Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଉପସ୍ଥାପନା: ଦେଵ ତ୍ରିପାଠୀ ଦିଗନ୍ତ ବିସ୍ତାରି ପାହାଡ଼ର ପହଣ୍ଡି ‘ଦିଗପହଣ୍ଡି’ । ଦିଗ ଓ ପୁଦିଆ ସର୍ଦ୍ଦାରଙ୍କ କିମ୍ବଦନ୍ତୀର ଗାଁ ଦିଗପହଣ୍ଡି । ‘ଗଙ୍ଗବଂଶାନୁଚରିତମ୍’ (୧୭୫୦)ର ‘ଦିକ୍ ପହଣି’, ମାଲବିଙ୍କ (୧୮୮୭) ‘ଦିଗପୁଦି’, ଭୀମସେନ ପାଣିଗ୍ରାହୀଙ୍କ ‘ଖେମୁଣ୍ଡି ଇତିହାସ’ (୧୯୦୯) ଠାରୁ ଦୀନନାଥ ପାଠୀଙ୍କ ‘ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ’ (୧୯୯୦) ବିବର୍ତ୍ତିତ ଇତିହାସର ସ୍ବାକ୍ଷର ବହନ କରୁଛି…
ଲେଖା: ଦେଵ ତ୍ରିପାଠୀ ଆମମାଟିର ପ୍ରଥମ ବାରିଷ୍ଟର ବିଶ୍ୱନାଥ ମିଶ୍ର ! ଏ ମାଟିରେ ଜନ୍ମିଥିଲେ ଜଣେ ପ୍ରଚଣ୍ଡ ମାନବବାଦୀ ଦେଶପ୍ରେମୀ, ସଂସ୍କାରକ, ବାଗ୍ମୀ ପଣ୍ଡିତ ତଥା ଆଜୀବନ ସଂଗ୍ରାମୀ । ଶୈଶବରୁ ହିଁ ପ୍ରଚଣ୍ଡ ଆତ୍ମବିଶ୍ବାସ ଓ ଦୃଢସଙ୍କଳ୍ପ ପରିଲକ୍ଷିତ ହୋଇଥିଲା ତାଙ୍କଠାରେ । ସେଇ ଆତ୍ମବିଶ୍ବାସ ହିଁ ଦିନେ ତାଙ୍କୁ ଫେରାଇ ଆଣିଥିଲା…
ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ମୋଗଲ ଓ ମରହଟ୍ଟାଙ୍କର ଅକଥନୀୟ କଷଣର ତୋଡମାଡରେ ଅଣ୍ଟା ଭାଙ୍ଗି ଯାଇଥିବା ଗୋଟିଏ ଜାତି ନିର୍ଜୀବ,…
ଲେଖା: ଦେଵ ତ୍ରିପାଠୀ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆମ ରାଜ୍ୟର ଜାତୀୟ ଜୀବନରେ ସମାଜସଂସ୍କାର, ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷା, ଓଡ଼ିଆ ଭାଷାର ସୁରକ୍ଷା, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସ୍ବାଧୀନତା ଆନ୍ଦୋଳନ, ସାହିତ୍ୟ ସୃଷ୍ଟି, ଗୋରକ୍ଷା, ଧର୍ମସଂସ୍କାର କ୍ଷେତ୍ରରେ ସାହସିକ ପଦକ୍ଷେପ ନେଇ ଇତିହାସ ରଚିଥିଲେ ସେ ! କେବଳ ଓଡ଼ିଶା ନୁହେଁ, ଭାରତଭୂଖଣ୍ଡର ସେ ଥିଲେ…
ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ . .