Physical Address
Sai Samarpanam, Satya Vihar, Bhubaneswar

ଇତିହାସର ବହୁ ଚର୍ଚ୍ଚିତ ମହାତ୍ମା ଅବା ମହାନାୟକ ମାନଙ୍କୁ ମନେପକାଇବା ବେଳେ ଅନ୍ତରାଳେ ରହିଯାଏ ଭାରତୀୟ ସ୍ବାଧୀନତା ସଂଗ୍ରାମର କେତେ କେତେ ଅକୁହା କାହାଣୀ, ଦୁର୍ଗମ ପାହାଡ଼ ଜଙ୍ଗଲ ଘେରା ଶ୍ଵାପଦସଙ୍କୁଳ ରାସ୍ତାରେ ରାଷ୍ଟ୍ରୀୟ ଜୀବନ ଆଡ଼କୁ ଏହି ଅଳ୍ପଜ୍ଞାତ ମୁକ୍ତିସଂଗ୍ରାମର ସେତୁ ଯୋଡିଥିବା ନାୟକମାନଙ୍କ କାହାଣୀ ଓ ଗାଥା । ଆମେ ଭୁଲିଯାଉ ସେହି ବୀରପୁରୁଷଙ୍କ ଆତ୍ମୋତ୍ସର୍ଗ ଓ ଆହୂତିର ଅଭୁଲା ଆଲେଖ୍ୟ !