Tag ଶ୍ରୀମନ୍ଦିର

ଅର୍ଚ୍ଚା

ଲେଖା: ଶିଶିର ସାହୁ ମନୋଜ ଶ୍ରୀମନ୍ଦିରର ଵିଭିନ୍ନ ଉତ୍ସଵ, ପର୍ଵପର୍ଵାଣୀ, ଯାତ୍ରାରେ ଶ୍ରୀଜିଉ’ଙ୍କର ମୁଖ୍ୟ ପ୍ରତିନିଧିତ୍ଵ କରନ୍ତି ଶ୍ରୀମଦନମୋହନ । ଏହାଙ୍କ ସହିତ ଶ୍ରୀରାମ, ଶ୍ରୀକୃଷ୍ଣ, ନୃସିଂହନାଥ ଓ ଭକ୍ତ ହନୁମାନ ଶ୍ରୀମନ୍ଦିର ଦକ୍ଷିଣିଘରେ ଵିରାଜମାନ ଅଛନ୍ତି । ଶ୍ରୀଜଗନ୍ନାଥ’ଙ୍କ ପୂଜା, ଅର୍ଚ୍ଚନା, ଉପାସନା ଓ ରୀତିନୀତି ଅନୁଯାୟୀ ଶ୍ରୀମଦନମୋହନ ଚର୍ଚ୍ଚିତ, ଅର୍ଚ୍ଚିତ, ପୂଜିତ ହେଉଥିଵା…

ବାଇଶି ପାହାଚ

ଲେଖା: ଦେଵ ତ୍ରିପାଠୀ “ଶ୍ରୀକ୍ଷେତ୍ର ନବରେ ମହାଐଶ୍ୱର୍ଯ୍ୟରେ ଥିଲେ ହେଁ କମଳାସାଇଁ, ବାଇଶି ପାହାଚ ନ ଉଠିବା ଯାଏଁ ଆନନ୍ଦ ନ ପାଏ କାହିଁ II” ଗଜପତି ବୀରକିଶୋର ଦେବଙ୍କ ଏହି ପଦ କେତୋଟିରେ ହିଁ କୋଟି କୋଟି ଜଗନ୍ନାଥପ୍ରାଣ ଓଡ଼ିଆଙ୍କର ଅନ୍ତରର ସଂଗୁପ୍ତ ବାର୍ତ୍ତା ପ୍ରତିଫଳିତ – ବଡ଼ଦେଉଳର ବାଇଶି ପାହାଚକୁ ନେଇ ।…

ପତିତପାବନ

ଲେଖା: ଦେବ ତ୍ରିପାଠୀ ନୀଳକନ୍ଦର ବାସୀ ଜଗତର ନାଥଙ୍କୁ ଦର୍ଶନ କରିବା ଅଭିଳାଷରେ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ଅସୁମାରୀ ଭକ୍ତ, ଦୁନିଆର କୋଣ ଅନୁକୋଣରୁ । ମାତ୍ର ବଡ଼ଦେଉଳର ଗର୍ଭଗୃହରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନର ସୌଭାଗ୍ୟ ସମସ୍ତଙ୍କୁ ମିଳେନା । ଯେଉଁ ଭାବାବେଗୀ ଭକ୍ତମାନେ ନିୟମତଃ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରନ୍ତି ନାହିଁ, ସେମାନେ ଅରୁଣସ୍ତମ୍ଭ ନିକଟରେ…

ଅରୁଣସ୍ତମ୍ଭ

ଲେଖା: ଦେଵ ତ୍ରିପାଠୀ ପାବନଧାମ ନୀଳାଚଳ ଶ୍ରୀକ୍ଷେତ୍ରରେ ପାଦଦେଇ ଭକ୍ତଟିଏ ଶରଧାବାଲିକୁ ମୁଣ୍ଡିଆମାରେ, ଧୂଳି କଣିକାଏ ନେଇ ମୁଣ୍ଡରେ ବୋଳେ । ନୀଳକନ୍ଦରବାସୀ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଆଉ କାଳିଆ ସାଆନ୍ତଙ୍କୁ ଦର୍ଶନ ପାଇଁ ମନ ହୁଏ ବ୍ୟାକୁଳ, ବଡ଼ଦେଉଳର ପତିତପାବନ ବାନା ତା’କୁ ହାତଠାରି ଡାକେ । ଭକ୍ତ ତରତର ହୋଇ ଧାଇଁଯାଏ…

ଭକ୍ତ ବନ୍ଧୁ ମହାନ୍ତି

ଲେଖା: ଦେବୀ ପ୍ରସାଦ ଦାସ ୧୮୧୮ ମସିହାର କଥା । ଯାଜପୁରରେ ରହୁଥିଲେ ବନ୍ଧୁ ମହାନ୍ତି । ଘୋର ଆର୍ଥିକ ଅନାଟନରେ ଥାଇ କାଳାତିପାତ କରୁଥିଲେ ମଧ୍ୟ ଭକ୍ତ ବନ୍ଧୁ ମହାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଭୀର ଭକ୍ତି କରୁଥିଲେ । ସବୁକଥାରେ ସେ ତାଙ୍କ ସ୍ତ୍ରୀଙ୍କୁ ପୁରୀରେ ତାଙ୍କର ଏକ ବନ୍ଧୁ ଅଛନ୍ତି ଏବଂ ସେ…

