Physical Address
Sai Samarpanam, Satya Vihar, Bhubaneswar

ଗାଁରେ ତିନୋଟି ମନ୍ଦିର, ଗୋଟିଏ ପଟେ ମହାଦେବ, ଅନ୍ୟପଟେ ମହାବିଷ୍ଣୁ । ମନ୍ଦିର ଦୁଇଟିକୁ ଦେଖିଲେ ଗାଁଟିର ପ୍ରାଚୀନ ବାସ୍ତୁକଳାକୁ କାଳର ଅବକ୍ଷୟ ସ୍ପର୍ଶ କରି ନ ଥିବା ପରି ମନେହୁଏ । ହାତଗଣତି କେତୋଟି ପରିବାରକୁ ନେଇ ଗଢ଼ିଉଠିଥିବା ଲୋକସଂସ୍କୃତିର ମନ୍ଦିର "ପ୍ରହ୍ଲାଦନାଟକ ପୁଞ୍ଜା", ଏହା ହିଁ ସେ ଗାଁର ତୃତୀୟ ମନ୍ଦିର . .

ଲେଖା: ଦେଵ ତ୍ରିପାଠୀ ପ୍ରାକୃତିକ ଶୋଭାସମ୍ପଦରେ ପରିପୂର୍ଣ୍ଣ, ସାଂସ୍କୃତିକ ବିଭବରେ ବିମଣ୍ଡିତ ତଥା କଳାସଙ୍ଗୀତ, ସାହିତ୍ୟ, କାରୁକାର୍ଯ୍ୟ ଓ ଧାର୍ମିକ ଚେତନାରେ ଋଦ୍ଧିମନ୍ତ ଆମରି ଗଞ୍ଜାମ ଜିଲ୍ଲା । ଜିଲ୍ଲାର ଗ୍ରାମେ ଗ୍ରାମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଥିଲେ ମଧ୍ୟ ଶୈବ ଓ ଶାକ୍ତମାନେ ଗାଁ ଠାକୁରାଣୀ କିମ୍ବା ଗ୍ରାମଦେବତୀଙ୍କୁ ଆରାଧନା କରିବା ଦେଖାଯାଇଥାଏ ।…