Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
"ଏ ଜଗତ ଜନ ହତ ହୋଇଗଲେ କାହିଁ ପ୍ରଚରିବି ମୁହିଁ ?" ଜଗତଜନ ଶାନ୍ତ, ସ୍ନେହ, ସମତା, ମମତାରେ ବାନ୍ଧି ହୋଇ ରହିଲେ ବ୍ୟକ୍ତିର ଜୀବନ ମଧୁମୟ ହୁଏ । ଜଙ୍ଗଲ ପୋଡ଼ିଗଲେ ଗଛର ଅସ୍ତିତ୍ବ ରହେନା । ବ୍ରହ୍ମାଣ୍ଡ ସୁରକ୍ଷିତ ହେଲେ ପିଣ୍ଡ ପଲ୍ଲବିତ ହୁଏ । ତେଣୁ ଭୀମ ଚିନ୍ତାକଲେ, ଅନ୍ୟାୟ ଅତ୍ୟାଚାରର ଗରଳ ସେ ପିଇଯିବେ । ଶୋଷଣ କଷଣର ବିଷରେ ସେ ପାରିହେବେ, ନର୍କଗାମୀ ହେବେ, କେବଳ ଏଇଥିପାଇଁ ଯେ ଜଗତ ଉଦ୍ଧାର ପାଉ, ବିଶ୍ୱବାସୀ ରକ୍ଷା ପାଆନ୍ତୁ ଭେଦ, ବାଦ, ଛଳରୁ . . । ତାଙ୍କରି କଣ୍ଠରେ ପ୍ରତିଧ୍ୱନିତ ହୁଏ ସେଇ କାଳଜୟୀ କାରୁଣ୍ୟର ବାଣୀ ଓ ଆତ୍ମୋତ୍ସର୍ଗର ମନ୍ତ୍ର . .