Physical Address
Sai Samarpanam, Satya Vihar, Bhubaneswar

ମାର୍ଗଶୀରମାସ ଶସ୍ୟ ଅମଳର ଚୂଡ଼ାନ୍ତ ପର୍ଯ୍ୟାୟ । କେଦାରେ କେଦାରେ ପକ୍ୱଧାନର ସୁନାରଙ୍ଗୀ ଢେଉ । ଆକାଶ ଥାଏ ମେଘମୁକ୍ତ, ଦକ୍ଷିଣାୟନ ସୂର୍ଯ୍ୟର କଅଁଳ ଉତ୍ତାପ, ପବନରେ ଶୀତାର୍ତ୍ତ ଶୁଷ୍କତା । ପୁଷମାସ ସୁଦ୍ଧା ଫସଲ ଅମଳ ସମୁଦାୟ ଶେଷ । ସେଥିପାଇଁ ଆମର ପ୍ରବାଦଟିଏ ଅଛି 'କାହାର ପୁଷମାସ, କାହାର ସର୍ବନାଶ'। ପୁଷମାସରେ ମହାଲକ୍ଷ୍ମୀ ପ୍ରାୟ କାହାରିକୁ ଅନାହାରରେ ରଖନ୍ତି ନାହିଁ । ସୁତରାଂ ଏହାର ଅବ୍ୟବହିତ ପୂର୍ବରୁ ଲକ୍ଷ୍ମୀ ଉପାସନାର ବେଳା . .

ଲେଖା: ଦେଵ ତ୍ରିପାଠୀ ସୂର୍ଯ୍ୟଙ୍କର ସ୍ଵନକ୍ଷତ୍ର ଦିବସ ହେଉଛି ମାଘସପ୍ତମୀ । ସୂର୍ଯ୍ୟ ସକଳ ଶକ୍ତିର ଆଧାର ହୋଇଥିବାରୁ ପୁରାଣଯୁଗଠାରୁ ଆରମ୍ଭ କରି ପ୍ରାଚୀନ ଇତିହାସ ଏବଂ ଆଜି ମଧ୍ୟ ସୂର୍ଯ୍ୟଙ୍କ ଉପାସନା ଦେଖିବାକୁ ମିଳେ । ବିଶେଷତଃ ଜନ୍ମତିଥି ଅବସରରେ ଏହା ଭାରତର ସର୍ବତ୍ର ପାଳିତ ହୋଇଥାଏ । ଆମ ରାଜ୍ୟର ଲୋକସଂସ୍କୃତିରେ ସୂର୍ଯ୍ୟଦେବ…