Tag ସ୍ୱଭାବକବି

ସ୍ୱଭାବକବି ଗଙ୍ଗାଧର ମେହେର

ବିଶ୍ୱଭ୍ରାତୃପ୍ରେମର ଜୁଆର ତୋଳୁଥିବା ସେଇ ମହାନ କବିଙ୍କ କବିତାରେ ଛନ୍ଦର ଲାଳିତ୍ୟ, ମଧୁର ପଙ୍କ୍ତି, ପ୍ରକୃତିର ନୈସର୍ଗିକ ଶୋଭାବର୍ଣ୍ଣନା ଓ ଧ୍ୱନିରେ ସଙ୍ଗୀତର ସୁର ତାଙ୍କୁ ସ୍ୱଭାବକବିର ମାନ୍ୟତା ପ୍ରଦାନ କରିଆସିଛି I କେତେବେଳେ ସେ ଲେଖିଛନ୍ତି ପ୍ରଣୟର ବଲ୍ଲରୀ, ପୁଣି କେବେ ସରଳ ଗ୍ରାମ୍ୟ ଚିତ୍ରର ଲୋଟଣି ତାଙ୍କ କବିତାର କଲ୍ଲୋଳ I କେବେ ରାଧାନାଥ ଯୁଗୀୟ ପ୍ରକୃତି ବର୍ଣ୍ଣନା ତ କେବେ ପୁଣି ଭଗବତ ଭାବନାର ସମନ୍ୱୟ, କେବେ ପୁଣି ପୁରାତନ ଯୁଗୀୟ ଛନ୍ଦରେ ଛନ୍ଦମୟ, କେବେ ବିଶ୍ୱଭ୍ରାତୃପ୍ରେମର ଧାରା ତାଙ୍କ କବିତାର ଆଦର୍ଶ . .

ମାତୃଭାଷା

ଲେଖା: ସୁବ୍ରତ କୁମାର ନାୟକ ପ୍ରତି ମଣିଷ ନୂଆକରି ପୃଥିବୀକୁ ଅତିଥି ହୋଇ ଆସିଥିବା ସମୟରେ ତା’ର ପ୍ରଥମ ଶିକ୍ଷକ ମା’। ମା’ର ଭାଷା ମାତୃଭାଷା। ସମସ୍ତଙ୍କ ପରିଚୟର ମୂଳ ଯଦି ଖୋଜାଯାଏ, ତା’ର ମାତୃଭାଷାରେ ହିଁ ତା’ର ପରିଚୟ ମିଳିଯାଇଥାଏ। ମାତୃଭୂମି ପରି ମାତୃଭାଷା ପାଇଁ ମଧ୍ୟ ଏ ବିଶ୍ୱ ଅନେକ ଲଢ଼େଇ ମଧ୍ୟ…