ଉତ୍କଳୀୟ ସୂର୍ଯ୍ୟବଂଶୀ ରାଜାମାନଙ୍କ ବଦାନ୍ୟତା (Suryabanshi Gajapatis)

ଲେଖା: ଦେଵ ତ୍ରିପାଠୀ ୧୪୩୫ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇ ପ୍ରାୟ ୧୫୪୦ ଖ୍ରୀଷ୍ଟାବ୍ଦରେ ଶେଷ ହୋଇଥିବା ଓଡିଶା ଇତିହାସର ଗାରିମାମୟ ସୂର୍ଯ୍ୟବଂଶୀ ରାଜାମାନଙ୍କ ଶାସନକାଳର ବହୁ ଅନୁଶାସନ ବା ଖୋଦିତ ଲେଖା ଦକ୍ଷିଣ ପଶ୍ଚିମବଙ୍ଗରୁ ଆରମ୍ଭ କରି ଦକ୍ଷିଣରେ ତାମିଲନାଡୁର ଦକ୍ଷିଣ ଆର୍କଟ ଜିଲ୍ଲା ପର୍ଯ୍ୟନ୍ତ ଏବଂ ଆନ୍ଧ୍ରପ୍ରଦେଶର Warangal, କୁର୍ଣ୍ଣୁଲ ଆଦି ଜିଲ୍ଲାମାନଙ୍କରେ ଆବିଷ୍କୃତ…

ବିଚିତ୍ରାନନ୍ଦ ଦାସ

ଲେଖା: ଦେଵ ତ୍ରିପାଠୀ ଏକବିଂଶ ଶତାବ୍ଦୀରେ “ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଏବଂ ଆମ ରାଜ୍ୟ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ” ବୋଲି ଆମେ ଆଜି କେଡେ ଗର୍ବିତ, ଗୌରବମଣ୍ଡିତ, ତେବେ ଏହା ପଛରେ ରହିଛି ବହୁ ଦେଶପ୍ରେମୀ, ଭାଷାପ୍ରେମୀ ମନିଷୀମାନଙ୍କ ନିରବଚ୍ଛିନ୍ନ ତ୍ୟାଗ ଓ ପ୍ରଚେଷ୍ଟା । ଉନ୍ନବିଂଶ ଶତାବ୍ଦୀରେ ଓଡ଼ିଆ ଭାଷାର ସୁରକ୍ଷା,…

ଶାସ୍ତ୍ର ଓ କିମ୍ବଦନ୍ତୀରେ ରଜପର୍ବ

ଉତ୍କଳୀୟ ସାଂସ୍କୃତିକ ପରମ୍ପରା ସୁପ୍ରାଚୀନ ନିର୍ଦିଷ୍ଟ ଶୃଙ୍ଖଳାବୋଧ ସମନ୍ୱିତ ଚେତନା ସହିତ ଉଡ୍ର ସଂସ୍କୃତିର ମୌଳିକତା, ବୈଦିକ ସଂସ୍କୃତିର ଗାମ୍ଭୀର୍ଯ୍ୟ, ବୈଷ୍ଣବ ପରମ୍ପରାର ଆତ୍ମୀୟତା ତଥା ଚୈତନ୍ୟ ପରମ୍ପରାର ସତ୍ତ୍ୱପ୍ରେମର ଅପୂର୍ବ ସମନ୍ୱୟରେ ଉନ୍ମେଷିତ ଓ ବିକଶିତ ହୋଇ ମହାର୍ଘ ପରିବେଶ ମଧ୍ୟରେ ଗୌରବାନ୍ୱିତ ହୋଇଛି ପ୍ରାଚୀନ ଉକ୍ରଳୀୟ ପର୍ବର୍ବାଣିସବୁ . .

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି

ଲେଖା: ବିଶ୍ୱରଞ୍ଜନ ମହାପାତ୍ର ମାନବୀୟ ଲୀଳାର ଅନନ୍ଯ ନିଦର୍ଶନ, ଦୈନିକ ପୁନଃପୁନଃ ଧୂପ, ଦୀପର ଧୁଆଁଳିଆ ଗୁଳୁଗୁଳି ଓ ଆର୍ଦ୍ରତା ପ୍ରଭାବରେ ଶ୍ରୀଜିଉମାନଙ୍କର ମୁଖମଣ୍ତଳ ବିବର୍ଣ୍ଣିତ ହେବା ଯୋଗୁ ପ୍ରତିମାସରେ ହାରାହାରି ଦୁଇଥର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକଲାଗି ହୋଇଥାଏ । ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ୱାରା କରାଯାଇଥାଏ…

ଲକ୍ଷ୍ମୀନାରାୟଣ ବେଶ

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ~ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ~ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ଅନ୍ୟ ସବୁ ବେଶ ପରି ଏହି ବେଶ ମଧ୍ୟ ଖୁବ ସୁନ୍ଦର। ଶ୍ରୀଜଗନ୍ନାଥ ଧର୍ମ ଓ ବିଭିନ୍ନ ସଂପ୍ରଦାୟର ଦେବତା ଭାବରେ ପରିଗଣିତ ହେଲେ…