବ ଶାସନ କାଳରେ (୧୪୩୫-୧୪୬୫) ୧୬ଟି ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ, ସେଥିମଧ୍ୟରୁ ପ୍ରଥମ ଶାସନ ହେଉଛି କପିଳେଶ୍ଵରପୁର ଶାସନ, ଏବଂ ଏହା ତାଙ୍କ ନାମ ଅନୁସାରେ ନାମିତ।